Advertisment

ବିୟୋଗ ପରେ ବି ରାଜନେତାଙ୍କୁ ମିଳିଲାନି ଉଚିତ୍ ସମ୍ମାନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା। ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି। ଏତେବଡ଼ ରାଜନେତା ତଥା ବିଶିଷ୍ଟ ସାହିତ୍ୟିକଙ୍କ ପରଲୋକ ପରେ ବି ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। […]

author-image
Chandan Shishu
ବିୟୋଗ ପରେ ବି ରାଜନେତାଙ୍କୁ ମିଳିଲାନି ଉଚିତ୍ ସମ୍ମାନ

sarat-kar

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା।

Advertisment

ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି। ଏତେବଡ଼ ରାଜନେତା ତଥା ବିଶିଷ୍ଟ ସାହିତ୍ୟିକଙ୍କ ପରଲୋକ ପରେ ବି ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

publive-imageସ୍ୱର୍ଗତ ଶରତ କର ଜଗନ୍ନାଥଙ୍କ ଜଣେ ଭକ୍ତ ହୋଇଥିଲେ ବି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦିଆଗଲାନି କି ବିଧାନସଭା ପରିସରକୁ ଅନ୍ତିମ ଦର୍ଶନ ପାଇଁ ବି ମରଶରୀରକୁ ନିଆଗଲାନି। ଯାହା ଯନ୍ତ୍ରଣାଦାୟକ ଏବଂ ଅପମାନସୂଚକ ବୋଲି କହିଛନ୍ତି ନିରଂଜନ। ଏସବୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସେ।

Advertisment

ମୁଖ୍ୟମନ୍ତ୍ରୀ ଏଭଳି ନିନ୍ଦନୀୟ ଘଟଣା ସମ୍ପର୍କରେ ଜାଣିଛନ୍ତି ନା ନାହିଁ, କେଉଁ ସରକାରୀ ଅଧିକାରୀଙ୍କ ନିଷ୍ପତ୍ତିରେ ଏଭଳି ଘଟଣା ଘଟିଲା, ତାହାର ଅନୁଧ୍ୟାନ କରି କାଯର୍ୟାନୁଷ୍ଠାନ ନିଆଯାଉ ବୋଲି ଚିଠିରେ ଦର୍ଶାଇଛନ୍ତି ନିରଂଜନ ପଟ୍ଟନାୟକ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Advertisment