Advertisment

ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ନିଜସ୍ୱ ମିଶନରେ ସରକାରୀ କଳ ଆଇନ୍ ଆଗରେ ଅପରାଧୀ ସଜେଇ ଅଡିଓରେ ଦୁଇ ଜଣଙ୍କୁ ଗିରଫ ପରେ ଦୁଇ ସାଧାରଣ ଲୋକଙ୍କୁ ଆଜି ଝାରପଡ଼ା ଜେଲ୍‌ରୁ ତିନିଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ହେଲେ ଏବେ ବି ପୋଲିସ୍ ସେମାନଙ୍କଠୁ କେଉଁ ଷଡ଼ଯନ୍ତ୍ରର ଥିଓରୀ ଜାଣିବାକୁ ଚାହୁଁଛି ତାକୁ ନେଇ ଆଇନ୍‌ଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛଛନ୍ତି। ଏପଟେ ପୁଲିସିଆ ଜୁଲୁମ୍‌ରେ ତ୍ରସ୍ତ ଗିରଫ ଲକ୍ଷ୍ମୀକାନ୍ତ ବେହାରଙ୍କ ପରିବାର ପୁଅ କଥା ଭାବି […]

author-image
Abinash Pati
ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ploce

ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ନିଜସ୍ୱ ମିଶନରେ ସରକାରୀ କଳ ଆଇନ୍ ଆଗରେ ଅପରାଧୀ ସଜେଇ ଅଡିଓରେ ଦୁଇ ଜଣଙ୍କୁ ଗିରଫ ପରେ ଦୁଇ ସାଧାରଣ ଲୋକଙ୍କୁ ଆଜି ଝାରପଡ଼ା ଜେଲ୍‌ରୁ ତିନିଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ହେଲେ ଏବେ ବି ପୋଲିସ୍ ସେମାନଙ୍କଠୁ କେଉଁ ଷଡ଼ଯନ୍ତ୍ରର ଥିଓରୀ ଜାଣିବାକୁ ଚାହୁଁଛି ତାକୁ ନେଇ ଆଇନ୍‌ଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛଛନ୍ତି। ଏପଟେ ପୁଲିସିଆ ଜୁଲୁମ୍‌ରେ ତ୍ରସ୍ତ ଗିରଫ ଲକ୍ଷ୍ମୀକାନ୍ତ ବେହାରଙ୍କ ପରିବାର ପୁଅ କଥା ଭାବି ଭାବି ବାପା ଏବେ ଶଯ୍ୟାଶାୟୀ।

Advertisment

ଲକ୍ଷ୍ମୀକାନ୍ତ ଗିରଫ ହେବା ପରଠୁ ଯେମତି ଦୁର୍ଦ୍ଦଶାର ପାହାଡ଼ ଛିଡ଼ି ପଡ଼ିଛି ପୂରା ପରିବାର ଉପରେ। ଦୁଇ ବର୍ଷ ତଳେ ୧୬ ବର୍ଷର ପୁଅ ଆରପାରିକୁ ଚାଲିଯାଇଥିଲା। ନିଜେ ମହାମାରୀ କବଳରୁ ମୁକୁଳି ଏଇ କିଛି ଦିନ ତଳେ ଘରକୁ ଫେରିଥିଲେ। ଘରେ ରୋଗୀଣା ବାପ-ମା। ହେଲେ ତା ଉପରେ ପୁଣି ବ୍ରିଟିଶ୍ ଶାସନ ଭଳି ପୁଲିସିଆ ଜୁଲୁମ୍। ପରିବାର ଲୋକେ ଏବେ ବି ବୁଝି ପାରୁ ନାହାନ୍ତି ସେ ଏମିତି କଣ କଲେ ଯେ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଭଳି ଲକ୍ଷୀକାନ୍ତଙ୍କୁ ବାନ୍ଧି ନେଲା?

କରୋନା ଗ୍ରାସିଥିବା ବେଳେ କେବଳ ହସ୍ପିଟାଲ୍ ବେଳର ଅନୁଭୂତି ତ କେବଳ ବାଣ୍ଟିଥିଲେ ସାଙ୍ଗ ବିଶ୍ୱଜିତ୍‌ଙ୍କ ସହ ସେଇଟା କଣ ଏତେ ବଡ଼ ଅପରାଧ? ସେଇ ବାର୍ତ୍ତାଳାପର ଅଡିଓକୁ ଯଦି କେହି ଭାଇରାଲ୍ କଲା ସେଥିପାଇଁ ସେ ଦୋଷୀ କେମିତି ? ଗୋଟିଏ ବ୍ୟବସ୍ଥା ଏତେ ଚିନ୍ତାଶୂନ୍ୟ-ହୃଦୟହୀନ ହୋଇପାରେ କେମିତି? ବାକ୍ ସ୍ୱାଧୀନତା ବୋଲି ଏ ଦେଶରେ କିଛି ବି କଣ ନାହିଁ ? ପୁଅକୁ ପୋଲିସ୍ ଘରୁ ଉଠାଇନେବା ପରଠୁ ଏସବୁ ପ୍ରଶ୍ନର ଉତ୍ତର ଖୋଜି ଖୋଜି ବୁଢ଼ା ବାପ ଶଯ୍ୟାଶାୟୀ।

Advertisment

ପିଲାଛୁଆ ସହ ଭୟ-ଆଶଙ୍କାରେ ଥରୁଛନ୍ତି ପୂରା ପରିବାର। ଏତେ ପରେ ବି ଭାଇ ଗୁହାରୀ କରିଛନ୍ତି। ଯଦି ବି କିଛି ଭୁଲ୍ ଅଛି ବୋଲି ବ୍ୟବସ୍ଥା ଭାବୁଛି, ନିର୍ଦ୍ଦୟ ନହୋଇ ଭାଇକୁ ଛାଡ଼ି ଦିଅନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଲକ୍ଷ୍ମୀଙ୍କ ଭାଇ କହିଛନ୍ତି।

ହେଲେ ଏପଟେ ବ୍ୟବସ୍ଥା କିନ୍ତୁ ତା ମିଶନ୍‌ରେ। ଆଇନ୍ ଆଗରେ ଅପରାଧୀ ସଜେଇ ଭାଇରାଲ୍ ଅଡିଓରେ ଥିବା ବିଶ୍ୱଜିତ୍ ମହାନ୍ତି ଓ ଲକ୍ଷ୍ମୀକାନ୍ତଙ୍କୁ ଆଜି ଝାରପଡ଼ା ଜେଲ୍‌ରୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍।

ଧର୍ତ୍ତବ୍ୟ ଅପରାଧୀଙ୍କ ଭଳି ବ୍ୟବହାର ଗଣମାଧ୍ୟମ ଆଗରେ ମୁହଁ ଖୋଲିବାର ବି ସୁଯୋଗ ନାହିଁ। ବରିଷ୍ଠ ଆଇନ୍‌ଜୀବୀ ବି ଆଶ୍ଚର୍ଯ୍ୟ ଯେ ପୋଲିସ୍ ଭାଇରାଲ୍ ଅଡିଓରୁ ଏମିତି ଷଡ଼ଯନ୍ତ୍ରର କେଉଁ ଥିଓରୀ କାଢିବାକୁ ଚାହୁଁଛି, ଯେ ରିମାଣ୍ଡରେ ନେଇ ଜେରାର Eବଶ୍ୟକତା ପଡୁଛି ନା ଓଟିଭି ବିରୋଧରେ ବଡ଼ ଷଡ଼ଯନ୍ତ୍ରର ଇଏ ଅଂଶବିଶେଷ। ବାକ୍ ସ୍ୱାଧୀନତାର ହତ୍ୟାକୁ ନେଇ ବି ଚିନ୍ତାରେ ବରିଷ୍ଠ ସାମ୍ବାଦିକ।

ଅପରପକ୍ଷେ ବିଶ୍ୱଜିତ୍‌ଙ୍କୁ ଗିରଫଦାରୀ ପରଠୁ ତାଙ୍କ ଭୁବନେଶ୍ୱର ସ୍ଥିତ ଘରେ ତାଲା ଝୁଲୁଛି। ଏସବୁ ଭିତରେ ଆଜି ବିଜେପି ଓ କଂଗ୍ରେସର ପୃଥକ ଟିମ୍ ଲକ୍ଷ୍ମୀକାନ୍ତଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ପୋଲିସ୍‌ର ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ଦୃଢ଼ ନିନ୍ଦା କରିଛନ୍ତି.

ଏବେ ଦେଖିବାର କଥା ନିଜ ଅହଙ୍କାରକୁ କେବେ ଛାଡୁଛି ବ୍ୟବସ୍ଥା। ଆଇନ୍‌କୁ ମାଡ଼ିମକଚି ନିଜ ମନମର୍ଜିରେ ନେବାର ଅପଚେଷ୍ଟାରୁ କେବେ ଓହରି ସଦ୍‌ବୁଦ୍ଧି ଜାଗ୍ରତ ହେଉଛି।

Advertisment
Advertisment