Advertisment

ସରକାରଙ୍କ ତଣ୍ଟିର କଣ୍ଟା କାଢିବାକୁ ଯାଇ ସରୋଜର ମୁଣ୍ଡ ଗଡାଇଲା କି SIT?

ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ସରୋଜ ସେଠୀର ଭଉଣୀଙ୍କ ବି ନିଜ ଭାଇକୁ ନିର୍ଦ୍ଦୋଷ ବୋଲି ବାରମ୍ବାର କହୁଛନ୍ତି। ମାଆ ବି କହୁଛନ୍ତି ପୁଅ ନିର୍ଦ୍ଦୋଷ। ସରୋଜ ସେଠୀର ଗିରଫଦାରୀ ପରଠୁ ଗୋଟିଏ କଥା ହିଁ କହିଆସୁଛନ୍ତି ଉଭୟେ।

author-image
Sarbeswar
ସରକାରଙ୍କ ତଣ୍ଟିର କଣ୍ଟା କାଢିବାକୁ ଯାଇ ସରୋଜର ମୁଣ୍ଡ ଗଡାଇଲା କି SIT?

pari murder case

ନୟାଗଡ: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ସରୋଜ ସେଠୀର ଭଉଣୀଙ୍କ ବି ନିଜ ଭାଇକୁ ନିର୍ଦ୍ଦୋଷ ବୋଲି ବାରମ୍ବାର କହୁଛନ୍ତି। ମାଆ ବି କହୁଛନ୍ତି ପୁଅ ନିର୍ଦ୍ଦୋଷ। ସରୋଜ ସେଠୀର ଗିରଫଦାରୀ ପରଠୁ ଗୋଟିଏ କଥା ହିଁ କହିଆସୁଛନ୍ତି ଉଭୟେ। ଏପରିକି ଅଭିଯୁକ୍ତ ସରୋଜ ବି ଅସ୍ୱୀକାର କରୁଥିଲା ଗତକାଲି କିନ୍ତୁ ସରକାରଙ୍କ ତଣ୍ଟିରେ କଣ୍ଟା ଭଳି ଲାଖିଥିବା ଏହି ମାମଲାରେ ମୁଣ୍ଡ ଖୋଜିବାକୁ ଯାଇ ସରୋଜ ସେଠୀ ହିଁ ଜଘନ୍ୟ ଅପରାଧର ମାଷ୍ଟରମାଇଣ୍ଡ ବୋଲି ଦାବି କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

Advertisment

ଆଉ ଆଜି ସରୋଜ ବିରୋଧରେ ବୋଥ୍ରା ଦର୍ଶାଇଥିବା ଲୋମଟାଙ୍କୁରା ଥିଓରୀକୁ ସମ୍ପୂର୍ଣ୍ଣ ମନଗଢ଼ା କହି ଅଭିଯୁକ୍ତର ମା ଉଠାଇଛନ୍ତି ନାନା ପ୍ରଶ୍ନ। ପ୍ରାୟ ୫ ମାସ ଧରି ଯେଉଁ ମାମଲାକୁ ନୟାଗଡ଼ ପୋଲିସ ତଦନ୍ତ କରୁଥିଲା, ମାତ୍ର ଅଳ୍ପ ଦିନରେ ବୋଥ୍ରା ଏତେ ତଥ୍ୟ ପାଇଲେ କେମିତି ? ନିର୍ଦ୍ଦୋଷ ପୁଅକୁ ମାଡ଼ ମାରି ଏବଂ ଡରେଇ ମିଛ କଥାରେ ହଁ ଭରିବାକୁ କାହିଁକି କୁହାଯାଉଛି ବୋଲି କହିଛନ୍ତି ଅଭିଯୁକ୍ତର ମାଆ ।

କେବଳ ସରୋଜର ପରିବାର ନୁହେଁ, ପରୀର ମାଓ ବାପା ବି ସମାନ ଢଙ୍ଗରେ ପ୍ରଶ୍ନ ଉଠାଇଛନ୍ତି । ଗିରଫ ଅଭିଯୁକ୍ତ ସେଭଳି ପିଲା ନୁହେଁ। ତାଙ୍କୁ ମୋହରା ବନାଯାଇଛି। ମାମଲାର ସିବିଆଇ ତଦନ୍ତ ଦାବି ହେବାରୁ ଏହା ନାଟକ ବୋଲି କହିଛନ୍ତି ସେମାନେ। ଘଟଣା ଦିନ ପରୀକୁ କାହ୍ନୁ ନାଏକ ନେଇଯାଇ ବାବୁଲି ନାୟକକୁ ଦେଇଥିବା ଦୁଇ ଜଣ ପିଲା କହୁଛନ୍ତି। ତେଣୁ ବାବୁଲି ନାୟକ ନେଇ ଅଙ୍ଗତସ୍କରୀ କରିଛି ବୋଲି ମନ୍ତବ୍ୟକୁ ଦୋହରାଇଛନ୍ତି ପୀଡ଼ିତାଙ୍କ ବାପା।

Advertisment

ପରୀର ମାଆ ବି ଉଠାଇଛନ୍ତି ପ୍ରଶ୍ନ। ଯଦି କେମିକାଲ ଦେଇ ଶରୀରର ଅଂଶକୁ ନଷ୍ଟ କରାଯାଇନାହିଁ ତେବେ ସାମାନ୍ୟ ବି ଗନ୍ଧ ହେଲାନି କେମିତି ? ଶରୀରର ବଳକା ଅଂଶ ଗଲା କୁଆଡ଼େ ? ଗିରଫ ସରୋଜ ଅସଲ ଅଭିଯୁକ୍ତ ନୁହେଁ ବୋଲି କହିଛନ୍ତି ପୀଡ଼ିତାଙ୍କ ମାଆ।

ତେବେ ଯଦୁପୁରର ଏହି କୁନି ଝିଅର ଅସଲ ଖୁନୀ କିଏ ? ବୋଥ୍ରାଙ୍କ କଥା ସତ ନା ପରୀର ବାପା ମା ଏବଂ ଅଭିଯୁକ୍ତର ପରିବାରର କଥା ସତ ?

ଏଭଳି ଦ୍ୱନ୍ଦ୍ୱ ଭିତରେ ବିରୋଧୀ ବି ନଛୋଡବନ୍ଧା। ପରୀକୁ ନ୍ୟାୟ ସହ ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଥିବା ବିଜେପି କଡ଼ା ସମାଲୋଚନା କରି କହିଛି। ଜଣେ ଅରୁଣଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ଅରୁଣ ସୁରକ୍ଷା ଦେଉଛନ୍ତି। ତେଣେ ତଦନ୍ତର ସ୍ଥିତି ସମ୍ପର୍କରେ ମୁଦା ଲଫାଫାରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ, ଏସ୍ଆଇଟି ମୁଖ୍ୟ ଏଭଳି ପ୍ରେସମିଟ୍ କରି ତଥ୍ୟର ଖୁଲାସା କରିବା ପଛରେ ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି କହିଛି କଂଗ୍ରେସ। ତେବେ ବିରୋଧୀଙ୍କ ମନ୍ତବ୍ୟ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଗତକାଲି ପାଲଟା ବିରୋଧୀଙ୍କୁ ସମାଲୋଚନା କରିଥିଲେ ବିଜେଡି ନେତା ପ୍ରତାପ ଦେବ।

Pari Murder Case Odisha
Advertisment
Advertisment