/odishatv-khabar/media/media_files/2025/10/06/murder-2025-10-06-18-10-04.jpg)
murder Photograph: (OTV)
ଗଞ୍ଜାମ ଭଞ୍ଜନଗରରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କୁ ହତ୍ୟା (Murder)। ଭଞ୍ଜନଗର ଥାନା ବୁଦୁଲି ଗାଁରେ ଘଟିଛି ହତ୍ୟାକାଣ୍ଡ। ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ପଞ୍ଚୁ ବେହେରା। ସୂଚନା ଅନୁସାରେ ଗତକାଲି ରାତିରେ କିଛି ଯୁବକ ପଞ୍ଚୁ ବେହେରାଙ୍କ ଦୋକାନ ଆଗରେ ଝଗଡ଼ା କରୁଥିଲେ।
ସେହି ସମୟରେ ପଞ୍ଚୁଙ୍କ ଦୁଇ ପୁଅ ଝଗଡ଼ା କରୁଥିବା ଯୁବକମାନଙ୍କୁ ଦୋକାନ ଆଗରୁ ଯିବାକୁ କହିଥିଲେ। ଏହି ସାମାନ୍ୟ କଥାକୁ ନେଇ ଦୁଇ ପୁଅଙ୍କୁ ସେମାନେ ଆକ୍ରମଣ କରିଥିଲେ । ଏହି ସମୟରେ ପଞ୍ଚୁ ଆସିଯିବାରୁ ତାଙ୍କୁ ମଧ୍ୟ ମୁଥ ଓ ବିଧା, ଗୋଇଠା ମାରିଥିଲେ। କିଛି ସମୟ ପରେ ପୋଲିସ ଆସି ପହଞ୍ଚିଥିଲା । ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଫେରିଯାଇଥିଲା ପୋଲିସ ।
କିନ୍ତୁ ରାତିରେ ପଞ୍ଚୁଙ୍କ ନାକ ଓ କାନରୁ ରକ୍ତ ବାହାରିବାରୁ ଭଞ୍ଜନଗର (Bhanjanagar) ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପଞ୍ଚୁଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ କରିବା ସହ ପାଞ୍ଚ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
Bihar Election Dates Announced: ବିହାର ନିର୍ବାଚନ ତାରିଖ ଘୋଷଣା, ଦୁଇଟି ପର୍ଯ୍ୟାୟରେ ହେବ ମତଦାନ

BJP MP and MLA Attacked: ବିଜେପି ସାଂସଦ ଏବଂ ବିଧାୟକଙ୍କ ଉପରେ ପଥର ମାଡ଼, ସାଂସଦଙ୍କ ମୁଣ୍ଡ ଫାଟିଲା

Protect Children from Online Gaming Fraud: ମାଗିଥିଲେ ନଗ୍ନ ଫଟୋ, ଅକ୍ଷୟ କୁମାରଙ୍କ ବଡ଼ ଖୁଲାସା...ପଢ଼ନ୍ତୁ ଗୋଟିଏ କ୍ଲିକରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)