Advertisment

ରାତି ପାହିଲେ ଖୋଲିବ ନିର୍ମଳାଙ୍କ ପେଡ଼ି !

ନୂଆଦିଲ୍ଲୀ: କଣ ହେବ କେନ୍ଦ୍ର ବଜେଟ୍‌ର ରୂପରେଖ? ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡିରେ ରହିଛି କଣ? କରୋନା ମାଡ଼ରେ ଧ୍ୱସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲାଗି କି ପଦକ୍ଷେପ ନେବେ ନିର୍ମଳା? ବିକାଶ ଦର ତ୍ୱରାନ୍ୱିତ ଲାଗି କେଉଁ କେଉଁ କ୍ଷେତ୍ରକୁ ତେବେ ଗୁରୁତ୍ୱ ? ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଅର୍ଥମନ୍ତ୍ରୀଙ୍କ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ଋଣାତ୍ମକ ବିକାଶ ଦରକୁ ଅତିକ୍ରମ କରି ସ୍ୱାଭାବିକସ୍ତରକୁ ଆଣିବା ଇତି ମଧ୍ୟରେ ଭାରତୀୟ ଅର୍ଥନୀତିରେ ସକାରାତ୍ମକ ସଂକେତ […]

author-image
Chandan Shishu
ରାତି ପାହିଲେ ଖୋଲିବ ନିର୍ମଳାଙ୍କ ପେଡ଼ି !

nirmal

ନୂଆଦିଲ୍ଲୀ: କଣ ହେବ କେନ୍ଦ୍ର ବଜେଟ୍‌ର ରୂପରେଖ? ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡିରେ ରହିଛି କଣ? କରୋନା ମାଡ଼ରେ ଧ୍ୱସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲାଗି କି ପଦକ୍ଷେପ ନେବେ ନିର୍ମଳା? ବିକାଶ ଦର ତ୍ୱରାନ୍ୱିତ ଲାଗି କେଉଁ କେଉଁ କ୍ଷେତ୍ରକୁ ତେବେ ଗୁରୁତ୍ୱ ? ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଅର୍ଥମନ୍ତ୍ରୀଙ୍କ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ଋଣାତ୍ମକ ବିକାଶ ଦରକୁ ଅତିକ୍ରମ କରି ସ୍ୱାଭାବିକସ୍ତରକୁ ଆଣିବା ଇତି ମଧ୍ୟରେ ଭାରତୀୟ ଅର୍ଥନୀତିରେ ସକାରାତ୍ମକ ସଂକେତ ମିଳିସାରିଲାଣି।

Advertisment

୨୧-୨୨ରେ ବର୍ଷରେ ଭାରତ ପୁଣି ବିଶ୍ୱରେ ଦ୍ରୁତତମ ବିକାଶ ଦର ହାସଲ କରିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMF ଆକଳନ କରିଛି। ଏହି ସମୟରେ ଦେଶର ଜିଡିପି ୧୧.୫ ପ୍ରତିଶତ ବଢିବା ପୂର୍ବାନୁମାନ କରାଯାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ବି ସମାନ କଥା କୁହାଯାଇଛି। ଏହି ବିକାଶ ଦର ହାସଲ ଲାଗି ଅର୍ଥମନ୍ତ୍ରୀଙ୍କୁ ଯେଉଁ ପ୍ରମୁଖ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ ତାହା ହେଉଛି ନିଯୁକ୍ତି ଓ ଲୋକଙ୍କ ହାତକୁ ଅର୍ଥ।

ସେଥିଲାଗି ବିପୁଳ ନିଯୁକ୍ତି ସୃଷ୍ଟି କରିପାରୁଥିବା ରେଳ, ଜାତୀୟ ରାଜପଥ, ଜଳସେଚନ, ଟେଲିକମ୍ ଭଳିଭିତ୍ତି ଭୂମି ବିକାଶ କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି। ସେହିପରି ମଧ୍ୟବିତ୍ତଙ୍କ ପକେଟକୁ ଟଙ୍କା ଦେବା ଲାଗି ଅର୍ଥମନ୍ତ୍ରୀ ଆୟକର ରିହାତି ଦେଇପାରନ୍ତି। କରୋନା ଓ ଏହା ପରବର୍ତ୍ତୀ ସ୍ଥିତିରେ ସ୍ୱାସ୍ଥ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଫୋକସରେ ରହିବ। ଏହା ବ୍ୟତିତ ଶିକ୍ଷା ଓ କୃଷି କ୍ଷେତ୍ର ପ୍ରତି ଅର୍ଥମନ୍ତ୍ରୀ ବିଶେଷ ଧ୍ୟାନ ଦେବା ଆଶା କରାଯାଉଛି। କରୋନା କାଳରେ ବଡ଼ବଡ଼ ଶିଳ୍ପପତି ଓ ବ୍ୟବସାୟୀ ଲାଭବାନ ହୋଇଥିବା ବେଳେ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା MSME କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଅର୍ଥମନ୍ତ୍ରୀ ଏଥିପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି।

Advertisment
ଇନ୍‌ଫ୍ରାଷ୍ଟକଚର୍‌ରେ ଅଧିକ ଖର୍ଚ୍ଚ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ୫ ବର୍ଷ ପାଇଁ ହସ୍ପିଟାଲ ଓ ଚିକିତ୍ସା ଦିଗରେ ଖର୍ଚ୍ଚ କରିବା ଆବଶ୍ୟକ। ଫଳରେ ଲୋକଙ୍କ ପାଖରେ ଡାକ୍ତରୀ ସେବା ଅଧିକରୁ ଅଧିକ ପହଞ୍ଚିପାରିବ।
-ରାଜୀବ ସାହୁ, ଚାଟାର୍ଡ ଆକାଉଣ୍ଟେନ୍

ସେପଟେ କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାର ଭାଗ କଣ ରହିବ ତା ଉପରେ ବି ନଜର ରହିଛି। ରାଜ୍ୟରେ ରେଳବାଇର ବିକାଶ ଲାଗି ଓଡ଼ିଶା ସରକାର ଏଥର ୭ହଜାର ୨ଶହ କୋଟି ଟଙ୍କା ଦାବି କରିଛନ୍ତି। ସେହିପରି ଅନଗ୍ରସର ଅଚଂଳରେ ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ଲାଗି ୫୬୫୦ କୋଟି ରାଜ୍ୟ ସରକାର ଦେବାକୁ କହିଛନ୍ତି। ପ୍ରତି ପଂଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ଜାତୀୟ ରାଜପଥ ନିର୍ମାଣ ଓ ରକ୍ଷାଣବେକ୍ଷଣ, ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲାଗି ଅଧିକ ଅର୍ଥ ଦାବି ସହ କେନ୍ଦ୍ର ପବର୍ତ୍ତିତ ଯୋଜାନଗୁଡିକ ଲାଗି ଉତ୍ତର-ପୂର୍ବ ରାଜ୍ୟଙ୍କ ଭଳି ଓଡିଶାକୁ ବି ୯୦-୧୦ ଅନୁପାତରେ ଅର୍ଥଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

ଓଡ଼ିଶାକୁ ୭୨୦୦ କୋଟି ଟଙ୍କା ଦେଲେ ଅଧିକ କିଛି କାମ ବିଶେଷ କରି ରେଲୱେ କ୍ଷେତ୍ର ଖର୍ଚ୍ଚରେ ସହାୟତା ହୋଇପାରିବ।  ୯୦-୧୦ ଅନୁପାତରେ ଅର୍ଥଦେବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ।
-ପଦ୍ମନାଭ ବେହେରା, ଯୋଜନା ଓ ସଂଯୋଜନ ମନ୍ତ୍ରୀ

https://twitter.com/otvkhabar/status/1355889533871562755?s=20

କରୋନା ମହାମାରୀ ମାଡ଼ରେ ସାରା ବିଶ୍ୱର ଅର୍ଥନୀତି ଧରାଶାୟୀ ହୋଇଥିବା ବେଳେ ୧୩୦କୋଟିରୁ ଅଧିକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଭାରତରେ ସ୍ଥିତି ଅତି ସଂଗୀନ ରହିଛି। ଅର୍ଥନୀତିକୁ ଏଭଳି ଦୁଃସ୍ଥିତିରୁ ମୁକୁଳେଇବା ଲାଗି ଯାଦୁକରୀ ସ୍ପର୍ଶର ଆବଶ୍ୟକତା ଥିବା କୁହାଯାଉଛି। ସେଥିଲାଗି ନିର୍ମଳାଙ୍କ ବଜେଟ୍ ପେଡି ଉପରେ ସାରା ଦେଶର ନଜର ରହିଛି। ଅର୍ଥମନ୍ତ୍ରୀ ଦେଶବାସୀଙ୍କ ଆଶାଆକାଂକ୍ଷା ପୂରଣ କରିପାରୁଥିବା କିଭଳି ବଜେଟ କରିଛନ୍ତି, ଆସନ୍ତାକାଲି ଦିନ ୧୧ଟାରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପିତ ହେବା ପରେ ହିଁ ତାହା ସ୍ପଷ୍ଟ ହେବ।

ହରିହର ଚାନ୍ଦଙ୍କ ରିପୋର୍ଟ
Union Budget 2021
Advertisment
Advertisment