Advertisment

ଆଜି ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ସକାଳୁ ସକାଳୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଏହି ଦିନଟିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ। ବର୍ଷ ଆରମ୍ଭ ହେଉଥିବାରୁ ଲୋକମାନେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା କରିବା ସହ ଭୋଗ କରିବାର ପରମ୍ପରା ରହିଛି। ବିଭିନ୍ନ […]

author-image
Jyotsnamayee Pradhan
ଆଜି ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି

pana-sankranti

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ସକାଳୁ ସକାଳୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଏହି ଦିନଟିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ। ବର୍ଷ ଆରମ୍ଭ ହେଉଥିବାରୁ ଲୋକମାନେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା କରିବା ସହ ଭୋଗ କରିବାର ପରମ୍ପରା ରହିଛି। ବିଭିନ୍ନ ମନ୍ଦିରରେ ଛତୁଆ ଓ ପଣା ଭୋଗର ବିଧି ରହିଛି।

Advertisment

ଏଥିସହ ଆଜିଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୋଇଥାଏ। ସେହିପରି ପବିତ୍ର ଝାମୁ ଯାତ୍ରାର ଆଜି ଉଦଯାପନୀ ଦିନ। ତେଣୁ ବ୍ରତଧାରୀମାନେ କଣ୍ଟା ଓ ଜଳନ୍ତା ଅଗ୍ନିରେ ଚାଲିଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Advertisment
Advertisment