Advertisment

ସରକାର କରିଥିବା ଋଣ ସୁଝିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍‌ ପଠାଇବେ ବରିଷ୍ଠ ଲେଖକ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ମୁଣ୍ଡପିଛା ଋଣ। ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଛି। ପ୍ରତି ବଜେଟ୍‌ରେ ସରକାର ପ୍ରତିଶ୍ରୁତି ଦେଉଛନ୍ତି ଏଥିପ୍ରତି ଦୃଷ୍ଟି ଦିଆଯିବ। କିନ୍ତୁ ଶେଷରେ ଫଳ ଶୂନ ହୋଇଥାଏ। ତେବେ ଏହି ପ୍ରସଙ୍ଗର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଲେଖକ ଦାଶ ବେନହୁର ଅଭିନବ ପଦକ୍ଷେପ ନେଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ୧୮୫୦୦ ଟଙ୍କାର ଏକ ଚେକ୍‌ ପଠାଇବାକୁ ମନସ୍ଥ କରିଛନ୍ତି। […]

author-image
Abinash Pati
ସରକାର କରିଥିବା ଋଣ ସୁଝିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍‌ ପଠାଇବେ ବରିଷ୍ଠ ଲେଖକ

cheque

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ମୁଣ୍ଡପିଛା ଋଣ। ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଛି। ପ୍ରତି ବଜେଟ୍‌ରେ ସରକାର ପ୍ରତିଶ୍ରୁତି ଦେଉଛନ୍ତି ଏଥିପ୍ରତି ଦୃଷ୍ଟି ଦିଆଯିବ। କିନ୍ତୁ ଶେଷରେ ଫଳ ଶୂନ ହୋଇଥାଏ। ତେବେ ଏହି ପ୍ରସଙ୍ଗର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଲେଖକ ଦାଶ ବେନହୁର ଅଭିନବ ପଦକ୍ଷେପ ନେଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ୧୮୫୦୦ ଟଙ୍କାର ଏକ ଚେକ୍‌ ପଠାଇବାକୁ ମନସ୍ଥ କରିଛନ୍ତି।

Advertisment

ସେ ଏପରି କରିବାର କାରଣ ହେଉଛି ସଦ୍ୟ ବଜେଟ୍‌ ପୂର୍ବରୁ ଉପସ୍ଥାପିତ ଅର୍ଥନୀତିକ ସର୍ଭେ ରିପୋର୍ଟ ଦର୍ଶାଇଛି ରାଜ୍ୟର ମୁଣ୍ଡପିଛା ଋଣଭାର ବର୍ତ୍ତମାନ ୧୮,୪୯୭.୯୮ ବା ୧୮,୫୦୦ ଟଙ୍କାରୁ ମାତ୍ର ୨ ଟଙ୍କା କମ୍‌। ଅର୍ଥାତ ଓଡ଼ିଶା ସରକାର କରୁଥିବା ଋଣର ପରିମାଣ ଯଦି ହାରାହାରି ହିସାବ କରାଯାଏ ପ୍ରତି ବ୍ୟକ୍ତିକୁ ୧୮,୫୦୦ ଟଙ୍କା ପଡ଼ିବ।

ଏହା ପୂର୍ବରୁ ମଧ୍ୟ ଦାଶ ବେନହୁର ନିଜ ଋଣ ନିଜେ ଶୁଝିବା ପାଇଁ ସୋଶାଲ ମିଡିଆରେ ଆହ୍ୱାନ କରିବା ସହ ସ୍ତମ୍ଭରେ ମଧ୍ୟ ଉଲ୍ଲେଖ କରିଥିଲେ। ଶେଷରେ ସେ ଚେକ୍‌ ଯୋଗେ ନିଜ ଭାଗର ଋଣ ଶୁଝିବାକୁ ମନସ୍ଥ କରିଥିଲେ। ଅନ୍ୟ ସଚେତନ ନାଗରିକମାନେ ମଧ୍ୟ ତାଙ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଶ୍ରୀ ବେନହୁର କହିଛନ୍ତି। ଏହାର କାରଣ ସ୍ୱରୂପ ସେ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି, ପୂର୍ବ ଋଣକୁ ନିନ୍ଦା କରାଯାଉଥିଲା, କିନ୍ତୁ ବର୍ତ୍ତମାନ କୁହାଯାଉଛି ଋଣ ନାହିଁ ତ ବିକାଶ ନାହିଁ। ସେ କହିଛନ୍ତି, ସବୁବେଳେ ସରକାରଙ୍କୁ ଦୋଷ ଦେଉଛେ। ସଚେତନ ନାଗରିକମାନେ ଏଥିରେ ପରିବର୍ତ୍ତନ ଆଣିବାକୁ ସେ କହିଛନ୍ତି।

Advertisment
Advertisment
Advertisment