Advertisment

Robbery Motive Behind Anjali’s Murder: ଲୁଟ୍ ଉଦ୍ଦେଶ୍ୟରେ କିନ୍ନର ଅଞ୍ଜଳିଙ୍କୁ ମର୍ଡର, ହତ୍ୟାକାଣ୍ଡର ୧୧ ଦିନ ପରେ ମର୍ଡର ମିଷ୍ଟ୍ରି ଖୁଲାସା

ଲୁଟ୍ ପାଇଁ କିନ୍ନରଙ୍କୁ ମର୍ଡର। କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ଏଭଳି ଖୁଲାସା କରିଛି ପୋଲିସ। ହତ୍ୟାକାଣ୍ଡର ୧୧ ଦିନ ପରେ ଜଣେ ଅଭିଯୁକ୍ତକୁ ଗତରାତିରେ ପିପିଲି ପୋଲିସ୍ ଏନକାଉଣ୍ଟର କରିବା ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିଛି। ଏହି ମାମଲାରେ ୩ ଅଭିଯୁକ୍ତ ଥିବା ପୋଲିସ କହିଛି।

author-image
Tapan Swain
Murder

Murder Photograph: (OTV)

କିନ୍ନରକୁ ମାରିଥିଲେ ଗୁଳି ଖାଇଲେ । ଏନକାଉଣ୍ଟରରେ ଜଖମ ହେଲା ହତ୍ୟାକାରୀ କୃଷ୍ଣ କାଣ୍ଡି । ଲୁଟ୍ ପାଇଁ ଅଞ୍ଜଳିକୁ କରିଥିଲେ ହତ୍ୟା । ସୁରାକ ଦେଲା ଭ୍ୟାନିଟି ବ୍ୟାଗ୍ । ଧରାପଡ଼ିଲେ ଅଭିଯୁକ୍ତ । ଦୀର୍ଘ ୧୧ ଦିନ ପରେ କିନ୍ନର ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପିପିଲି ପୋଲିସ । ହତ୍ୟାକାରୀ କୃଷ୍ଣ କାଣ୍ଡିକୁ ଏନ୍କାଉଣ୍ଟର କରି ଧରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ସାନିଲ କାଣ୍ଡି ବି ଧରାପଡ଼ିଛି ।

Advertisment

ଲୁଟ୍ ଉଦ୍ଦେଶ୍ୟରେ ଅଞ୍ଜଳିକୁ ହତ୍ୟା କରାଯାଇଥିବା ପୋଲିସ କହିଥିବା ବେଳେ ତୃତୀୟ ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଛି ପୋଲିସ । କୋଣାର୍କ ଅଞ୍ଚଳର କୁଖ୍ୟାତ ଲୁଟେରା କୃଷ୍ଣ କାଣ୍ଡି । ଅଞ୍ଜଳି ମର୍ଡରରେ କୃଷ୍ଣ ସଂପୃକ୍ତ ଥିବା ଜାଣିବା ପରେ କାଲି ପୋଲିସ ଜାଲ ବିଛାଇଥିଲା । ପୋଲିସ କବଳରୁ ଖସିଯିବା ପାଇଁ କୃଷ୍ଣ ଗୁଳି ଚଳାଇଥିବା ବେଳେ ପୋଲିସର ପାଲଟା ଗୁଳିରେ ଜଖମ ହୋଇଛି । 

କାହିଁକି ଅଞ୍ଜଳିକୁ ହତ୍ୟା କରାଯାଇଥିଲା ଏବଂ କିଭଳି ସୁରାକ ମିଳିଲା ତାର ବିସ୍ତୃତ ତଥ୍ୟ ଦେଇଛି ପୋଲିସ । ୧ ତାରିଖ ରାତିରେ ସିଫା ନିକଟ ରାସ୍ତା କଡ଼ରେ ଅଞ୍ଜଳି ଛିଡ଼ା ହୋଇଥିବା ବେଳେ ତା ପାଖରେ ଏକ ବାଇକରେ ପହଞ୍ଚିଥିଲେ କୃଷ୍ଣ ଓ ତାର ଦୁଇ ସହଯୋଗୀ । ଉଦ୍ଦେଶ୍ୟ ଥିଲା ଲୁଟ୍ । ବାହାନା କରି ସେମାନେ ଅଞ୍ଜଳିକୁ ରାସ୍ତାଠାରୁ କିଛି ଦୂର ବାଲିଗଦା ପଛପଟକୁ ନେଇଯିବା ପରେ ତା ଭ୍ୟାନିଟି ବ୍ୟାଗ୍ ଛଡ଼ାଇଥିଲେ । ଏହାକୁ ନେଇ ୩ ଜଣଙ୍କ ସହ ଅଞ୍ଜଳିର ଧସ୍ତାଧସ୍ତି ହୋଇଥିଲା ।

Advertisment

ଚାପଡ଼ ବାହାର କରି ଅଞ୍ଜଳିକୁ ଚୋଟ ପକାଇଥିଲା

ଏତିକି ବେଳେ କୃଷ୍ଣ ଏକ ଚାପଡ଼ ବାହାର କରି ଅଞ୍ଜଳିକୁ ଚୋଟ ପକାଇବା ସହ ଭ୍ୟାନିଟି ଧରି ସେଠାରୁ ଚମ୍ପଟ ମାରିଥିଲା । ଚାପଡ଼ ଚୋଟ ଖାଇ ଗୁରୁତର ଅଞ୍ଜଳି ରାସ୍ତାରେ କିଛି ବାଟ ଦଉଡ଼ି ତଳେ ପଡ଼ିଯାଇଥିଲା । ଅନ୍ୟ ପକ୍ଷରେ ଭ୍ୟାନିଟିରୁ ଟଙ୍କା ବାହାର କରି ଖାଲି ବ୍ୟାଗ୍ଟିକୁ ଫିଙ୍ଗି ପଳାଇଥିଲେ କୃଷ୍ଣ, ସାନିଲ ଓ ତୃତୀୟ ଅଭିଯୁକ୍ତ ।

ପୋଲିସ ଭ୍ୟାନିଟିକୁ ପାଇ ସ୍ଥାନୀୟ ଲୋକଙ୍କୁ ଦେଖାଇବା ପରେ ୩ ଜଣ ଯୁବକ ଏହାକୁ ଫୋପାଡ଼ି ପଳାଇଥିବା ଜଣାପଡ଼ିଥିଲା । ଏଇଠୁ ହତ୍ୟାକାରୀଙ୍କ ସୁରାକ ପାଇଥିଲା ପୋଲିସ ଓ ଗତିବିଧି ଉଣ୍ଡି କାଲି ଏନକାଉଣ୍ଟର କରିଥିଲା। ଅନ୍ୟ ପକ୍ଷରେ ଦୀର୍ଘ ୧୧ ଦିନ ପରେ ଅଞ୍ଜଳି ହତ୍ୟାକାରୀକୁ ପୋଲିସ ଏନକାଉଣ୍ଟର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି କିନ୍ନର ସମାଜ ନେତ୍ରୀ ।

ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ଘଟିଥିବା ପୋଲିସ କହିଥିବା ବେଳେ ଏହା ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।




Murder Transgender
Advertisment
Related Articles
Advertisment