Advertisment

କୋଟିଆକୁ ହାତେଇବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି କାହିଁକି?

କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ରାଜନୈତିକ ପଶାପାଲିର ଗୋଟି ପାଲଟିଛି। ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ, ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ ଆନ୍ଧ୍ର କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି। ଏହାର ମୂଳ କାରଣ ହେଉଛି ସୌନ୍ଦର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦ। ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି […]

author-image
Chandan Shishu
କୋଟିଆକୁ ହାତେଇବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି କାହିଁକି?

kotia

କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ରାଜନୈତିକ ପଶାପାଲିର ଗୋଟି ପାଲଟିଛି। ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ, ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ ଆନ୍ଧ୍ର କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି। ଏହାର ମୂଳ କାରଣ ହେଉଛି ସୌନ୍ଦର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦ।

Advertisment

ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି କହନ୍ତି। ଅର୍ଥାତ ବହୁମୂଲ୍ୟ ପଥରା ବୈଦୁର୍ଯ୍ୟ ସାଙ୍ଗକୁ କ୍ୟାଟ୍ସ-ଆଇ ଭଳି ମୂଲ୍ୟବାନ ରତ୍ନପଥର ଭରି ରହିଛି। ଏପରିକି ସୁନା, ରୁପା ଭଳି ମୂଲ୍ୟବାନ ଧାତୁ ଥିବା ବି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। କୋଟିଆ ସମେତ ରାଲେଗାଡ଼ା, ନୂଆଗାଁ ଆଦି ଅଞ୍ଚଳରେ ୮ରୁ ୧୦ ପ୍ରକାରର ମୂଲ୍ୟବାନ ଖଣିଜ ସମ୍ପଦ ଥିବା ଲୋକେ କହିଛନ୍ତି। ସେସବୁକୁ ଲୁଟିବା ପାଇଁ ଆନ୍ଧ୍ର ଏଭଳି ମସୁଧା ଚଳାଇଥିବା ଅଭିଯୋଗ ହେଉଛି।

ଏଇ ଜାଗାର ମାଟି ତଳେ ସୁନା, ରୂପା, ହୀରା ଓ ବକ୍ସାଇଟ୍ ସମେତ ଅନେକ ଖଣିଜ ସମ୍ପଦ ରହିଛି। ଏହି ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ଦୃଷ୍ଟି ରହିଛି। 
-ରାଜେଶ କୁମାର ହନ୍ତାଳ, କୋଟିଆ ପଞ୍ଚାୟତ ବାସିନ୍ଦା
Advertisment
ଆନ୍ଧ୍ର କହିଛି ଯେ, ତୁମେ ଆମକୁ ଜାଗା ଦେଲେ ଆମେ ତୁମକୁ ଚାକିରି ଦେବୁ। ସେଥିପାଇଁ ତାଙ୍କର କୋଟିଆ ଉପରେ ଦୃଷ୍ଟି ପଡ଼ିଛି। 
-ସୁନୀଲ କୁମାର ଖରା, ପୂର୍ବତନ ସରପଞ୍ଚ, ନୂଆଗାଁ

କୋଟିଆବାସୀ ଆନ୍ଧ୍ର ଆଡ଼କୁ ଢଳିବାର ଅନ୍ୟତମ କାରଣ ହେଉଛି, ଏଠାକାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ରାଜନୈତିକ ଇଛାଶକ୍ତିର ଅଭାବ। ପ୍ରାଚୁର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦକୁ ଓଡ଼ିଶା ସରକାର ନା ବିନିଯୋଗ କରୁଛନ୍ତି ନା ସାମାଜିକ ବିକାଶ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି। କେବଳ ନିର୍ବାଚନ ଆସିଲେ ମନେପଡେ ଏହି ବଣପାହାଡ଼ ଘେରା ମଣିଷଙ୍କ କଥା। ଖାଲି ଯେ କୋଟିଆ ତାନୁହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣିଜ ସମ୍ପଦ ଭରପୂର ଥିଲେ ବି ସଠିକ୍ ବିନିଯୋଗ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉନଥିବା କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି। ସେପଟେ ଖଣି ଉପନିର୍ଦ୍ଦେଶକ କହିଛନ୍ତି, ସେଭଳି କିଛି ଖଣିଜ ସମ୍ପଦ ଯଦି ଥାଏ, ତେବେ ଅନୁଧ୍ୟାନ କରି ପଦପେକ୍ଷ ନିଆଯିବ।

ଏହି ଅଞ୍ଚଳରୁ କୋଟି କୋଟି ଟଙ୍କାର କ୍ୟାଟ୍ସ-ଆଇ ବାହାରି ଅନ୍ୟ ରାଜ୍ୟକୁ ଚାଲାଣ ହୋଇଛି।  କିନ୍ତୁ ଏଠାକାର ସରକାର ନିଜ ସ୍ତରରେ କ୍ୟାଟ୍ସ-ଆଇ ଉତ୍ତୋଳନ କରିପାରିନାହାନ୍ତି। କୋଟିଆ ସହ ଏଇ ଖଣିଜ ସମ୍ପଦକୁ ଓଡିଶା ସରକାର ସୁରକ୍ଷା ଦେବା ପାଇଁ ନିବେଦନ କରୁଛୁ।  
-ପ୍ରଦୀପ ମାଝୀ, ପୂର୍ବତନ ସାଂସଦ
କୋଟିଆ ପଞ୍ଚାୟତ ଭିତରେ ଓଡ଼ିଶାର ଉଚ୍ଚତମ ପର୍ବତମାଳା ଦେଓମାଳୀ। ମୋ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରକଳ୍ପ ନେଇ ଶୁଭ ଦେଇଥିଲେ। ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ କରାଗଲେ ଲୋକଙ୍କ ସମାଗମ ହେବା ସହ ନିଯୁକ୍ତି ସୃଷ୍ଟି କରାଯାଇପାରିବେ। କିନ୍ତୁ ଏଦିଗରେ ସରକାରଙ୍କ ଆଦୌ ଇଚ୍ଛାଶକ୍ତି ନାହିଁ। 
-ଜୟରାମ ପାଙ୍ଗୀ, ବିଜେପି ନେତା
କୋଟିଆରେ ସେଭଳି କିଛି ଅମୂଲ୍ୟ ସମ୍ପଦ ଥିବା ମୁଁ ଜାଣିନାହିଁ। ତେବେ ସେଠାରେ କଣ ଅଛି ଅନୁଧ୍ୟାନ କଲା ପରେ ହିଁ ଜଣାପଡ଼ିବ। 
-ପ୍ରଦୀପ କୁମାର ନାୟକ, ଖଣି ଉପନିର୍ଦ୍ଦେଶକ, କୋରାପୁଟ
ରିପୋର୍ଟ: ଟି. ଗୌରୀଶଙ୍କର

Andhra Odisha Border Dispute
Advertisment
Advertisment