/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error845_1625487721.jpg)
vlcsnap-error845
ବାଲେଶ୍ୱର: ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ।
ସୂଚନାଯୋଗ୍ୟ, ଜଣେ ମହିଳା ଫେସ୍ବୁକ୍ ମାଧ୍ୟମରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଫେସ୍ବୁକ୍ରେ କିଛି ଦିନ କଥା ହେବା ପରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବିବାହର ମାସେ ପର୍ଯ୍ୟନ୍ତ ସେମାନେ ଚେନ୍ନାଇରେ ରହିବା ପରେ ଓଡ଼ିଶା ଫେରି ଆସିଥିଲେ । ହେଲେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କ ତାଙ୍କୁ ଭୁବନେଶ୍ୱରରେ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏହାପରେ ଯବତୀ ସିମୁଳିଆ ଥାନାରେଏନେଇ ଅଭିଯୋଗ କରିଥିଲେ । ହେଲେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମହିଳାଙ୍କୁ ନ୍ୟାୟ ମିଳିନଥିଲା । ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କ କଥାକ ଗୁରୁତ୍ୱ ଦେଇନଥିଲା ।
ଫଳରେ ସେ ଥାନାରୁ ନିରାଶ ହେବା ପରେ ନିଜ ଦେହରେ ଥାନା ବାହାରେ କେରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଅଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)