Advertisment

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ବାଙ୍ଗମାଝି ପଡ଼ିଆରେ ସେ ଏକ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ସେହିପରି ଆଜି ମହିଳା ଦିବସ ହୋଇଥିବାରୁ ଗାନ୍ଧିଛକଠାରେ ଆୟୋଜିତ ମହିଳା ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ ସେ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଓଡ଼ିଶା ଆସୁଛନ୍ତି। ରାହୁଲଙ୍କ […]

author-image
Jyotsnamayee Pradhan
ଆଜି ଓଡ଼ିଶା ଆସୁଛନ୍ତି ରାହୁଲ

rahul-gandhi

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ବାଙ୍ଗମାଝି ପଡ଼ିଆରେ ସେ ଏକ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ସେହିପରି ଆଜି ମହିଳା ଦିବସ ହୋଇଥିବାରୁ ଗାନ୍ଧିଛକଠାରେ ଆୟୋଜିତ ମହିଳା ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।

Advertisment

ଏଥିସହ ସେ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଓଡ଼ିଶା ଆସୁଛନ୍ତି।

ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ୨ ମାସ ଭିତରେ ଓଡ଼ିଶାକୁ ଏହା ରାହୁଲଙ୍କ ତୃତୀୟ ଗସ୍ତ।

ସେହିପରି ଆସନ୍ତା ୧୩ ତାରିଖରେ ରାହୁଲ ପୁଣି ଥରେ ଓଡ଼ିଶା ଆସି ବରଗଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ସୂଚନାଯୋଗ୍ୟ, ରାହୁଲ ଆଜି ଉଭୟ ଜୟପୁର ଓ ବରଗଡ଼ ଆସିବା ନେଇ ପୂର୍ବରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ହେଲେ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଯୋଗଦେବା ସମ୍ଭବ ନଥିବାରୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା। କାରଣ ରାହୁଲଙ୍କ ସ୍ୱତନ୍ତ୍ର ବିମାନ ଜୟପୁର ବିମାନବନ୍ଦରରେ ଅବତରଣ କରି ପାରିବ ନାହିଁ। ତେଣୁ ସେ ଭାଇଜାଗରେ ଅବତରଣ କରି ହେଲିକପ୍ଟରରେ ଜୟପୁର ଆସିବେ। ଜୟପୁରରେ କାର୍ଯ୍ୟକ୍ରମ ସରିବା ପରେ ସେ ରାୟପୁର ଫେରି ଯିବେ। ସେଠାରୁ ବରଗଡ଼ ଆସିବା ସମୟ ସାପେକ୍ଷ। ତେଣୁ ୮ ତାରିଖରେ ଦୁଇଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେବା ସମ୍ଭବ ହେଉ ନଥିବାରୁ ୧୩ରେ ବରଗଡ଼ ଆସିବା ନେଇ କାର୍ଯ୍ୟକ୍ରମ ପୁନଃ ସ୍ଥିରୀକୃତ ହୋଇଛି।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୬ ତାରିଖରେ ରାହୁଲ ଗାନ୍ଧି ପଶ୍ଚିମ ଓଡ଼ିଶାର ୨ ପ୍ରମୁଖ ସ୍ଥାନ ଭବାନୀପାଟଣା ଓ ରାଉରକେଲା ସହର ଗସ୍ତରେ ଆସିଥିଲେ।

Advertisment
Advertisment