Advertisment

Top Maoist Leader Killed: ଟଳିଲା ଟପ୍ ମାଓନେତା ଗଣେଶ , ନିହତଙ୍କ ମଧ୍ୟରେ ୨ ମହିଳା ମାଓବାଦୀ

ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ, ଟଳିଛି ଟପ୍ ମାଓ ନେତା। କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ଗଣେଶଙ୍କ ସହ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି।୬୯ ବର୍ଷୀୟ ଗଣେଶ ଉଇକେ ମାଓ ସେଣ୍ଟ୍ରାଲ କମିଟିର ଆଗ ଧାଡ଼ିର ସଦସ୍ୟ ଥିଲା।

author-image
OTV Bureau
MAO

MAO Photograph: (OTV)

ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ, ଟଳିଛି ଟପ୍ ମାଓ ନେତା। କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ଗଣେଶଙ୍କ ସହ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି।୬୯ ବର୍ଷୀୟ ଗଣେଶ ଉଇକେ ମାଓ ସେଣ୍ଟ୍ରାଲ କମିଟିର ଆଗ ଧାଡ଼ିର ସଦସ୍ୟ ଥିଲା। ତା ନାଁରେ ଥିଲା ୧ କୋଟି ୧୦ ଲକ୍ଷ ଟଙ୍କା ପୁରସ୍କାର। ତାସହ ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ରହିଛନ୍ତି। ମାଓବାଦୀ ଲୁଚି ରହିଥିବା ଖବର ପାଇଁ କନ୍ଧମାଳ ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନ ଆରମ୍ଭ କରିଥିଲା SOG, CRPF, BSF। କମ୍ବିଂ ବେଳେ ଫୋର୍ସ ଉପରକୁ ଗୁଳି ମାଡ଼ କରିଥିଲେ ମାଓବାଦୀ ମାନେ। SOG, CRPF, BSFର ମିଳିତ ୨୩ଟି ଟିମ୍ ଏହି ଅପରେସନ୍ ସାମିଲ ହୋଇଥିଲେ। 

Advertisment

ଭାଙ୍ଗିଲା ‘ମାଓ’ ମେରୁଦଣ୍ଡ 
ଟଳିଲା ଟପ୍ ମାଓନେତା ଗଣେଶ
କନ୍ଧମାଳରେ ବଡ଼ ମାଓ ଅପରେସନ୍ 
ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେ ନିହତ
ନିହତଙ୍କ ମଧ୍ୟରେ ୨ ମହିଳା ମାଓବାଦୀ

Advertisment
Related Articles
Advertisment