ସାରା ଦେଶରେ ଧୁମ୍ଧାମରେ ପାଳିତ ହେଉଛି ଦଶହରା ପର୍ବ । କଟକରେ ଚାନ୍ଦି ମେଢ଼ ଆଉ ସୁନା ଅଳଙ୍କାରରେ ଛାଉଣି ହୋଇଛନ୍ତି ମା ଦୁର୍ଗତିନାଶିନୀ ।
Published By: Satyendu Shekher Mishra
Last updated: 05 October 2022, 09:47 AM IST
ଅତି ସୁନ୍ଦର ଓ ଆକର୍ଷଣୀୟ । ହିମାଳୟ ସଦୃଶ ଦେଖାଯାଉଥିବା ଏହି ତୋରଣ କଟକ ଖାନ ନଗରର ।
କଟକ ଖାନ ନଗରର ମା ଦୁର୍ଗା
ଦଶହରାରେ କଟକ ରାଜା ବଗିଚା ଅଞ୍ଚଳରେ ଧୁମ୍ଧାମ୍ରେ ପାଳିତ ହେଉଛି ଶିବ-ପାର୍ବତୀଙ୍କ ପୂଜା ।
କଟକ ବାଦାମବାଡ଼ିରେ ଶିବ ପାର୍ବତୀଙ୍କ ପୂଜା
କଟକ ବଜ୍ରକବାଟି ସାମନ୍ତ ସାହିରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ରୂପାରେ ଆଚ୍ଛାଦିତ ମେଢ଼ । ସୁନା ଅଳଙ୍କାରରେ ଛାଉଣୀ ମା ।
କଟକ ମାଳିସାହି ଦୁର୍ଗାପୂଜାରେ ମହାଦେବ ଓ ପାର୍ବତୀଙ୍କ ପୂଜା । ଚାନ୍ଦି ମେଢ଼ ସାଙ୍ଗକୁ ଝଟକୁଛି ସୁନାର କିରଟି ।
କଟକ ରାଣୀ ହାଟ ଦୁର୍ଗାପୂଜା ତୋରଣ
କଟକ ରାଣୀ ହାଟ ଦୁର୍ଗାପୂଜା । ସୁନା ମୁକୁଟରେ ଝଲସୁଛନ୍ତି ମାଆ । ଆଉ ରୂପା ମୁକୁଟରେ ଶୋଭାପାଉଛନ୍ତି ପର୍ଶ୍ୱ ଦେବୀ । ରୂପାରେ ଆଚ୍ଛାଦିତ ମେଢ଼ ।
କଟକ ମଙ୍ଗଳାବାଗ୍ ଦୁର୍ଗାପୂଜା ତୋରଣ ।
କଟକ ମଙ୍ଗଳାବାଗ୍ ଦୁର୍ଗାପୂଜା ତୋରଣ । ସୁନା ମୁକୁଟ ଆଉ ସୁନା ଅଳଙ୍କାରରେ ଅଳଙ୍କୃତ ମାଆ ଦୁର୍ଗତିନାଶିନୀ ।