Advertisment

Horrific Midnight Attack: ସ୍ତ୍ରୀର ଭୟଙ୍କର କାଣ୍ଡ, ସ୍ବାମୀ ଉପରେ ଗରମ ତେଲ ଢାଳି ଲଙ୍କାଗୁଣ୍ଡ ପକାଇଲା; ଆଉ ଧମକ ଦେଲା.....

ଦିନେଶ କହିଛନ୍ତି, ସାଧନା ତାଙ୍କ ଶରୀରରେ ଗରମ ତେଲ ଢାଳିବା ସମୟରେ ତାଙ୍କ ଶରୀର ବହୁତ ପୋଡାଜଳା ହେଉଥିଲା। ସ୍ତ୍ରୀ ପାଖରେ ଥିବା ଲଙ୍କା ଗୁଣ୍ଡ ପକାଇ ସେମିତି ଠିଆ ହୋଇ ଦେଖିଥିଲେ।

author-image
Chinmayee Sahoo
Woman

Woman Photograph: (OTV)

ଦିଲ୍ଲୀର ମଦନଗିର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସାଧନା ନାମକ ଜଣେ ମହିଳା ରାତିରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ଦିନେଶଙ୍କ ଉପରେ ଫୁଟୁଥିବା ଗରମ ତେଲ ଢାଳି ଦେଇ ତା’ଉପରେ ଲଙ୍କା ଗୁଣ୍ଡ ଛିଞ୍ଚି ଦେଇଥିବା ଖବର ସାମନାକୁ ଆସିଛି। ଦିନେଶଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି। ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।
ଘଟଣା ଘଟିବା ବେଳେ ପ୍ରବଳ ଯନ୍ତ୍ରଣାରେ ଛଟପଟ ହୋଇ ଦିନେଶ ଚିତ୍କାର କରୁଥିଲେ। ତାଙ୍କ ଶୁଣି ପଡ଼ୋଶୀମାନେ ତୁରନ୍ତ ଦୌଡ଼ି ଆସି କବାଟ ବାଡେଇଲା ବେଳେ ସ୍ତ୍ରୀ ସାଧନା କବାଟ ଖୋଲିବାକୁ ମନା କରିଦେଲେ। ଅଭିଯୋଗ ଅନୁଯାୟୀ, ଘଟଣାଟି ଅକ୍ଟୋବର ୨ ତାରିଖ ଭୋର ପ୍ରାୟ ୩ଟା ୧୫ ସମୟରେ ଘଟିଥିଲା।
ଦିନେଶ ଓ ସାଧନା ରହୁଥିବା ଘର ମାଲିକଙ୍କ ଝିଅ ଅଞ୍ଜଳି କହିଛନ୍ତି, “ଘଟଣା ଦିନ, ଆମେ ଦିନେଶଙ୍କ ଚିତ୍କାର ଶୁଣିଲୁ। ଯେତେବେଳେ ଆମେ ଉପର ମହଲାକୁ ଗଲୁ, ତାଙ୍କ ସ୍ତ୍ରୀ କବାଟ ଖୋଲୁ ନଥିଲେ। କିନ୍ତୁ ଦିନେଶ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ସେ ବାରମ୍ବାର କହୁଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଗରମ ତେଲ ଏବଂ ଲଙ୍କା ପାଉଡର ଢାଳି ଦେଇଛନ୍ତି।”
ଅଞ୍ଜଳି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବାପା ଦିନେଶଙ୍କ ଭାଉଜଙ୍କୁ ଫୋନ୍ କରିବା ପରେ ହିଁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।
ତଳ ମହଲାରେ ରହୁଥିବା ଅନ୍ୟ ଜଣେ ବାସିନ୍ଦା ମଞ୍ଜୁ କହିଛନ୍ତି, "ଆମେ ପ୍ରାୟ ଦୁଇ ମାସ ପୂର୍ବରୁ ଏହି ଘରକୁ ଆସିଥିଲୁ। ପରେ ଆମେ ଶୁଣିଲୁ ଯେ ଉପର ମହଲାରେ ରହୁଥିବା ପରିବାରରେ ଝଗଡ଼ା ହୋଇଥିଲା, ଏବଂ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଉପରେ ଗରମ ତେଲ ଏବଂ ଲଙ୍କାଗୁଣ୍ଡ ଢାଳି ଦେଇଥିଲେ। ଆମେ ଏତିକି ଜାଣୁ।"
ଅକ୍ଟୋବର ୧ ଏବଂ ୨ ତାରିଖ ବିଳମ୍ବିତ ରାତିରେ, ଶୋଇବା ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଏକ ବଡ଼ ଝଗଡ଼ା ହୋଇଥିଲା। ତା'ପରେ ସାଧନା ଏକ ପ୍ୟାନରେ ତେଲ ଗରମ କରି ତାଙ୍କ ଉପରେ ଢାଳି ଦେଇଥିଲେ। ଦିନେଶ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ଏବଂ ଘରମାଲିକ ତାଙ୍କ ଭାଇକୁ ଡାକିବା ପରେ ହିଁ ସାଧନା କବାଟ ଖୋଲିଥିଲେ। ସେମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ।
ଅକ୍ଟୋବର ୨ ତାରିଖ ସକାଳେ ମଦନ ମୋହନ ମାଲବ୍ୟ ହସ୍ପିଟାଲରୁ ଏକ ମେଡିକୋ-ଲିଗାଲ୍ କେସ୍ ରିପୋର୍ଟ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଦିନେଶ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ ଭାବରେ କାମ କରନ୍ତି। ହସ୍ପିଟାଲରୁ ତାଙ୍କ ବୟାନ ରେକର୍ଡ କରାଯାଇଛି। ସେ କହିଛନ୍ତି, ତାଙ୍କ ଶରୀରରେ ଗରମ ତେଲ ଢାଳିବା ସମୟରେ ତାଙ୍କର ବହୁତ ପୋଡ଼ାଜଳା ହେଉଥିଲା। ଏହାପରେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଲଙ୍କା ଗୁଣ୍ଡ ପକାଇ ଠିଆ ହୋଇ ସେମିତି ଦେଖୁଥିଲେ। କେବଳ ଏତିକିରେ ଥମି ନଥିଲା, ସାଧନାଙ୍କ ନିର୍ଯାତନା। ବରଂ ଧମକ ଦେଇଥିଲା, ଯଦି ଦିନେଶ ଚିତ୍କାର କରିବେ ତାହାଲେ ତାଙ୍କ ଉପରେ ଆହୁରି ଗରମ ତେଲ ପକାଇ ଦେବେ।
ପୋଲିସର କହିବାନୁସାରେ, ଦିନେଶ ଏବଂ ସାଧନା ପ୍ରାୟ ଆଠ ବର୍ଷ ପୂର୍ବେ ବିବାହ କରିଥିଲେ।

Advertisment
Delhi
Advertisment
Related Articles
Advertisment