/odishatv-khabar/media/media_files/2025/10/30/accident-2025-10-30-13-57-34.jpg)
Accident Photograph: (OTV)
ମେଡିକାଲରୁ ସୁସ୍ଥ ହୋଇ ଫେରୁଥିଲେ। ହେଲେ ବାଟରେ ଛକି ବସିଥିଲା ଯମ। ଦୁର୍ଘଟଣାରେ ଗଲା ଜୀବନ। ମେଡ଼ିକାଲରେ ରୋଗୀ ସୁସ୍ଥ ହୋଇ ଫେରିବା ବେଳେ ବାଟରେ ଶବ ପାଲଟିଗଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ। ଲେକାଗୁଡ଼ା ବଙ୍ଗଳା ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ବଡମାତ୍ରୁ ଗାଁର କୁମର ବିଡିକା।
ଦେହ ଅସୁସ୍ଥ ଥିବାରୁ କୁମର ତାଙ୍କ ସ୍ତ୍ରୀଙ୍କ ସହିତ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଦୁଇଦିନ ପରେ ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ବାଇକ୍ ତାଙ୍କୁ ଧକ୍କା ଦେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିବାରୁ ଅତ୍ୟଧିକ ରକ୍ତସ୍ରାବ ହେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ପଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ଧକ୍କା ଦେଇଥିବା ବାଇକ୍ ଆରୋହି ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।
Police Crackdown On Gang: ଯୁଦ୍ଧଠୁ ବଳିଗଲା ପୋଲିସର ଆକ୍ସନ; ଡ୍ରୋନ ଓ ବୋମା ମାଡରେ ଥରି ଉଠିଲା ସହର…ଟ୍ରକରେ ବୁହା ହେଲା ଶବ

Trump Orders Nuclear Tests: ପରମାଣୁ ପରୀକ୍ଷଣ କରିବ ଆମେରିକା: ରୁଷ୍ ଓ ଚୀନକୁ ଦେବ ଟକ୍କର

School Negligence: ପିନ୍ କଣ୍ଟା ଗିଳି ଦେବାରୁ ଛାତ୍ରଙ୍କ ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)