/odishatv-khabar/media/post_attachments/uploadimage/library/16_9/16_9_0/RPF-Hero_1627107418.jpg)
RPF-Hero
ଭୁବନେଶ୍ୱର: ମହିଳା ରେଳଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ଆରପିଏଫ୍ ଯବାନ ସୁବ୍ରତ ମହାରଣାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୁବ୍ରତଙ୍କ ତତ୍ପରତା ଓ ସାହସିକତା ଯୋଗୁ ଏକ ବହୁମୂଲ୍ୟ ଜୀବନ ବଞ୍ଚି ଯାଇଥିବା ସେ ଟ୍ୱିଟ୍ କରିଛନ୍ତି।
The promptness with which RPF Constable Subrat Moharana ran to protect a citizen’s life is a loud reassurance of our security staff's vigilance and pro-activeness in preventing mishaps.
I also urge our citizens to be safe and avoid boarding and deboarding moving trains. pic.twitter.com/8sg3d2b9fS
— Dharmendra Pradhan (@dpradhanbjp) February 15, 2020
ଏହାସହ ଟ୍ରେନ୍ରେ ଯାତ୍ରା କରୁଥିବା ଓ ଷ୍ଟେସନ୍ରେ ଥିବା ଯାତ୍ରୀ ଏପରି ଦୁର୍ଘଟଣାକୁ ଏଡ଼ାଇବା ସହ ସାବଧାନତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଗତକାଲି ସଂଧ୍ୟାରେ ଭୁବନେଶ୍ୱର ଷ୍ଟେସନରେ ପୁରୀ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନରେ ଚଢୁଥିବା ବେଳେ ଭାରସାମ୍ୟ ହରାଇ ଯୁବତୀ ଜଣକ ଟ୍ରେନ୍ ଫାଙ୍କ ବାଟ ଦେଇ ଚକା ତଳେ ଗଳି ପଡ଼ିବାକୁ ଯାଉଥିଲେ। ତେବେ ପ୍ଲାଟଫର୍ମରେ ଉପସ୍ଥିତ ଥିବା ଆରପିଏଫ୍ ଯବାନ ସୁବ୍ରତ ମହାରଣା ତୁରନ୍ତ ଦୌଡ଼ିଯାଇ ତାଙ୍କୁ ବାହାରକୁ ଟାଣି ଆଣିଥିଲେ।
ପୂରା ଘଟଣା ଏହିପରି...
ରାଜଧାନୀ ଭୁବନେଶ୍ୱରର ରେଲୱେ ଷ୍ଟେସନ୍ରେ କାର୍ଯ୍ୟରତ ଜଣେ ରେଲୱେ ପୁଲିସ୍ ଫୋର୍ସ (ଆରପିଏଫ୍) କନଷ୍ଟେବଲ ଏପରି କାମ କରିଛନ୍ତି ଯାହାକି ସାରା ଦେଶରୁ ପ୍ରସଂଶା ସାଉଁଟୁଛି। ଶନିବାର ସୁବ୍ରତ ମହାରଣା ନାମକ ଏହି କନଷ୍ଟେବଲ ଚଳନ୍ତା ଟ୍ରେନ୍ରୁ ଖସିପଡ଼ିଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଛନ୍ତି। ମାତ୍ର ୧୫ ସେକେଣ୍ଡରେ ଯାତ୍ରୀ ଜଣଙ୍କର କିଛି ହେବା ଆଗରୁ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଗ୍ୟାପ୍ରୁ ସେ ଭିଡ଼ି ଆଣି ପାରିଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ଯାତ୍ରୀଙ୍କ ନାମ ନିବେଦିତା ସାହୁ। ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଇଟି ଅଧ୍ୟାପିକା ଅଛନ୍ତି। ସେ ଢେଙ୍କାନାଳ ଯିବା ପାଇଁ ପୁରୀ-ସମ୍ବଲପୁର ଏକ୍ସପ୍ରେସରେ ଚଢ଼ିବାର ଥିଲା। ତେବେ ସେ ଚଢ଼ିବା ବେଳେ ଅସାବଧାନତା କାରଣରୁ ଗ୍ୟାପ୍ରେ ଖସିପଡ଼ିଥିଲେ। ପରେ ଜଣାପଡ଼ିଛି ରବିବାର ନିବେଦିତାଙ୍କ ନିର୍ବନ୍ଧ ହେବାର ସ୍ଥିର ହୋଇଥିଲା। ସେହି କାରଣରୁ ହିଁ ସେ ତରତର ହୋଇ ଘରକୁ ଯାଉଥିଲେ।
ତେବେ ସେପରି କିଛି ଅଘଟଣ ଘଟିବା ଆଗରୁ ସେଠାରେ ଉପସ୍ଥିତି କନଷ୍ଟେବଲ ସୁବ୍ରତ ଦୌଡ଼ି ଆସି ନିବେଦିତାଙ୍କୁ ପ୍ଲାଟଫର୍ମ ଉପରକୁ ନେଇଆସିଥିଲେ। ତାଙ୍କ ସହ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ମଧ୍ୟ ଏଥିରେ ସହାୟତା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟ ପରେ ନିବେଦିତା ସୁବ୍ରତଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, କର୍ତ୍ତବ୍ୟରତ କନଷ୍ଟେବଲଙ୍କୁ ମୋ ଜୀବନ ବଞ୍ଚାଇଥିବାରୁ କୃତଜ୍ଞତା ଜଣାଉଛି। ମୁଁ ଏବେ ଠିକ୍ ଅଛି। ମୋର ସେଭଳି କିଛି ଗଭୀର ଆଘାତ ଲାଗିନି।
ଷ୍ଟେସନ୍ର ଆଇଆଇସି କାଳୁ ସେଠୀ କହିଛନ୍ତି, ଯାତ୍ରୀ ଜଣକ ନିଜ ନିର୍ବନ୍ଧ ପାଇଁ ଘରକୁ ଯାଉଥିଲେ। ତେବେ କୌଣସି ଅଘଟଣ ଘଟିବା ଆଗରୁ ସୁବ୍ରତ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)