/odishatv-khabar/media/post_attachments/uploadimage/library/16_9/16_9_0/transgormer-1_1626154594.jpg)
transgormer-1
ଯାଜପୁରରୋଡ: ୮ ବର୍ଷର ପିଲାଟିଏ। ଜାଣେନି କ’ଣ ଭୁଲ..କ’ଣ ଠିକ। ୩୦ ଫୁଟ ଉଚ୍ଚରେ ବସି ରାଜରାସ୍ତାରେ ଧାଉଁଧିବା ଗାଡ଼ିକୁ ଦେଖିବା, ସହରର ଦୃଶ୍ୟ ଉପଭୋଗ କରିବା ଖୁବ୍ ମଜା ଲାଗୁଥିଲା। ତାର କୌତୁହଳୀ ମନ ତାକୁ ଟାଣି ନେଉଥିଲା ୩୦ ଫୁଟ ଉଚ୍ଚ ଟ୍ରାନ୍ସଫର୍ମର ଉପରକୁ। ହେଲେ ଦେଖିବା ଲୋକର ଛାତି ଥରି ଯାଉଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡିରେ।
ରଗଡି ସ୍ଥିତ ଯାଜପୁରରୋଡ ସବଜେଲ ସମ୍ମୁଖରେ ରହିଛି ଏକ ନିର୍ମାଣାଧୀନ ଘରୋଇ ବିଦ୍ୟୁତ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସଫର୍ମର ଉପରରେ ଛିଡ଼ା ହୋଇ ନିର୍ଭୟରେ ନିକଟରେ ଯାଇଥିବା ଜାତୀୟ ରାଜପଥରେ ଯାଉଥିବା ଗାଡିଗୁଡିକୁ ଦେଖୁଥିଲା। ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ରୁଣ୍ଡ ହୋଇଥିବା ଲୋକେ ଶିଶୁଟିକୁ ତଳକୁ ଓହ୍ଲାଇବାକୁ ତାଗିଦ କରିବାରୁ ସେ ତଳକୁ ଓହ୍ଲାଇ ଆସିଥିଲା।କୁହାଯାଉଛି, ପୂର୍ବରୁ ମଧ୍ୟ ସେ କୁଆଡେ ଏହିପରି ଟ୍ରାନ୍ସଫର୍ମର ଉପରେ ଚଢ଼ିଥାଏ।
ତେବେ ଏହି ଟ୍ରାନ୍ସଫର୍ମରଟି ଘରୋଇ ଜାଗାରେ ରହିଛି। ଏହା ନିର୍ମାଣାଧିନ ରହିଛି ଏବଂ ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ। ଶିଶୁଟି ନିଜ ପରିବାର ସହ ଟ୍ରାନ୍ସଫର୍ମର ନିକଟରେ ରୁହେ ।
ସେମାନେ ଆଦିବାସୀ ସମ୍ପ୍ରଦାୟର । ଉକ୍ତ ଟ୍ରାନ୍ସଫର୍ମର ଚାରିପଟେ କୌଣସି ସୁରକ୍ଷା ବାଡ଼ ଦିଆଯାଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ନିର୍ମାଣାଧୀନ ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର ଉପରେ ୮ ବର୍ଷୀୟ ଛୁଆ। ଏହା ହେଉଛି ଯାଜପୁର ଜିଲ୍ଲା ରଗଡ଼ିରୁ ଆସିଥିବା ଏକ ଭିଡିଓ, ଯାହା ଏବେ ଭାଇରାଲ୍ ହେଉଛି। #Jajpurpic.twitter.com/8ut2r9Yzch
— ଓଟିଭି (@otvkhabar) May 26, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)