Advertisment

କାଲି ରାଜ୍ୟ ବଜେଟ୍; ତୈଳ ଦର ହ୍ରାସ ଲାଗି ଭାଟ୍ କମିବା ଆଶାରେ ସାଧାରଣ ଜନତା

ଭୁବନେଶ୍ୱର: ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥର ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯିବ। ଏଥରପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ମହାମାରୀ କରୋନା ପରେ ଆସୁଥିବା ଏହି ବଜେଟ୍‌ରୁ ଅନେକ କିଛି ଆଶା ରଖିଛନ୍ତି ବିଭିନ୍ନ ବର୍ଗ। ତେବେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ, ରାଜ୍ୟରେ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସରକାର କେଉଁ […]

author-image
Abinash Pati
କାଲି ରାଜ୍ୟ ବଜେଟ୍; ତୈଳ ଦର ହ୍ରାସ ଲାଗି ଭାଟ୍ କମିବା ଆଶାରେ ସାଧାରଣ ଜନତା

odisha budget

ଭୁବନେଶ୍ୱର: ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥର ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯିବ। ଏଥରପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ମହାମାରୀ କରୋନା ପରେ ଆସୁଥିବା ଏହି ବଜେଟ୍‌ରୁ ଅନେକ କିଛି ଆଶା ରଖିଛନ୍ତି ବିଭିନ୍ନ ବର୍ଗ। ତେବେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ, ରାଜ୍ୟରେ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସରକାର କେଉଁ ପଦକ୍ଷେପ ନେବେ ? କେଉଁ କ୍ଷେତ୍ରକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବେ ? ତା ଉପରେ ନଜର।

Advertisment

କରୋନା ମାଡ଼ରେ ଦୋହଲି ଯାଇଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ। ତଳମୁହାଁ ହୋଇଛି ଅଭିବୃଦ୍ଧି ହାର। କୃଷି, ଶିଳ୍ପ ଓ ସେବା କ୍ଷେତ୍ର ସବୁଆଡ଼େ କ୍ଷତି ହୋଇଛି ବୋଲି ୨୦୨୦-୨୧ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଇଯାଇଛି। ଏପଟେ ମୁଣ୍ଡପିଛା ଆୟ କମିଥିବା ବେଳେ, ସେପଟେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢ଼ାଇଛି ଶହେ ମୁହାଁ ହୋଇଥିବା ପେଟ୍ରୋଲ ଓ ଡିଜେଲ୍ ଦର।

ଆସନ୍ତାକାଲି ବଜେଟ୍‌ ଉପସ୍ଥାପନ ହେବାକୁ ଥିବା ବେଳେ ସାଧାରଣ ଲୋକଙ୍କ ବଜେଟ୍ ଆଶା ହେଲା- ରାଜ୍ୟ ସରକାର ତେଲ ଉପରୁ ଭାଟ୍ ହ୍ରାସ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବେ। ଏଥିସହ ପ୍ରବାସ ଫେରନ୍ତାଙ୍କୁ ଦୃଷ୍ଟିରେ ରଖି, ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସରକାର କିଛି ସ୍ୱତନ୍ତ୍ର ସ୍କିମ୍ ଆଣିବେ।

Advertisment

ଆସନ୍ତାକାଲି ବଜେଟ୍‌କୁ ନେଇ ଉଠା ଦୋକାନୀ ସଞ୍ଜୟ କୁମାର ପୃଷ୍ଠି କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ତେଲ ଦର ବଢ଼ାଇଲେ। ଏଥିପାଇଁ ନାନା ହଇରାଣ ହେଉଛି। ଯଦି ରାଜ୍ୟ ସରକାର ଟିକସ କମାନ୍ତେ ତେବେ ଭଲ ହୁଅନ୍ତା। ସେହିପରି ଭୁବନେଶ୍ୱର ବାସିନ୍ଦା ସମିଶ କୁମାର ମହାନ୍ତିଙ୍କ ବଜେଟ୍ ଆଶା ହେଲା ଆମ ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେଉ। ଆମ ପିଲମାନେ ଆମ ରାଜ୍ୟରେ କାମ କରନ୍ତୁ। ଏଥିପାଇଁ ରାଜ୍ୟ ସରକାର କିଛି ପଦକ୍ଷେପ ନିଅନ୍ତୁ ବୋଲି ସମିଶ କହିଛନ୍ତି।

କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ  ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ଏହି ସବୁ କ୍ଷେତ୍ରକୁ ମାନ୍ଦା କରିଦେଇଥିଲା ମହାମାରୀ କରୋନା। ତେବେ କେନ୍ଦ୍ର ସରକାର ଏସବୁକୁ ଟ୍ରାକ୍‌କୁ ଆଣିବାକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବା ବେଳେ, ରାଜ୍ୟ ସରକାର କରୋନା ପରବର୍ତ୍ତୀ ବଜେଟ୍‌ରେ କେଉଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ଏବଂ କେଉଁ କ୍ଷେତ୍ରରେ କିଭଳି ବ୍ୟୟବରାଦ କରୁଛନ୍ତି, ତା ଉପରେ ବି ନଜର ରହିବ।

ହେଲେ ବଜେଟକୁ ନେଇ ଚାଷୀର ଆଶା ହେଲା ମଣ୍ଡିର ବ୍ୟବସ୍ଥା ସହିତ ଜଳ ସେଚନ ଉପରେ ବ୍ୟବସ୍ଥା କରାଯାଉ। ତା ସହିତ ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ସହିତ ଠିକ୍ ସମୟରେ ବିହନ ଯୋଗାଇବା ଓ ସାର ବିଷ ଚାଷୀକୁ ଯୋଗାଇ ଦିଆଯାଉ ବୋଲି ଜଣେ ଚାଷୀ ଦୋଳଗୋବିନ୍ଦ ପ୍ରଧାନ କହିଛନ୍ତି।

କୃଷିରେ ସଂସ୍କାର ଓ ଶିଳ୍ପକୁ ସୁଧ ରିହାତି ଆଦି ଆବଶ୍ୟକ ଥିବା ବିଶେଷଜ୍ଞ ମତ ଦେଇଥିବା ବେଳେ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଅଧିକ ବ୍ୟୟବରାଦର କେତେ ଆବଶ୍ୟକତା ରହିଛି, ତାହା କରୋନା କାଳରେ ସରକାର ନିଶ୍ଚୟ ଉପଲବ୍ଧି କରିଥିବେ ବୋଲି ବିଶେଷଜ୍ଞ କହିଛନ୍ତି।

ଶିଳ୍ପକୁ ମାନ୍ଦାରୁ ଫେରାଇ ଆଣିବା ପାଇଁ ବଜେଟ୍‌ର ରାଜ୍ୟ ସରକାର ଏକ ପ୍ୟାକେଜ୍‌ ଦିଅନ୍ତୁ ବୋଲି ୟୁସିସିଆଇ ପୂର୍ବତନ ସଭାପତି ରମେଶ ମହାପାତ୍ର କହିଛନ୍ତି। ରାଜ୍ୟରେ ଅନେକ ଏମ୍‌ଏସ୍‌ଏମ୍‌ଇ ରୁଗ୍‌ଣ ଅବସ୍ଥାରେ ଅଛି। ଅନେକ ବନ୍ଦ ହୋଇଗଲାଣି। ତେଣୁ ଏହାକୁ ଉଦ୍ଧାର କରିବା ରାଜ୍ୟ ସରକାର  କିଛି ସବ୍‌ସିଡି ଯୋଜନା କରନ୍ତୁ। ଫଳରେ ଏଗୁଡ଼ିକ ଟ୍ରାକ୍‌କୁ ଫେରିଆସିବ। ଖାଲି ଲୋନ୍ ଦେଇଦେଲେ କିଛି ହେବ ନାହିଁ ବୋଲି ରମେଶ ମହାପାତ୍ର କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୁଧାରିବା ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଭରତ ପାଣିଗ୍ରାହୀ। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବଜେଟ୍‌କୁ ବଢ଼ାନ୍ତୁ। ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଉପରେ ଧ୍ୟାନ ଦିଅନ୍ତୁ। ଖାଲି ମେଡିକାଲ କଲେଜ୍‌ ଖୋଲିଦେଲେ ହେବନି କ୍ୱାଲିଟି ମଣ୍ଟେନ୍ ନିହାତି ଆବଶ୍ୟକ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଆସନ୍ତାକାଲି ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢ଼ିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ନଜର ରହିଛି।

ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା, ସରକାର ଏମ୍ଏସ୍ଏମ୍ଇକୁ ପ୍ରୋତ୍ସାହନ, କୃଷି କ୍ଷେତ୍ରରେ କୋଲ୍‌ଡ ଚେନ୍ ଏବଂ ଶିଳ୍ପ ସଂସ୍ଥାଙ୍କୁ ଆକୃଷ୍ଟ କରିବା ପାଇଁ ଇଜ୍ ଅଫ୍ ଡୁଇଂ ବିିଜିନେସ୍ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଏନେଇ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ସାହୁ କହିଛନ୍ତି ଯେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଳ୍ପ ଏଗୁଡ଼ିକ ଗୁରୁତର ଦିଗ। ଏ ଦିଗରେ ଧ୍ୟାନ ଦିଆଯିବା ଦରକାର। ତା ଛଡ଼ା ନିଯୁକ୍ତି ମଧ୍ୟ ଏକ ବଡ଼ କଥା ବୋଲି ଶ୍ରୀ ସାହୁ କହିଛନ୍ତି।

ଆକଳନ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ମୋଟ ଋଣ ପରିମାଣ ଜିଡିପିର ୨୨.୨ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୩୭ ହଜାର ୫୪୪ କୋଟି ହେବାକୁ ଯାଉଥିବା ବେଳେ, ଏହାର ପରିଚାଳନା ବି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ରିପୋର୍ଟ:- ରମାକାନ୍ତ ମହାନନ୍ଦ, କପିଳେନ୍ଦ୍ର ପ୍ରଧାନ

Odisha Budget 2021
Advertisment
Advertisment