ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବାଲେଶ୍ୱର ଓ ବାରିପଦାବାସୀଙ୍କ ଆଖିରୁ ଏବେ ନିଦ ଛଡ଼ାଇ ନେଇଛି ଏହି ବନ୍ୟା।
Published By: Prasan Subudhi
Last updated: 22 August 2022, 05:47 PM IST
କେତେ ଦିନ ଆଉ ପାଠପଢ଼ା ବନ୍ଦ କରିବୁ...ଏବେ ପାଣି କମିଲା, ଆମେ ବାହାରିଲୁ ସ୍କୁଲ୍। ଏ ଦୃଶ୍ୟ ହେଉଛି ବଣେଇ ଅଞ୍ଚଳର।
ସ୍କୁଲ୍ ଯିବାକୁ ଏବେ ଏଇ ବୋଟ୍ ହିଁ ଭରସା...। ଏ ଦୃଶ୍ୟ ହେଉଛି ପୁରୀ ସହର ତଳି ମକୁନ୍ଦ ମିଶ୍ର ନଗରର ଦୃଶ୍ୟ। ବନ୍ୟା ଗଲାଣି, କିନ୍ତୁ ପାଣି ଯାଉନି।
ସୁବର୍ଣ୍ଣରେଖା ବନ୍ୟା ଏବେ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି। ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି।
ବନ୍ୟା ଚାଲିଗଲା...ତା’ ସାଙ୍ଗରେ ଫସଲ ଗଣ୍ଡାକ ବି ନେଇଗଲା...ଆମେ ଏବେ ଖାଇବୁ କ’ଣ ? ଏ ଦୃଶ୍ୟ ହେଉଛି ବିନିକା ଅଞ୍ଚଳର।
ଏ ଦୃଶ୍ୟ ହେଉଛି ବାଙ୍କୀ ଅଞ୍ଚଳର। ବନ୍ୟା ପାଣି ଛାଡ଼ିଗଲାଣି, ହେଲେ ସହର ତଳି ଅଞ୍ଚଳରୁ ଏବେ ବି ପାଣି ଛାଡ଼ିନି। ଲୋକେ ଘରୁ ବାହାରି ପାରୁନାହାଁନ୍ତି।
ସ୍କୁଲ୍ ଭିତରେ ପାଣି ପଶିଯାଇଛି। ସାର୍ମାନେ ରାସ୍ତା କଡ଼ରେ ପିଲାଙ୍କୁ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଏ ଦୃଶ୍ୟ ହେଉଛି ନୀଳଗିରିର। ଏ ଅଞ୍ଚଳର ବହୁ ସ୍କୁଲ୍ ଏବେ ବି ପାଣି ଘେରରେ।