Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ୩ ଆହତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁରରେ ପୂର୍ବ ଶତ୍ରୁତାକୁ ନେଇ ସଂପର୍କୀୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ଗତ ରାତିରେ ସୂର୍ଯ୍ୟକାନ୍ତ ସାହୁ ଓ ତାଙ୍କ ସାଙ୍ଗ ବସନ୍ତ ପାତ୍ର ଗାଁ ମନ୍ଦିର ପାଖରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ସୂର୍ଯ୍ୟଙ୍କ ସଂପର୍କୀୟ ଭାଇ ଅଜିତ ସାହୁ ଆସି ପହଞ୍ଚିଥିଲେ। ଏହାପରେ ଅଜିତ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। […]

author-image
Jyotsnamayee Pradhan
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ୩ ଆହତ

group-clash

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁରରେ ପୂର୍ବ ଶତ୍ରୁତାକୁ ନେଇ ସଂପର୍କୀୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି।

Advertisment

ଗତ ରାତିରେ ସୂର୍ଯ୍ୟକାନ୍ତ ସାହୁ ଓ ତାଙ୍କ ସାଙ୍ଗ ବସନ୍ତ ପାତ୍ର ଗାଁ ମନ୍ଦିର ପାଖରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ସୂର୍ଯ୍ୟଙ୍କ ସଂପର୍କୀୟ ଭାଇ ଅଜିତ ସାହୁ ଆସି ପହଞ୍ଚିଥିଲେ। ଏହାପରେ ଅଜିତ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଜିତ ଏକ ଧାରୁଆ ଛୁରୀରେ ସୂର୍ଯ୍ୟକାନ୍ତଙ୍କୁ ଆକ୍ରମଣ କରିଥିଲା।

attack ଏଥିରେ ସୂର୍ଯ୍ୟଙ୍କ ଗାଲରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଏଥିରେ ସୂର୍ଯ୍ୟଙ୍କ ସହ ଥିବା  ତାଙ୍କ ସାଙ୍ଗ ବସନ୍ତ ମଧ୍ୟ ଆହତ ହୋଇଛନ୍ତି।

Advertisment

ପୁଲିସ୍‌ ଅଜିତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି।  ଅଭିଯୁକ୍ତ ଅଜିତ୍‌ ମଧ୍ୟ ସାମାନ୍ୟ ଆହତ ହୋଇଥିବା  ସଦର ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Advertisment
Advertisment