/odishatv-khabar/media/media_files/2026/02/12/reshuffle-2026-02-12-20-48-22.jpg)
Reshuffle Photograph: (OTV)
ପ୍ରଶାସନିକ କଳରେ ହଲଚଲକୁ ନେଇ ପାୱାର କରିଡରରେ ଚର୍ଚ୍ଚା। କାହିଁକି ୧୮ ମାସରେ ବାରମ୍ବାର ବଦଳି। ୩ ଥର ବଡ଼ ଧରଣର ଆଉ ୧୦ ଥର ଛୋଟ। ଜଣଙ୍କ ପାଖରେ ୩ରୁ ୪ ବିଭାଗ। ପରଫରମାନ୍ସ ନା ପଲିଟିକାଲ ବଦଳି। ନଜର ପକାନ୍ତୁ ନୂଆ ସରକାର ଆସିବା ପରେ କେତେ ଥର ଆଉ କାହିଁକି ହୋଇଛି ଆଇଏଏସ ଅଦଳବଦଳ। ପ୍ରଥମେ ସରକାର ଆସିବା ପରେ ଜୁଲାଇ ୨୦୨୪ରେ ବଡ ଧରଣର ଅଦଳବଦଳ ହୋଇଥିଲା। ଯେଉଁଥିରେ ୨୦ ଜଣ ଅଧିକାରୀଙ୍କ ନାଁ ରହିଥିଲା।
ସେହିବର୍ଷ ଅଗଷ୍ଟ ଓ ନଭେମ୍ବର ପୁଣି ୩ଟା ଅଦଳ ବଦଳ କରିଥିଲେ ରାଜ୍ୟ ସରକାର। ପୁଣି ୨୦୨୫ ମସିହା ଜୁଲାଇ ମାସରେ ଏକା ବେଳକେ ୪୯ ଅଧିକାରୀଙ୍କ ହୋଇଥିଲା ବଦଳି । ଆଉ ଏଥିରେ ଅଧିକାଂଶ ଜିଲ୍ଲାପାଳଙ୍କ ଅଦଳବଦଳ ହୋଇଥିଲା । ସେହିପରି ଅକଟୋବର ୨୦୨୫ରେ ୧୫ ଜଣ ଅଧିକାରୀ ଟ୍ରାନ୍ସଫର ହୋଇଥିଲେ । ଆଉ ନୂଆ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବା ପରେ ମଧ୍ୟ ବଡ ଧରଣର ଅଦଳ ବଦଳ କରି ନିଜ ଟିମ୍ ଗଠନ କରିଥିଲେ ଅନୁ ଗର୍ଗ । ତା ବାଦ୍ ବି ଏଇ ଗୋଟିଏ ସପ୍ତାହରେ ବଦଳି ହେଲାଣି ୨ ଥର। ଯାହାକୁ ନେଇ ଉଠିଛି ପ୍ରଶ୍ନ ।
ଜଣେ ଆଇଏଏସ ବାବୁଙ୍କ ପାଖରେ ୪ ବିଭାଗ
ରାଜ୍ୟ ପ୍ରଶାସନିକ କଳରେ ଆଉ ଏକ ବ୍ୟତିକ୍ରମ ହେଉଛି ଜଣେ ଜଣେ ଆଇଏଏସ ବାବୁଙ୍କ ପାଖରେ ରହିଛି ୩ରୁ ୪ ବିଭାଗ। ବରିଷ୍ଠ ଆଇଏଏସ୍ ଅଫିସର ହେମନ୍ତ ଶର୍ମା ସର୍ବାଧିକ ବିଭାଗର ମୁଖ୍ୟ। ଗୁରୁତ୍ୱପୂର୍ଣ୍ଣ ଗୃହ, ଶିଳ୍ପ, ସୂଚନା ଓ ଲୋକସଂପର୍କ ଭଳି ବିଭାଗ ସହ ଇପିକଲର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।
ସେହିଭଳି ଉନ୍ନୟନ କମିଶନର ସହ ଯୋଜନା, ସଂଯୋଜନା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅଛନ୍ତି ଦେଓ ରଞ୍ଜନ ସିଂ। ସୁରେନ୍ଦ୍ର କୁମାର, ସଞ୍ଜୟ ସିଂ, ଅରବିନ୍ଦ ପାଢୀ, ଉଷା ପାଢୀ, ରାଜେଶ ପ୍ରଭାକର ପାଟିଲ, ବଲୱନ୍ତ ସିଂ ଭଳି ଅଧିକାରୀଙ୍କ ପାଖରେ ଦୁଇଟି ଲେଖାଏଁ ବିଭାଗର ଦାୟିତ୍ବ ରହିଛି। ରାଜ୍ୟରେ ଆଇଏଏସ ଅଧିକାରୀଙ୍କ ଅଭାବ ଯୋଗୁଁ ସମସ୍ୟା ଥିବା କଥା ସ୍ୱୀକାର କରିବା ସହ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ।
ଡିସେମ୍ବରର ବିଧାନସଭା ତଥ୍ୟ ଅନୁଯାୟୀ ରାଜ୍ୟରେ ୨୪୮ ଆଇଏଏସ୍ ପଦବୀ ଥିବା ବେଳେ ୪୬ ପଦବୀ ଖାଲି ପଡିଛି। ୧୭୫ ଅଧିକାରୀ ରାଜ୍ୟରେ କାର୍ଯ୍ୟରତ ଥିବା ବେଳେ ୨୭ ଜଣ ଏବେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି।
ଏହା ବାଦ୍ ନିକଟରେ ମନୋଜ ଆହୁଜା ଏବଂ ଜି ମାଥିଭାତନନଙ୍କ କାର୍ଯ୍ୟକାଳ ସରିଯାଇଛି। ପ୍ରଶାସନିକ କଳରେ ଏହି ଅଭାବକୁ ରାଜ୍ୟ ସରକାର କେମିତି ମ୍ୟାନେଜ କରୁଛନ୍ତି ତାହା ଦେଖିବାର କଥା।...
Robbery Motive Behind Anjali’s Murder: ଲୁଟ୍ ଉଦ୍ଦେଶ୍ୟରେ କିନ୍ନର ଅଞ୍ଜଳିଙ୍କୁ ମର୍ଡର, ହତ୍ୟାକାଣ୍ଡର ୧୧ ଦିନ ପରେ ମର୍ଡର ମିଷ୍ଟ୍ରି ଖୁଲାସା

Digital Arrest Drama: ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ, ୨୧ ଲକ୍ଷ ଟଙ୍କା ପଠାଇବାବେଳେ ଅଟକାଇଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ

Explosive Angle in Pitabas Murder Case: ଆଇନଜୀବୀ ପୀତବାସ ମର୍ଡର ମାମଲାରେ ବଡ଼ ଟ୍ବିଷ୍ଟ, ଜଣେ ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋକୁ ନେଇ ଚର୍ଚ୍ଚା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)