Advertisment

ରାସ୍ତା ପାର ହେଉଥିବା ବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା

ମୟୂରଭଞ୍ଚ; ରାସ୍ତା ପାର ହେଉଥିବା ବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ମନ୍ଦିର ପାଖରେ ବୃଦ୍ଧା ଜଣକ ପାଣିରେ ଭାସିଯାଇଛନ୍ତି। ଭିମଦା ଗାଁର ସ୍ନେହଲତା ମହାପାତ୍ର ନିଜ ପରିବାର ସହିତ ବଡ଼ସାହି ଡାକ୍ତରଖାନାକୁ କରୋନା ଟେଷ୍ଟ ପାଇଁ ଆସିଥିଲେ। ସେଠାରୁ ଫେରିବାବେଳେ ଗଙ୍ଗାହାର ନଦୀ ନିକଟରେ ରାସ୍ତା ପାର୍ ହେବା ସମୟରେ ସ୍ନେହଲତା ପାଣିରେ ଭାସିଯାଇଥିଲେ। ବୃଦ୍ଧା ଜଣକ କିଛି ସ୍ଥାନୀୟ ଲୋକ ମହିଳାଙ୍କୁ ଉଦ୍ଧାର କରିବାକୁ […]

author-image
Abinash Pati
ରାସ୍ତା ପାର ହେଉଥିବା ବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା

old wroin

ମୟୂରଭଞ୍ଚ; ରାସ୍ତା ପାର ହେଉଥିବା ବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ମନ୍ଦିର ପାଖରେ ବୃଦ୍ଧା ଜଣକ ପାଣିରେ ଭାସିଯାଇଛନ୍ତି। ଭିମଦା ଗାଁର ସ୍ନେହଲତା ମହାପାତ୍ର ନିଜ ପରିବାର ସହିତ ବଡ଼ସାହି ଡାକ୍ତରଖାନାକୁ କରୋନା ଟେଷ୍ଟ ପାଇଁ ଆସିଥିଲେ। ସେଠାରୁ ଫେରିବାବେଳେ ଗଙ୍ଗାହାର ନଦୀ ନିକଟରେ ରାସ୍ତା ପାର୍ ହେବା ସମୟରେ ସ୍ନେହଲତା ପାଣିରେ ଭାସିଯାଇଥିଲେ।

Advertisment

ବୃଦ୍ଧା ଜଣକ କିଛି ସ୍ଥାନୀୟ ଲୋକ ମହିଳାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଅନ୍ୟପଟେ କେନ୍ଦୁଝରରେ ପ୍ରବଳ ପାଣି ସୁଅରେ ଏକ ଧାନ ବୋଝେଇ ଟ୍ରକ ଭାସିଯାଇଛି। କେନ୍ଦୁଝର ପାଟଣା ଥାନା ସ୍ୱାମପାଟଣା ନିକଟରେ ରାସ୍ତାରେ ୩ ଫୁଟର ପାଣି ଚାଲିଥିବା ବେଳେ ଡ୍ରାଇଭର ଟ୍ରକ ଗଡ଼ାଇଥିଲେ। ଲୋକେ ବାରଣ କରିଥିଲେ ବି ସେ ମାନି ନଥିଲେ। ପାଣିରେ କିଛି ବାଟ ଯିବା ପରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡ଼ି ସିଧା ବଢ଼ନ୍ତା ନଈରେ ଭାସିଯାଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଡ୍ରାଇଭରକୁ ଉଦ୍ଧାର କରିଥିଲେ।

Advertisment

Advertisment
Advertisment