Advertisment

ଅଷ୍ଟମ ଥର ବିଜେଡି ସଭାପତି ହୋଇଥିବା ନବୀନଙ୍କ ସାମ୍ନାରେ ଏହିସବୁ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: କ୍ରମାଗତ ଅଷ୍ଟମ ଥର ବିଜେଡି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ନବୀନଙ୍କୁ ଆଜି ସଭାପତି ଘୋଷଣା କରାଯାଇଛି। ଦଳକୁ ଆଗକୁ ନେବା ପାଇଁ ଉତ୍ତରାଧିକାରୀ ଚୟନ, ବରିଷ୍ଠ-କନିଷ୍ଠ ମଧ୍ୟରେ ସମନ୍ୱୟ ରକ୍ଷା ଓ ଦଳରେ ଥିବା ଅସନ୍ତୋଷକୁ ଦୂର କରିବା ଏବେ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରିଛି ବିଜେଡି। ନବୀନ ପଟ୍ଟନାୟକଙ୍କୁ […]

author-image
Abinash Pati
ଅଷ୍ଟମ ଥର ବିଜେଡି ସଭାପତି ହୋଇଥିବା ନବୀନଙ୍କ ସାମ୍ନାରେ ଏହିସବୁ ଚ୍ୟାଲେଞ୍ଜ୍

g

ଭୁବନେଶ୍ୱର: କ୍ରମାଗତ ଅଷ୍ଟମ ଥର ବିଜେଡି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ନବୀନଙ୍କୁ ଆଜି ସଭାପତି ଘୋଷଣା କରାଯାଇଛି। ଦଳକୁ ଆଗକୁ ନେବା ପାଇଁ ଉତ୍ତରାଧିକାରୀ ଚୟନ, ବରିଷ୍ଠ-କନିଷ୍ଠ ମଧ୍ୟରେ ସମନ୍ୱୟ ରକ୍ଷା ଓ ଦଳରେ ଥିବା ଅସନ୍ତୋଷକୁ ଦୂର କରିବା ଏବେ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରିଛି ବିଜେଡି।

Advertisment

publive-image

ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ସଭାପତି କରିବାକୁ ବସିଥିଲା ରାଜ୍ୟ ପରିଷଦ। ବୈଠକ ଯୋଗ ଦେଇଥିଲେ ୩୫୫ ସଦସ୍ୟ। ବୈଠକରେ ଷ୍ଟେଟ ରିଟର୍ଣ୍ଣିଂ ଅଫିସର୍ ପ୍ରତାପ ଦେବ ନବୀନଙ୍କୁ ସଭାପତି ଘୋଷଣା କରିଥିଲେ।  ପରରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଦଳୀୟ ନେତା ଓ କର୍ମୀ। ଆଜି ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନା ମଧ୍ୟ ଘୋଷଣା କରାଯାଇଛି। ତେବେ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ସେହିପରି ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି କାର୍ଯ୍ୟକାରିଣୀରେ ମାତ୍ର ୯ ଜଣ ମହିଳାଙ୍କୁ ସାମିଲ କରିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

publive-image

ବିଜୁବାବୁଙ୍କ ଦେହାନ୍ତ ପରେ ୧୯୯୭ରେ ଦଳ ଗଠନ ହେବା ପରଠାରୁ ନବୀନ ହିଁ ବିଜେଡିର ସଭାପତି ରହି ଆସିଛନ୍ତି। ସେହିପରି ୨୦ ବର୍ଷ ଧରି ଦଳ କ୍ଷମତାରେ ରହି ଆସିଛି। ତେବେ ଅଷ୍ଟମ ଥର ସଭାପତି ହେବା ପରେ ନବୀନଙ୍କ ଆଗରେ ରହିଛି ଅନେକ ଚ୍ୟାଲେଂଜ।

Advertisment

ସବୁଠୁ ବଡ଼ ଚ୍ୟାଲେଂଜ ହେବାକୁ ଯାଉଛି ଆଗାମୀ ଦିନରେ କିଏ ଧରିବ ଦଳର ମଙ୍ଗ କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ।

ନବୀନ ପୂର୍ବରୁ କହିଛନ୍ତି ତାଙ୍କ ବିନା ଦଳ ଚାଲିବ ଓ ଦଳ ଭିତରୁ ହିଁ ଉତ୍ତରାଧିକାରୀ ଚୟନ କରାଯିବ। ଏହାସତ୍ତ୍ୱେ ଏହାର ସଠିକ୍ ଉତ୍ତର କାହା ପାଖରେ ନାହିଁ। ସେପଟେ ଦଳକୁ ଆଗକୁ ନେବାକୁ କୋର୍ ଟିମ୍‌ରେ କାହାକୁ ନେବେ, ଦଳରେ ଥିବା ଅସନ୍ତୋଷକୁ କିଭଳି ପ୍ରଶମିତ କରାଯିବ ଏବଂ ଦଳ ଆଗାମୀ ଦିନରେ ରାଜ୍ୟବାସୀଙ୍କ ନିକଟରେ କେମିତି ନିଜ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବ, ତାସହିତ ପୌର ଓ ପଂଚାୟତ ନିର୍ବାଚନ ନବୀନଙ୍କ ପାଇଁ ଚ୍ୟାଲେଂଜ ହେବ।

publive-image

ନବୀନ ସଭାପତି ନିର୍ବାଚିତ ହେବା ସହ ସାଂଗଠନିକ ନିର୍ବାଚନ ସରିଛି। କିଛି ଦିନ ମଧ୍ୟରେ ଦଳର ଉପସଭାପତି, ସାଧାରଣ ସଂପାଦକ, ସଂପାଦକ  ଓ ଯୁବ, ଛାତ୍ର ,ମହିଳା ଓ୍ୱିଙ୍ଗ୍ ସଭାପତି ଓ ଟିମ୍ ଘୋଷଣା କରାଯିବ।

Advertisment
Advertisment