/odishatv-khabar/media/post_attachments/uploadimage/library/16_9/16_9_0/train-2_1626171048.jpg)
train
- ୟାସ୍ ପାଇଁ ବାତିଲ ହେଲା ଟ୍ରେନ
- ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ବାତିଲ
- ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ୍ ବାତିଲ
- ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ବାତିଲ
- ପୁରୀରୁ ଅହମ୍ମଦାବାଦ୍, ସୁରତ, ଅଜମେରକୁ ଯାଉଥିବା ଟ୍ରେନ୍ ବାତିଲ
- ହାଓଡା-ଚେନ୍ନାଇ ମେନ ଲାଇନର ଏକାଧିକ ଟ୍ରେନ୍ ବାତିଲ
ଭୁବନେଶ୍ୱର: ପୁଣି ଏକ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରି ସାରିଲାଣି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଟୁଇଟ୍ କରି ସୂଚନା ଦେଇଛି, ଏହି ଲଘୁଚାପ କ୍ଷେତ୍ର କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଉପକୂଳ ମୁହାଁ ହେବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ବାତ୍ୟା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଉପକୂଳ ଛୁଇଁବ ।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପ୍ରଶାସନ। ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ ବାତିଲ ନିଷ୍ପତ୍ତି ନେଇଛି ରେଳ ବିଭାଗ। ସମ୍ଭାବ୍ୟ ବାତ୍ୟା ପାଇଁ ଇଷ୍ଟକୋଷ୍ଟ ଜୋନ୍ର କେତକ ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେସାଲ, ଭୁବନେଶ୍ୱର-ହାଓ୍ବଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ, ହାଓ୍ବାଡ଼ା-ପୁରୀକୁ ବାତିଲ କରାଯାଇଛି ।
ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ୍-ବିଶାଖା, ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଭଳି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଏହାସହ ଅହମ୍ମଦାବାଦ୍, ସୁରତ, ଅଜମେରକୁ ପୁରୀରୁ ସଂଯୋଗ କରୁଥିବା ଟ୍ରେନକୁ କ୍ୟାନ୍ସଲ କରିଛି ଇଷ୍ଟକୋଷ୍ଟ ରେଲୱେ। ଇଷ୍ଟକୋଷ୍ଟ ଜୋନର ହାଓଡା-ଚେନ୍ନାଇ ମେନ୍ଲାଇନର ଟ୍ରେନକୁ ବି ବାତିଲ କରାଯାଇଛି। ବାତ୍ୟା ପୂର୍ବରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନକୁ ବାତିଲ କରିଛି ପୂବର୍ତଟ ରେଳବାଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)