Advertisment

ଗୌରହରି ଦାସ, ବିପିନ ନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ

ଭୁବନେଶ୍ୱର: କଥାକାର ଡ.ଗୌରହରି ଦାସ ଓ କବି ଶ୍ରୀ ବିପିନ ନାୟକ ପାଇବେ ଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ଅନୁଷ୍ଠାନ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା । ପୁରସ୍କାର ସ୍ୱରୂପ […]

author-image
Minati Mishra
ଗୌରହରି ଦାସ, ବିପିନ ନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ

6574648

ଭୁବନେଶ୍ୱର: କଥାକାର ଡ.ଗୌରହରି ଦାସ ଓ କବି ଶ୍ରୀ ବିପିନ ନାୟକ ପାଇବେ ଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ଅନୁଷ୍ଠାନ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ।

Advertisment

ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୨୧,୦୦୦ ଟଙ୍କା ଅର୍ଥ ରାଶି ସହ ସମ୍ମାନଫଳକ, ସ୍ମାରକୀ ଓ ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ଦେଇ ସମ୍ମାନିତ କରାଯିବ। ଏହି  ସାହିତ୍ୟ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ଲେଖକ, ବକ୍ତା, କଳାକାର ଓ ବୁଦ୍ଧିଜୀବୀ ଯୋଗଦେବେ।

ଦୁଇ ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନର କାର୍ଯ୍ୟକ୍ରମ କୋରାପୁଟ ଆଦିବାସୀ ସଂଗ୍ରାହଳୟର ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହେବ। କୋରାପୁଟକୁ ପ୍ରକୃତିର ଉପହାର ସବୁଜିମା ଭରା କଫି ବଗିଚାରେ ଆୟୋଜିତ ହେବ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ।

Advertisment

ମହୋତ୍ସବର ମୁଖ୍ୟ ଆଲୋଚ୍ୟ ବିଷୟ ରହିଛି ପ୍ରକୃତି ଓ ସୃଜନ । ଏହାବ୍ୟତୀତ ସାହିତ୍ୟ ଚର୍ଚ୍ଚା, ସାମାଜିକ ବିତର୍କ, ବହୁଭାଷୀ କାବ୍ୟ ପାଠ ଠାରୁ ଆରମ୍ଭ କରି ସିନେମା ପ୍ରଦର୍ଶନ ଓ ସଙ୍ଗୀତ ଉପରେ ଆଲୋଚନା କରାଯିବ।  ଏହି ଅବସରରେ ୪୦ ବର୍ଷରୁ କମ୍‌ ବୟସ୍କ ଯୁବ ଲେଖକମାନଙ୍କ ଦ୍ୱାରା ଲେଖା ଯାଇଥିବା ଓ ଲୋକପ୍ରିୟ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ୍‌ ଦ୍ୱାରା ପ୍ରକାଶିତ ୧୨ଟି ପୁସ୍ତକ ଉନ୍ମୋଚିତ ହେବ।

କାହାଣୀ ପାଇଁ  କୋରାପୁଟ ସାହିତ୍ୟ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା କଥାକାର ଡ. ଗୌରହରି ଦାସ(୧୯୬୦) ଜଣେ ଆଗଧାଡ଼ିର ଗାଳ୍ପିକ। କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାରପ୍ରାପ୍ତ ଶ୍ରୀ ଦାସ   ୫୦ରୁ ଅଧିକ ପୁସ୍ତକ ପୁସ୍ତକର ରଚୟିତା।  ଶ୍ରୀ ଦାସଙ୍କ ଉପନ୍ୟାସ ଛାୟାସୌଧର ଅବଶେଷ(୧୯୯୬), ନିଜ ସାଙ୍ଗେ ନିଜର ଲଢ଼େଇ(୧୯୯୯), ଏଇଠୁ ଆରମ୍ଭ(୨୦୦୫), ଆପଣଙ୍କ ଆଜ୍ଞାଧୀନ(୨୦୧୦), କେତେ ରଙ୍ଗର ଜୀବନ(୨୦୧୩) ଓ ଗଳ୍ପ ସଂଗ୍ରହ ଆଖଡ଼ାଘର,  ସ୍ୱପ୍ନପାଇଁ ରାତି କାହିଁ ଇତ୍ୟାଦି ପାଠକ ମହଲରେ ବେଶ୍‌ ପରିଚିତ।

ସେହପରି କବିତା ପାଇଁ ଶ୍ରୀ ବିପିନ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।  ତାଙ୍କର ପ୍ରଥମ କବିତା ପୁସ୍ତକ ପାଦଶବ୍ଦ ୧୯୯୩ରେ ପ୍ରକାଶ ପାଇ ବହୁତ ଲୋକପ୍ରିୟତା ଓ ପ୍ରଶଂସା ହାସଲ କରିଥିଲା। କବିତା ସଂସ୍କରଣ ସ୍ୱରଚିତ୍ର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ମିଳିଥିଲା। ତାଙ୍କର ଅନ୍ୟ ରଚନା ଗୁଡ଼ିକ ମଧ୍ୟରେ ପବନର ଝୋଟୀ, ନଈର ନକ୍ସା, ବନ୍ଦ ଘରର ବାସ୍ନା, ଆଳୁଅର ଆତ୍ମଲିପି ଆଦି ଅନ୍ୟତମ।

Advertisment
Advertisment