Advertisment

ଚା’ ପିଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ଏକ ସିରିଜ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି। ମୃତକମାନଙ୍କ ପରିଚୟ ମିଳିନାହିଁ। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ଏ ଘରୋଇ ବସ୍‌ଟି ଦାଣ୍ଡକାଳୀ ମନ୍ଦିର ନିକଟ ବାଳିକା ବିଦ୍ୟାଳୟ ପାଖରେ ଥିବା ଚା’ ଦୋକାନ ସମ୍ମୁଖରେ […]

author-image
Jyotsnamayee Pradhan
ଚା’ ପିଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

Accident

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ଏକ ସିରିଜ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି। ମୃତକମାନଙ୍କ ପରିଚୟ ମିଳିନାହିଁ।

Advertisment

ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ଏ ଘରୋଇ ବସ୍‌ଟି ଦାଣ୍ଡକାଳୀ ମନ୍ଦିର ନିକଟ ବାଳିକା ବିଦ୍ୟାଳୟ ପାଖରେ ଥିବା ଚା’ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲା। ବସ୍‌ରୁ ଯାତ୍ରୀମାନେ ଓହ୍ଲାଇ ଚା’ ପିଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ସାମ୍ନାରୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍‌ଟି ବସ୍‌ରୁ ଓହ୍ଲାଇ ଚା’ ପିଉଥିବା ଜଣେ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଛିଡ଼ା ହୋଇଥିବା ଟ୍ରକ୍‌ର ଡ୍ରାଇଭରଙ୍କର ବି ମୃତ୍ୟୁ ଘଟିଛି।

ଖନ୍ତାପଡ଼ା ପୁଲିସ୍‌ ଦୁଇଟି ଟ୍ରକ୍ ସହିତ ବସ୍‌କୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

Advertisment
Advertisment
Advertisment