/odishatv-khabar/media/post_attachments/uploadimage/library/16_9/16_9_0/accident-678-1_1626757624.jpg)
accident
ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଝିଞ୍ଜିରଗୁଡ଼ା ନିକଟରେ ଗତକାଲି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଝିଞ୍ଜିରଗୁଡ଼ାର କୈଳାସ ବେହେରା ଦଳାଇ ଓ ଗୁଡ଼ିକିଆର ତାର୍ଜନ ବଳିୟାରସିଂହ। ଏଥିସହ ଆନନ୍ଦ ବଳିୟାର ସିଂହ ଓ ଜୟ ନାୟକ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରାହ୍ଣଣୀ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ମୃତ ତାର୍ଜନ ତାଙ୍କ ଦୁଇଜଣ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ଝିଞ୍ଜିରଗୁଡ଼ା ଯାଉଥିଲେ। ଉକ୍ତ ରାସ୍ତାରେ ଶ୍ରମିକ କୈଳାସ ମଧ୍ୟ ଚାଲି ଚାଲି ଝିଞ୍ଜିରଗୁଡ଼ା ଯାଉଥିଲେ। ତାର୍ଜନଙ୍କ ବାଇକ ଭାରସାମ୍ୟ ହରାଇ ପଛପଟୁ କୈଳାସଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ କୈଳାସଙ୍କୁ ଧକ୍କା ଦେବା ପରେ ତାର୍ଜନ ନିକଟରେ ଥିବା ଏକ ଗଛରେ ବାଇକ୍କୁ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାର୍ଜନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ବ୍ରାହ୍ମଣୀ ଗାଁରୁ ମୋହନା ଓ ବ୍ରହ୍ମପୁରକୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯିବା ପରେ ରାସ୍ତାରୋକ ହଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)