/odishatv-khabar/media/post_attachments/uploadimage/library/16_9/16_9_0/amaresh_1625390748.jpg)
amaresh
ଭୁବେନଶ୍ୱର: କରୋନା ଅନୁଭୂତିକୁ ନେଇ ଭାଇରାଲ ଅଡିଓ ସଂପର୍କିତ ମାମଲାରେ ଆଜି ପୁଣି କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ଓଟିଭି ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳ। ଅମରେଶଙ୍କୁ ଆଜି ୩ ଘଣ୍ଟାରୁ ଅଧିକ ସମୟ ଜେରା କରିଛି ପୋଲିସ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅମରେଶ ଥାନାରେ ହାଜର ହୋଇଥିଲେ।
ଏହା ପୂର୍ବରୁ ମଧ୍ୟ ପୁଲିସ ଅମରେଶଙ୍କୁ ୪ ଘଣ୍ଟା ପାଇଁ ଜେରା କରିସାରିଛି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଗତ ୧୭ ତାରିଖରେ ଓଟିଭି କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ ତଦନ୍ତରେ ସହଯୋଗ କରିବାକୁ କହିଥିଲେ। ସେହି ଅନୁସାରେ, ଅମରେଶ ଥାନାରେ ହାଜର ହୋଇଥିଲେ। ଅମରେଶଙ୍କ ପୂର୍ବରୁ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି ଥାନାରେ ୨ଥର ହାଜର ହୋଇସାରିଛନ୍ତି।୨ ଥରରେ ଦେବେନ୍ଦ୍ରଙ୍କୁ ମୋଟ ୧୦ ଘଣ୍ଟା ଜେରା କରିଥିଲା ପୋଲିସ।
ପୂର୍ବରୁ ଏହି ଭାଇରାଲ୍ ଅଡ଼ିଓ ମାମଲାରେ କମିଶନରେଟ୍ ପୋଲିସ ଦୁଇ ଜଣଙ୍କ ମଧ୍ୟରେ ସାଧାରଣ କଥାବାର୍ତ୍ତାକୁ ନେଇ ଦୁଇ ନିରୀହ ଲୋକଙ୍କୁ ଗିରଫ କରିଥିଲା। ପରେ ସେମାନେ ଜାମିନ୍ରେ ଆସିଛନ୍ତି। ଉକ୍ତ ଭାଇରାଲ୍ ଅଡିଓରେ କରୋନା ଚିକିତ୍ସା ଲାଗି କେନ୍ଦ୍ର ସରକାର ଜଣେ ରୋଗୀ ପିଛା ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଦେଉଛନ୍ତି ବୋଲି ଦୁଇ ଲୋକ କଥା ହେଉଥିଲେ। ଉକ୍ତ ଅର୍ଥକୁ ବିଏମ୍ସି ଏବଂ ସମ୍, କିମ୍ସ, ହାଇଟେକ୍ ହସପିଟାଲ ଓ ସ୍ୱାସ୍ଥ୍ୟ ବିଭାଗ ହେରଫେର କରୁଥିବା ଦୁଇ ସାଧାରଣ ଲୋକଙ୍କ କଥାବାର୍ତ୍ତାକୁ ନେଇ ବିଏମ୍ସି ଆପତ୍ତି ଉଠାଇବା ସହ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)