କ୍ରୀଡ଼ାରେ ସଫଳତା ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଏହି କ୍ରମରେ ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସ୍ୱାସ୍ତୀ ସିଂହ ପାଇଲେ ୩୦ତମ ଏକଲବ୍ୟ ପୁରସ୍କାର।
Published By: Chandan Shishu
Last updated: 24 December 2022, 05:09 PM IST
ଇମ୍ପାକ୍ଟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ୩୦ତମ ଏକଲବ୍ୟ ପୁରସ୍କାର ବିତରଣ ଉତ୍ସବ
ମଞ୍ଚରେ ଏକଲବ୍ୟ ପୁରସ୍କାର କମିଟିର ଚେୟାରମ୍ୟାନ୍ ବୈଜୟନ୍ତ ପଣ୍ଡାଙ୍କ ସହ ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଞ୍ଚରେ ଉଦ୍ବୋଧନ ଦେଉଛନ୍ତି ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ
ସାଇକେଲ ଚାଳିକା ସ୍ୱାସ୍ତୀ ସିଂହଙ୍କୁ ଦିଆଗଲା ୩୦ତମ ଏକଲବ୍ୟ ପୁରସ୍କାର... ସ୍ବାସ୍ତୀଙ୍କୁ ମାନପତ୍ର ଓ ଫଳକ ସହ ୫ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି
ଉଦୀୟମାନ ଫୁଟବଲ୍ ତାରକା ପ୍ୟାରୀ ଖାଖାଙ୍କୁ ସମ୍ମାନିତ କରାଯିବା ସହ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବା ଅବସରରେ
ଏହି ଉତ୍ସବରେ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ମାନପତ୍ର ସହ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି
ପୁରସ୍କାର ବିତରଣ ଉତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ