Advertisment

୯ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇପଡିଥିଲା ଓଡ଼ିଶାର ସବୁଠାରୁ ବଡ଼ପର୍ବ ଶ୍ରୀଗୁଣ୍ଡିଚା

କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିଛି। ହଜାର ହଜାର ଲୋକଙ୍କ ମୁଣ୍ଡ ନେଉଛି। କିବା ଶକ୍ତିଶାଳି ଆମେରିକା କିବା ଚାଇନା ସମସ୍ତେ ଏହି ଭାଇରସ ଆଗରେ ନଃସହାୟ ପରି ମନେ ହେଉଛନ୍ତି। କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ବିଶ୍ୱ ସମେତ ସାରା ଭାରତ ଏବେ ଘରେ ବନ୍ଦ। ଚାରିଆଡ଼େ ଖାଁ ଖାଁ। ରାସ୍ତଘାଟ ଶୂନଶାନ୍‌। ପୁରୀ ବଡ଼ଦାଣ୍ଡରେ ବି ସମାନ ଅବସ୍ଥା। ଦିନେ ଯେଉଁ ବଡ଼ଦାଣ୍ଡ ଭକ୍ତଗହଳିରେ ପୂରିଉଠୁଥିଲା ଆଜି ସେଠି ଶୁଭୁନି ଭକ୍ତଙ୍କ […]

author-image
Minati Mishra
୯ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇପଡିଥିଲା ଓଡ଼ିଶାର ସବୁଠାରୁ ବଡ଼ପର୍ବ ଶ୍ରୀଗୁଣ୍ଡିଚା

rathytra

କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିଛି। ହଜାର ହଜାର ଲୋକଙ୍କ ମୁଣ୍ଡ ନେଉଛି। କିବା ଶକ୍ତିଶାଳି ଆମେରିକା କିବା ଚାଇନା ସମସ୍ତେ ଏହି ଭାଇରସ ଆଗରେ ନଃସହାୟ ପରି ମନେ ହେଉଛନ୍ତି। କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ବିଶ୍ୱ ସମେତ ସାରା ଭାରତ ଏବେ ଘରେ ବନ୍ଦ। ଚାରିଆଡ଼େ ଖାଁ ଖାଁ। ରାସ୍ତଘାଟ ଶୂନଶାନ୍‌। ପୁରୀ ବଡ଼ଦାଣ୍ଡରେ ବି ସମାନ ଅବସ୍ଥା। ଦିନେ ଯେଉଁ ବଡ଼ଦାଣ୍ଡ ଭକ୍ତଗହଳିରେ ପୂରିଉଠୁଥିଲା ଆଜି ସେଠି ଶୁଭୁନି ଭକ୍ତଙ୍କ ମଣିମା ଡାକ। କାଳିଆ ସାଆନ୍ତ ବି ଗମ୍ଭୀର ଭିତରେ ମଉନ ହୋଇ ବସିଛନ୍ତି। ଏମିତିରେ କେମିତି ହେବ ମହାପ୍ରଭୁଙ୍କ ରଥାଯାତ୍ରା, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଜିର ଏ ସ୍ଥିତି ପୁଣିଥରେ ମନେ ପକାଇ ଦେଉଛି ୪ ଶହ ବର୍ଷ ତଳର ମୋଗଲ ଗୋଳର କଥା। କ୍ରୁର ଜବନ କଳାପାହାଡ଼ ଅତ୍ୟାଚରର କଳଙ୍କିତ ଇତିହାସ। ସେଇ ଘଟଣାକୁ ମନେ ପକାଇ ମିହିର ପଟ୍ଟନାୟକ ଲେଖିଥିବା ଏକ ସ୍ୱତନ୍ତ୍ର ଆଲେଖ୍ୟ ପଢ଼ନ୍ତୁ।

Advertisment

Rath Yatra Images: Guide to Jagannath Puri Rath Yatra by Tripoto

୧୫୬୮ ଖ୍ରୀଷ୍ଟାବ୍ଦ। ବର୍ବର କଳାପାହାଡ଼ ମାଡି ଆସୁଛି ଶ୍ରୀକ୍ଷେତ୍ର। କଟକରେ ରାଜଧାନୀ। ଗଜପତି ମହାରାଜ କଳାପାହାଡ଼କୁ ପ୍ରତିଆକ୍ରମଣ କରି ଅଟକାଇବାରେ ବିଫଳ। ଦେଖୁଦେଖୁ କଟକ, ଖୋର୍ଦ୍ଧା ଡେଇଁ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ସକ୍ଷମ ହୁଏ କଳାପାହାଡ଼।

ଶ୍ରୀକ୍ଷେତ୍ରରେ ଚହଳ ପଡ଼ିଯାଏ। ମୋଗଲ ଗୋଳ ହୋଇଛି। ଏଣିକି ଦେଉଳ ମାରା ହେଇଯିବ। କ’ଣ ହେବ ସ୍ଥିତି ? ଦିଅଁ ଆଉ ଦେଉଳରେ ରହିବେ ଟି ? ଛତିଶା ନିଯୋଗ ନାୟକଙ୍କଠାରୁ ଆରମ୍ଭ କରି ଦେଉଳ କରଣ ସବୁ କାକୁସ୍ଥ ହୋଇପଡୁଥାନ୍ତି।
ହିନ୍ଦୁରୁ ମୁସଲମାନ ହୋଇ ଧର୍ମ ବିଦ୍ୱେଷୀ ହୋଇପଡ଼ିଥାଏ କଳାପହାଡ଼। ହିନ୍ଦୁ ମନ୍ଦିର ଆଉ ମୂର୍ତ୍ତି ଧ୍ୱଶଂ କରିବା ତାର ଏକମାତ୍ର ଲକ୍ଷ୍ୟ। ଏଥିରେ ସେ ସଫଳ ବି ହୁଏ।

Advertisment

Kalapahad: Hindu General Trapped in Love Jihad in 1565

ବୈତରଣୀ ତୀରରେ ଥିବା ଅନେକ ମନ୍ଦିର ଧ୍ୱଶଂ କରିଥିବା ଖବର ପଣ୍ଡା ପଢ଼ିଆରିଏ ପାଇ ସାରିଥାନ୍ତି। ଆଉ କିଛି ଉପାୟ ନାହିଁ। ଠାକୁରଙ୍କୁ ଦେଉଳ ବାହାରକୁ ନେଇଯିବାକୁ ନିଷ୍ପତ୍ତି ହୁଏ। ଚିଲିକା କୂଳର ଛପଲିକୁ ଉତ୍ତମ ସ୍ଥାନ ଭାବି ସେଇଠି ଓଡ଼ିଆ ଜାତୀର ଇଷ୍ଟଙ୍କୁ ପାତାଳି କରିଦିଆଯାଏ। ହେଲେ ଏ ଖବର କଳାପାହାଡ଼ ଠାରୁ ଲୁଚି ରହେନି। କଥାରେ ଅଛି ପାତାଳି ଠାକୁରଙ୍କୁ ହାତୀ ପୀଠିରେ ବୋହିନିଏ ସେ। ଆଉ ଗଙ୍ଗାକୂଳରେ ଦାହ କରେ।

ହେଲେ ମହାପ୍ରଭୁଙ୍କ ବିଗ୍ରହ ଅଗ୍ନି ସଂଯୋଗ କରିବାରୁ କଳାପାହାଡ଼ ଦେହରୁ ମାଂସ ଝଡ଼ିବାକୁ ଲାଗେ। କାଜିର ନିର୍ଦ୍ଦେଶରେ ଅପୋଡ଼ା ଦିଅଁଙ୍କୁ ଗଙ୍ଗାରେ ମେଳିଦିଏ ବର୍ବର ଜବନ। ଆଉ ଏହାକୁ ସଂଗ୍ରହ କରି ବ୍ରହ୍ମ ପଦାର୍ଥ ସଂଗ୍ରହ କରି ଜଗତସିଂହପୁର କୁଜଙ୍ଗ ଗଡ଼କୁ ବୋହି ଆଣନ୍ତି ବିସର ମହାନ୍ତି।

Konark Sun Temple: Magnetic Vigraha and Destruction by Kalapahad ...

ଗଛରୁ ପତ୍ର ଝଡ଼ିବା ପରି ସରିସରି ଯାଏ ସମୟ। ଗୁପ୍ତରେ ସେଇଠି ଦିଅଁ ପୂଜା ହୁଅନ୍ତି। ଛପନ ଭୋଗ ନାହିଁ। ରଥଯାତ୍ରା ନାହିଁ, ଚନ୍ଦନ ଲାଗି ନାହିଁ । ୧୫୬୮ରୁ ୧୫୭୭ ଖ୍ରୀଷ୍ଟାବ୍ଦ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇଯାଏ ସବୁ ଆଡମ୍ବରା ଆଉ ଇତିହାସର ଏଇ କଳାଫର୍ଦ୍ଦରେ କିଛି ଦିନ ପାଇଁ ଅପହୃତ ହୋଇଯାଏ ଓଡ଼ିଆ ଜାତୀର ବଡ଼ପର୍ବ ରଥଯାତ୍ରାା

Image may contain: 1 person, smiling

ମିହିର ପଟ୍ଟନାୟକ

Advertisment
Advertisment