/odishatv-khabar/media/post_attachments/uploadimage/library/16_9/16_9_0/ଦମୌମିମ୍ମ_1627367572.jpg)
ରାୟଗଡ଼ାରେ ଜଳ ସମସ୍ୟା
ରାୟଗଡ଼ା(ମନୋଜ ପାତ୍ର): କୋଟିଆ ଉପରେ ଆନ୍ଧ୍ର ସରକାର କବ୍ଜା କରିବାକୁ ବସିଥିବା ବେଳେ ବୋଧ୍ହୁଏ ଏଥିରୁ ରାଜ୍ୟ ସରକାର କିଛି ଶିଖିପାରିଲେ ନାହିଁ। କାରଣ ଉପେକ୍ଷିତ ଅବସ୍ଥାରେ ଥିବା ଉପାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକ ଏବେ ବି ରାଜ୍ୟ ପ୍ରଶାସନ ପାଇ ଅପହଞ୍ଚ ରହିଛି। ଫଳରେ କେବଳ କୋରାପୁଟ କି ଗଜପତି ନୁହେଁ ରାୟଗଡ଼ାର ସୀମାବର୍ତ୍ତୀ ଗାଁଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ଚେଷ୍ଟା ଚଳାଇଛି ଆନ୍ଧ୍ର। ସେଥିଲାଗି ବିଭିନ୍ନ ଉପାୟରେ ଲୋକଙ୍କୁ ପ୍ରଲୋଭିତ କରୁଥିବା ବେଳେ ନିରବ ବସିଛନ୍ତି ରାଜ୍ୟ ସରକାର।
[caption id="attachment_246761" align="aligncenter" width="997"]
ଓଡ଼ିଶାରେ ଆନ୍ଧ୍ର ତିଆରି କରୁଛି ରାସ୍ତା[/caption]
ରାୟଗଡ଼ା ଜିଲ୍ଲାର ପାଲାମୁ ତୁଳସୀ ବାସିନ୍ଦାଙ୍କ କଥା ଦେଖନ୍ତୁ। ଖରାଦିନ ଆସିନି ସୀମାରେ ପିଇବା ପାଣି ପାଇଁ ଦହଗଞ୍ଜ ହେଲେଣି ଏଠାକାର ଲୋକେ। ମୁଣ୍ଡରେ ଗରା ମାଠିଆ ଧରି ଗାଁଠୁ ମାଇଲିଏ ବାଟ ଚାଲିବା ପରେ ପିଇବା ପାଣିର ଯେଉଁ ଉତ୍ସଟି ଆସେ ତାହା ପୁଣି ଦୂରରୁ ପାଇପ୍ ଯୋଗେ ସଂଯୋଗ ହୋଇଥିବା ଦୂଷିତ ନାଳପାଣି। ଏମାନେ ତାକୁ ହିଁ ବ୍ୟବହାର କରିବାକୁ ବାଧ୍ୟ। ନହେଲେ ଉପାୟ ବା କଣ ଏମାନଙ୍କ ପାଖରେ।
[caption id="attachment_246757" align="aligncenter" width="651"]
ରାୟଗଡ଼ା ପଲାମୁ ତୁଳସୀ ବାସିନ୍ଦା ନାଳରୁ ଜଳ ନେଇ ଆସୁଛନ୍ତି[/caption]
ପିଇବା ପାଣିର ଅସୁବିଧା ସମ୍ପର୍କରେ ପଚାରିବାରୁ ପାଲାମ ତୁଳସୀ ବାସିନ୍ଦା ରାଣୀ କଲକା ଯାହା କହିଲେ ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ରାଣୀ କହିବା ଅନୁସାରେ, ଗାଁରେ ପାଣିର ଘୋର୍ ଅଭାବ୍। ଗୋଟେ କିମି ଦୂରରୁ ଆମେ ନଦୀ ପାଣି ଆଣୁଛୁ। ବର୍ଷା ଆସିଲେ ନଦୀ ପାଣି ପିଇବାକୁ ପଡ଼ୁଛି। ଭଲ ପାଣି ଆମ ଗାଁରେ ମିଳିବା ଅସମ୍ଭବ ବୋଲି ରାଣୀ କହିଛନ୍ତି।
ଖାଲି ପିଇବା ପାଣି ନୁହେଁ, ସୀମା ଏପଟେ ନା ସବୁଦିନିଆ ରାସ୍ତା ଅଛି, ନା ଲୋକଙ୍କ ଭାଗ୍ୟରେ ଜୁୁଟୁଛି ଶିକ୍ଷା, ସ୍ୱାସ୍ଥ୍ୟ, ଟେଲି ସେବା ଭଳି ଅତି ମୌଳିକ ସୁବିଧା। ହେଲେ ସୀମାର ଠିକ୍ ଆରପଟେ ଆନ୍ଧ୍ର କିନ୍ତୁ ଢେର୍ ଆଗରେ। ରାସ୍ତାଘାଟ, ଗରିବଗୁରୁବାଙ୍କ ପାଇଁ ରାସନ୍, ଭତ୍ତା, ସବୁ କିଛି ସୁବିଧା କୁଆଡ଼େ ଓଡ଼ିଶାଠୁ ବେଶ୍ ବ୍ୟବସ୍ଥିତ ଓ ଅଧିକ। ସେଇଥିପାଇଁ ପେଟପାଟଣା ଦାୟରେ ଆନ୍ଧ୍ରମୁହାଁ ଓଡ଼ିଶା ବାସିନ୍ଦା।
[caption id="attachment_246758" align="aligncenter" width="1004"]
ଓଡ଼ିଶାରୁ ଆନ୍ଧ୍ରକୁ ଆସି ଘର ବସେଇଛନ୍ତି ସିରି ପୁଆଲା[/caption]
ଏଇ ଯେମିତି ପେଟ ପୋଡ଼ିଯିବା ଆଗରୁ ସ୍ତ୍ରୀ ପିଲାଙ୍କ ସହ ଆନ୍ଧ୍ରକୁ ଚାଲି ଆସି ଘର ବସେଇଥିବା ସିରି ପୁଆଲାଙ୍କ କଥା ଦେଖନ୍ତୁ। ଓଡ଼ିଶା ସରକାର କୌଣସି ସୁବିଧା ନଦେବାରୁ ସିରି ପୁଆଲା ଆନ୍ଧ୍ର ଚାଲି ଆସି ଘର ବସେଇଛନ୍ତି। ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ "ପିଲା ଛୁଆର କଷ୍ଟ ସହିପାରିଲିନି। ସେଥିପାଇଁ ଆନ୍ଧ୍ର ପଳେଇ ଆସିଲି। ଓଡ଼ିଶାରେ କେହି ଦେଖୁ ନାହାନ୍ତି, ଆନ୍ଧ୍ର ହେଲେ କିଛି ବୁଝିବ। ସେଥିପାଇଁ ଆନ୍ଧ୍ରକୁ ପଳେଇ ଆସିଲୁ।"
ଆଉ ସୀମା ଏପଟେ ଅବ୍ୟବସ୍ଥାର ଏ ସ୍ଥିତିରୁ ଫାଇଦା ନେଇଚାଲିଛି ଆନ୍ଧ୍ର ସରକାର। ଅଭାବ ବେଳେ ଲୋକଙ୍କ ସ୍ୱଭାବ ବଦଳାଇବା ଲକ୍ଷ୍ୟରେ ଓଡ଼ିଶା ସୀମାରେ କେଉଁଠି ପୋଲ କାମ ଆରମ୍ଭ କଲାଣି ତ କେଉଁଠି ଓଡ଼ିଶା ମାଟିରେ ରାସ୍ତା ତିଆରି କରୁଛି।
[caption id="attachment_246760" align="aligncenter" width="1011"]
ପାଲାମ ତୁଳସୀ ଗାଁରେ ଆନ୍ଧ୍ରର ଖୁଣ୍ଟ ଉପାଡ଼ି ଫିଙ୍ଗୁଛନ୍ତି ସୀମାନ୍ତ ଲୋକେ[/caption]
ନିଜର ଦୁଇ ଗାଁ କିତିଲାଙ୍ଗ ଓ ଜିରଙ୍ଗାକୁ ସଂଯୋଗ କରିବାକୁ ଖୁଣ୍ଟପୋତି ଆନ୍ଧ୍ରର ରାସ୍ତା ନିର୍ମାଣର ଉଦ୍ୟମକୁ କିନ୍ତୁ ଜୋର୍ଦାର ବିରୋଧ କରିଛନ୍ତି ପାଲାମ ତୁଳସୀ ଗାଁ ଲୋକେ। ଖୁଣ୍ଟ ସବୁକୁ ଓପାଡ଼ି ଫିଙ୍ଗି ଦେଇଛନ୍ତି। ଓଡ଼ିଶାର ଜମିରେ ଆନ୍ଧ୍ରକୁ ପୂରାଇ ନଦେବାକୁ ଶପଥ ନେଇଛନ୍ତି। ତେବେ ଓଡ଼ିଶା ପ୍ରତି ଆନୁଗତ୍ୟ ଦେଖାଇଲେ କଣ ହେବ ସେମାନଙ୍କ ଦୁଃଖଦୁର୍ଦ୍ଦଶା ବୁଝିବା ଲାଗି ଏଠି କିନ୍ତୁ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନି।
[caption id="attachment_246759" align="aligncenter" width="1011"]
ପାଲାମ ତୁଳସୀ ଗାଁରେ ଆନ୍ଧ୍ର ତିଆରି ରାସ୍ତା[/caption]
ଏନେଇ ପାଲାମ ତୁଳସୀ ବାସିନ୍ଦା ରାଜୁ ପୁଆଲା କହିଛନ୍ତି ଆନ୍ଧ୍ର ଓଡ଼ିଶା ମାଟିରେ ମାର୍କିଂ କରି ପୋଲ୍ ପୋତିଥିଲେ। ଆମେ ଓଡ଼ିଶା ମାଟି ଆନ୍ଧ୍ରକୁ ଦେବୁ ନାହିଁ ବୋଲି ତାଙ୍କ ପୋଲ୍ ଉପାଡ଼ି ତାଙ୍କ ବୋର୍ଡରେ ଥୋଇ ଦେଲୁ ବୋଲି ରାଜୁ ପୁଆଲା କହିଛନ୍ତି। ଏ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗାଁ ଲୋକଙ୍କୁ କହିଛୁ ଭୟଭୀତ ହେବେନି। ସେମାନଙ୍କୁ ସଚେତନ କରାଯାଇଛି। କିଛି ହେଲେ ଖବର ଦେଲେ ବୁଝାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
ଏକାଏକା ନିଜ ମୌଳିକ ସମସ୍ୟା ସହ ଜୁଝିଲା ଭଳି ଏଠି ଆନ୍ଧ୍ରର ଦାଦାଗିରି ସହ ବି ଏକା ଲଢୁଛନ୍ତି ସୀମାର ମଣିଷ। ତେବେ ଆଉ କେତେ କୋଟିଆକୁ ଅପେକ୍ଷା କରିବ ଆମ ବ୍ୟବସ୍ଥା?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)