Advertisment

କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା, କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ବାତ୍ୟା ୟାସ୍ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ। ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ସୂଚନା ଦେଇଛନ୍ତି। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ପାରାଦୀପଠୁ ପାଖାପାଖି ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍। […]

author-image
Chandan Shishu
କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା, କହିଲା ପାଣିପାଗ ବିଭାଗ

cyclone-yaas

ଭୁବନେଶ୍ୱର: ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ବାତ୍ୟା ୟାସ୍ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ। ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ସୂଚନା ଦେଇଛନ୍ତି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ପାରାଦୀପଠୁ ପାଖାପାଖି ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍। ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି ୟାସ। ଆଜି ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ ବୋଲି ଅପଡେଟ୍ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ୨୬ ତାରିଖ ଦ୍ୱିପ୍ରହରରେ ସାମୁଦ୍ରିକ ଝ଼ଡ ୟାସ ପାରାଦୀପ- ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୟାସ ବାଲେଶ୍ୱର ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ। ଏହା ବାଦ୍ ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦/୫୦ କିମି ପବନ ହେବ ବୋଲି କହିବା ସହ ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢ଼ିବ, ୮୦ କିମି ଛୁଇଁପାରେ। ୨୬ ସକାଳୁ ପବନ ବେଗ ବଢ଼ି ୧୨୦ରୁ ୧୩୦ କିମି ହେବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି।

Advertisment

ଉପକୂଳ ଛୁଇଁଲା ବେଳକୁ ପବନ ବେଗ ସର୍ବାଧିକ ୧୫୫ରୁ ୧୮୫ ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ପଡ଼ିବ। ସଂପୃକ୍ତ ୪ ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ। ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ବହିବ। ଏହା ସହ ଦକ୍ଷିଣ ଓଡ଼ିଶାର ଗଂଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ଆସନ୍ତାକାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ।

Cyclone Yass
Advertisment
Advertisment