/odishatv-khabar/media/post_attachments/uploadimage/library/16_9/16_9_0/office_1625283108.jpg)
office
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ ଅଫିସ ଚାଲିବ। ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଏବଂ କଟକରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ବୋଲି ଗାଇଡଲାଇନ୍ରେ ଦର୍ଶାଯାଇଛି।
Advertisment
ତେବେ କେଉଁ କର୍ମଚାରୀ ଆସିବେ, କିଏ ଆସିବେନି ସେନେଇ ସଂପୃକ୍ତ ବିଭାଗୀୟ ମୁଖ୍ୟ ସ୍ଥିର କରିବେ ବୋଲି ଗାଇଡଲାଇନରେ କୁହାଯାଇଛି। କିନ୍ତୁ SRC, ଓସଡମା, ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ କାର୍ଯ୍ୟ କରିବେ। କରୋନାର ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତାସହ ସାରା ରାଜ୍ୟରେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ ବୋଲି ଗାଇଡଲାଇନ୍ରେ ଦର୍ଶାଇଛନ୍ତି ରାଜ୍ୟ ସରକାର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)