Advertisment

Hidden Gold Beneath Odisha: ଓଡ଼ିଶା ମାଟି ତଳେ ରହିଛି ପୁଳାପୁଳା ସୁନା, ଖୁବଶୀଘ୍ର ହେବ ସୁନାଖଣି ନିଲାମ

ଓଡ଼ିଶା ମାଟି ତଳୁ ମିଳିଥିବା ୩ ସୁନା ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ବଡ଼ କଥା ହେଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ଦେବଗଡ଼ରେ ୧୫ ଶହ ୮୬ କେଜି ସୁନା ଥିବା ଅନୁସନ୍ଧାନରୁ ଜଣା ପଡିଛି।

author-image
Tapan Swain
GOLD-MINES

GOLD-MINES Photograph: (OTV)

ଧନୀ ହେବ ଓଡ଼ିଶା। ଓଡ଼ିଶା ମାଟି ତଳୁ ମିଳିଥିବା ୩ ସୁନା ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ବଡ଼ କଥା ହେଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ଦେବଗଡ଼ରେ ୧୫ ଶହ ୮୬ କେଜି ସୁନା ଥିବା ଅନୁସନ୍ଧାନରୁ ଜଣା ପଡିଛି। ଆସନ୍ତା ୩ ତାରିଖରେ ବଡ଼ ବୈଠକ ଡାକି ଏହି ଖଣିଗୁଡ଼ିକୁ ଆଗମୀ ବର୍ଷ ନିଲାମ କ୍ୟାଲେଣ୍ଡରରେ ସାମିଲ କରିବାକୁ ହୋଇଛି ଯୋଜନା।...

Advertisment

୩ ଜିଲ୍ଲାରେ ସୁନା ଥିବା ସନ୍ଧାନ

ଓଡ଼ିଶା ମାଟି ତଳେ ରହିଛି ପୁଳା ପୁଳା ସୁନା। ୩ ଜିଲ୍ଲାରେ ସୁନା ଥିବା ସନ୍ଧାନ। ପ୍ରାଥମିକ ସର୍ଭେରେ ୧୫ଶହ ୮୬ କେଜି ସୁନା ଥିବା ଅନୁମାନ। ଖୁବ ଶୀଘ୍ର ହେବ ନିଲାମ। ଦେବଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜରେ ଥିବା ସୁନା ଖଣିକୁ ନିଲାମ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଜାନୁଆରୀ ୩ ତାରିଖ ଅପରାହ୍ଣରେ ବସିବ ଖଣି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଥିରେ ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ନିଆଯିବ ନିଷ୍ପତ୍ତି। ପ୍ରସ୍ତାବିତ ଖଣି ବ୍ଲକଗୁଡ଼ିକର ଅନୁସନ୍ଧାନର ସ୍ଥିତି, ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ କରାଯିବ। ନିଲାମ କ୍ୟାଲେଣ୍ଡରରେ ଖଣିଗୁଡ଼ିକ ସାମିଲ ହେବା ପରେ ପରବର୍ତ୍ତୀ ସମୟରେ ନିଲାମ କରାଯିବ।

ମୟୂରଭଞ୍ଜରେ ଥିବା କାଞ୍ଜିଆ ଏବଂ ମଦନା ସାହିରେ ଚାଲିଛି ସୁନା ସନ୍ଧାନ। ନ୍ୟାସନାଲ ଜିଓଲୋଜିକାଲ ବା ଭାରତୀୟ ଭୂତତ୍ତ୍ୱ ବିଭାଗ ପକ୍ଷରୁ ଚାଲିଛି ଏହି ଅନୁସନ୍ଧାନ। ବିଲରେ ଡ୍ରିଲିଂ କରି ଶହେ ଫୁଟ୍ ତଳୁ ମାଟିର ନମୁନା ନିଆଯାଉଛି । ଏହାକୁ ସେଣ୍ଟ୍ରାଲ ଲାବୋରେଟୋରୀକୁ ପଠାଯାଇ ଯାଞ୍ଚ କରାଯିବ। ସେପଟେ ସୁନାର ସନ୍ଧାନ ମିଳିବା ପରେ ଆଖପାଖ ଅଞ୍ଚଳରେ ବେଶ ଖୁସି ସ୍ଥାନୀୟ ବାସିନ୍ଦା।

Advertisment

ସମାନ ଢଙ୍ଗରେ କେନ୍ଦୁଝର ସୁନା ଅନୁସନ୍ଧାନ ମିଳିଥିବା ଏ ହେଉଛି ସେହି ଦେଢ଼ଶହ ହେକ୍ଟର ଅଞ୍ଚଳ। ଏଠି ଜିଏସଆଇ ବା ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା G-2 ସର୍ଭେ ସରିଛି।
ଆହୁରି ବଡ଼ କଥା ହେଲା କେବଳ କେନ୍ଦୁଝର, ମୟୁରଭଞ୍ଜ ଆଉ ଦେବଗଡ଼ ନୁହେଁ, ଅନୁଗୁଳ, ନବରଙ୍ଗପୁର, ସମ୍ବଲପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ମଧ୍ୟ ସୁନା ଖଣି ଥିବା ନେଇ ବିଧାନସଭାରେ ତଥ୍ୟ ଆସିଥିଲା। ପ୍ରାଥମିକ ପର୍ଯ୍ୟାୟରେ ସରକାର ୩ ଖଣିକୁ ନିଲାମ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ କେତେ ସୁନା ବାହାରୁଛି ଦେଖିବାର କଥା।... 

Gold Mines Survey
Advertisment