Advertisment

ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ସୋନପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ସହରର ସବୁ ଦୋକାନ ବଜାର ବନ୍ଦ ରହିଛି। ଏବେ ପରୀକ୍ଷା ସମୟ ଚାଳିଥିବାରୁ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦରୁ ବାଦ୍ ଦିଆଯାଇଛି। ବୀରମହାରାଜପୁର କୃଷକ ପରିଷଦ ଏହି ବନ୍ଦ ପାଳନ କରୁଛି। ଚାଷୀମାନେ ବିଭିନ୍ନ ସମସ୍ୟାରେ ପେଶି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉଥିବା କୃଷକ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ହରିହର ଯୋର […]

author-image
Jyotsnamayee Pradhan
ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

sonpur

ସୋନପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ସହରର ସବୁ ଦୋକାନ ବଜାର ବନ୍ଦ ରହିଛି। ଏବେ ପରୀକ୍ଷା ସମୟ ଚାଳିଥିବାରୁ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦରୁ ବାଦ୍ ଦିଆଯାଇଛି। ବୀରମହାରାଜପୁର କୃଷକ ପରିଷଦ ଏହି ବନ୍ଦ ପାଳନ କରୁଛି।

Advertisment

publive-image

ଚାଷୀମାନେ ବିଭିନ୍ନ ସମସ୍ୟାରେ ପେଶି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉଥିବା କୃଷକ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି।

ହରିହର ଯୋର ମୁଖ୍ୟ କେନାଲର ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ, ବିନା ଜଳରେ ଲାଗୁ କରାଯାଇଥିବା ଜଳକର ଛାଡ଼, ହରିହର ଯୋର ବାମପାର୍ଶ୍ୱ କେନାଲର କାମ, ମରୁଡ଼ି ଓ ଚକଡ଼ା ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି।

Advertisment
Advertisment
Advertisment