Advertisment

Yuzvendra Chahal And Anaya Bangar Marraige: ଅନାୟାଙ୍କୁ ବିବାହ କରିବେ ୟୁଜଭେନ୍ଦ୍ର ଚହଲ !

ରିପୋର୍ଟ ମୁତାବକ ଚହଲ ଓ ଅନାୟା ବିବାହ ଖବର କେବଳ କଳ୍ପନା ଜଳ୍ପନା ଉପରେ ଆଧାରିତ। ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ଫାଟ ଏବଂ ଛାଡପତ୍ର ପରେ ଏହି ଖବର ଦ୍ରୁତ ଗତିରେ ବ୍ୟାପିଗଲା। ତେବେ ଏନେଇ କୌଣସି ଠୋସ୍ ପ୍ରମାଣ ନାହିଁ। ୟୁଜି କେବେ ବି ଅନାୟାଙ୍କ ସହ କୌଣସି ସମ୍ପର୍କକୁ ସ୍ୱୀକାର କରିନାହାନ୍ତି।

author-image
Rashmi Ranjan Mohapatra
Chahal Ananya Marriage

Chahal Ananya Marriage Photograph: (OTV)

ବିବାହ କରିବେ ୟୁଜଭେନ୍ଦ୍ର ଚହଲ ! ଧରିବେ ଅନାୟା ବାଙ୍ଗରଙ୍କ ହାତ ! ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଖବର। ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ବିବାହ କରିବାକୁ ଯାଉଛନ୍ତି । ଏଇ ବର୍ଷ ସେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ ପୁଅରୁ ଝିଅ ପାଲଟିଥିବା ଅନାୟା ବାଙ୍ଗରଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ଉଠୁଛି। 

Advertisment

ଧନଶ୍ରୀ ବର୍ମାଙ୍କଠାରୁ ଛାଡପତ୍ର ପରେ ଅନାୟାଙ୍କ ସହ ସେ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଦାବି କରାଯାଉଛି। ତେବେ ଏହା କେବଳ ଏକ ଗୁଜବ ନାଁ ଏହା ପଛରେ କିଛି ସତ୍ୟତା ଅଛି ବୋଲି କନଫ୍ୟୁଜ୍ ଅଛନ୍ତି ଫ୍ୟାନ୍।

ତେବେ ରିପୋର୍ଟ ମୁତାବକ ଚହଲ ଓ ଅନାୟା ବିବାହ ଖବର କେବଳ କଳ୍ପନା ଜଳ୍ପନା ଉପରେ ଆଧାରିତ। ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ଫାଟ ଏବଂ ଛାଡପତ୍ର ପରେ ଏହି ଖବର ଦ୍ରୁତ ଗତିରେ ବ୍ୟାପିଗଲା। ତେବେ ଏନେଇ କୌଣସି ଠୋସ୍ ପ୍ରମାଣ ନାହିଁ। ୟୁଜି କେବେ ବି ଅନାୟାଙ୍କ ସହ କୌଣସି ସମ୍ପର୍କକୁ ସ୍ୱୀକାର କରିନାହାନ୍ତି। ଏପରିକି ଚହଲ କିମ୍ବା ଅନାୟାଙ୍କ ପରିବାର ଏନେଇ କୌଣସି ସୂଚନା ଦେଇନାହାନ୍ତି। ଭାଇରାଲ୍ ହେବାପାଇଁ ଏପରି ଖବର ସୋସିଆଲ ମିଡିଆରେ ବେଳେ ବେଳେ ପ୍ରସାରିତ ହୋଇଥାଏ। ତେଣୁ ଏହା ପଛରେ କୌଣସି ସତ୍ୟତା ନାହିଁ।

Advertisment

ଅନାୟା ବାଙ୍ଗର, ଯିଏ ପୂର୍ବରୁ 'ଆର୍ୟନ୍ ବାଙ୍ଗର' ଭାବରେ ପରିଛିତ ଥିଲେ। ହରମୋନ୍ ରିପ୍ଲେସମେଣ୍ଟ ଥେରାପି ମାଧ୍ୟମରେ ପୁରୁଷରୁ ମହିଳା ହୋଇଥିବା କଥା ସ୍ୱିକାର କରିଥିଲେ। ଅନାୟା ମଧ୍ୟ କ୍ରିକେଟ ଖେଳନ୍ତି ଏବଂ ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ସୋସିଆଲମିଡିଆରେ ଜଣାନ୍ତି। ତେବେ 2025ରେ ଚହଲଙ୍କ ଛାଡପତ୍ର ପରେ ତାଙ୍କ ନାମ ଅନାୟାଙ୍କ ସହ ଯୋଡିଥିଲେ। ଯାହା ସମ୍ପୁର୍ଣ୍ଣ ମିଥ୍ୟା ଅଟେ ।

Odisha Yuzvendra Chahal Dhanashree Verma Sports
Advertisment
Related Articles
Advertisment