Advertisment

କପି କରିବା ସୁଯୋଗ ନମିଳିବାରୁ ଅଧାରୁ ପରୀକ୍ଷା ଛାଡୁଛନ୍ତି ପରୀକ୍ଷାର୍ଥୀ

ଭୁବନେଶ୍ୱର: ସିସିଟିଭି ଲାଗି ଅଡୁଆରେ ମ୍ୟାଟ୍ରିକ ପରୀକ୍ଷାର୍ଥୀ। କପି କରିବା ସୁଯୋଗ ନମିଳିବାରୁ ପରୀକ୍ଷାର୍ଥୀମାନେ ଅଧାରୁ ପରୀକ୍ଷା ଛାଡୁଛନ୍ତି। ଆଉ ଆସନ୍ତା ୩ ତାରିଖରୁ ଆରମ୍ଭ ହେଉଥିବା +୨ ପରୀକ୍ଷାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚଳିତବର୍ଷ ସବୁ କେନ୍ଦ୍ରରେ ସିସିଟିଭି ଲଗାଇବା ସହ ପରୀକ୍ଷାର୍ଥୀଙ୍କ ଦୁଇ ଥାକିଆ ଚେକିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଗତ ୨୨ ତାରିଖରେ ଇଂରାଜୀ ପରୀକ୍ଷାରେ ପୁରୀ ବାସୁଦେବପୁର କନକ ଦୁର୍ଗା […]

author-image
Abinash Pati
କପି କରିବା ସୁଯୋଗ ନମିଳିବାରୁ ଅଧାରୁ ପରୀକ୍ଷା ଛାଡୁଛନ୍ତି ପରୀକ୍ଷାର୍ଥୀ

ତଦଜ

ଭୁବନେଶ୍ୱର: ସିସିଟିଭି ଲାଗି ଅଡୁଆରେ ମ୍ୟାଟ୍ରିକ ପରୀକ୍ଷାର୍ଥୀ। କପି କରିବା ସୁଯୋଗ ନମିଳିବାରୁ ପରୀକ୍ଷାର୍ଥୀମାନେ ଅଧାରୁ ପରୀକ୍ଷା ଛାଡୁଛନ୍ତି। ଆଉ ଆସନ୍ତା ୩ ତାରିଖରୁ ଆରମ୍ଭ ହେଉଥିବା +୨ ପରୀକ୍ଷାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚଳିତବର୍ଷ ସବୁ କେନ୍ଦ୍ରରେ ସିସିଟିଭି ଲଗାଇବା ସହ ପରୀକ୍ଷାର୍ଥୀଙ୍କ ଦୁଇ ଥାକିଆ ଚେକିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

Advertisment

ଗତ ୨୨ ତାରିଖରେ ଇଂରାଜୀ ପରୀକ୍ଷାରେ ପୁରୀ ବାସୁଦେବପୁର କନକ ଦୁର୍ଗା ସେଣ୍ଟରରେ ରାଜା ପାତ୍ର ନାମକ ପରୀକ୍ଷାର୍ଥୀଙ୍କ ଲାଗି ସମ୍ପର୍କୀୟ ଭାଇ ସୌମ୍ୟରଞ୍ଜନ ମହାନ୍ତି ପରୀକ୍ଷା ଦେଇ ଧରାପଡ଼ିଥିଲେ। ଏହି ସେଣ୍ଟରରେ ପଥରପଦା ଗ୍ରାମେଶ୍ୱର ଦେବ ବିଦ୍ୟାପୀଠର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଜଣେ ନକଲି ପରୀକ୍ଷାର୍ଥୀ ଧରପଡିବା ପରେ ପରୀକ୍ଷା ଦେବାକୁ ଆସୁନାହାଁନ୍ତି ୧୦ ଜଣ ପରୀକ୍ଷାର୍ଥୀ। ସିସିଟିଭି ଯୋଗୁଁ କପିର ସୁଯୋଗ ନଥିବା ହେଉ ଅଥବା ନକଲି ପରୀକ୍ଷାର୍ଥୀ ଧରାପଡିବା ହେଉ ସ୍କୁଲ୍‌ରେ ୧୦ ଜଣ ପରୀକ୍ଷାର୍ଥୀ ହଠାତ୍ ନଆସିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଧାନ ଶିକ୍ଷକ କହିଛନ୍ତି, କପିକୁ କଡାକଡି କରାଯିବାରୁ ଏଭଳି ଅନୁପସ୍ଥିତି ଦେଖିବାକୁ ମିଳିଛି।

ସେପଟେ ନୟାଗଡ଼ରେ ଗତ ୨୬ ତାରିଖରେ ହୋଇଥିବା ଗଣିତ ପରୀକ୍ଷାରେ କୁଳାସର ଜନତା ହାଇସ୍କୁଲରେ ତାଳକଣି ପଞ୍ଚାନନ ହାଇସ୍କୁଲ୍‌ରେ ଦୁଇ ଜଣ ଛାତ୍ରୀଙ୍କ ପାଇଁ ଦୁଇଜଣ ଯୁକ୍ତ ଦୁଇ ଛାତ୍ରୀ ପରୀକ୍ଷା ଦେଇଥିବା ଘଟଣା ନଜରକୁ ଆସିଥିଲା। ସୁପରିଟେଣ୍ଡେଣ୍ଟଙ୍କ ଅଭିଯୋଗ ଆଧାରରେ ଦୁଇ ନକଲି ପରୀକ୍ଷାର୍ଥୀଙ୍କୁ ପୁଲିସ୍ ଗିରଫ୍ କରିଥିଲା।

Advertisment

ସେପଟେ ମ୍ୟାଟ୍ରିକ୍‌ରେ ବଢୁଥିବା ନକଲି ପରୀକ୍ଷାର୍ଥୀଙ୍କ ସଂଖ୍ୟା ଓ କପିକୁ ରୋକିବା ଲାଗି ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଗୁଆ ପ୍ରସ୍ତୁତି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ସମସ୍ତ ୧୧୪୩ଟି କେନ୍ଦ୍ରକୁ ଜଗିବ ସିସିଟିଭି। ଆଉ ନକଲି ପରୀକ୍ଷାର୍ଥୀଙ୍କୁ ଧରିବା ଲାଗି ପରୀକ୍ଷା କେନ୍ଦ୍ରରେ ଦୁଇଥାକିଆ ଚେକିଂ କରାଯିବ। ମୋବାଇଲ୍‌ ସମେତ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ସ ଉପରେ କଟକଣା ରହିଛି। ଯଦି କୌଣସି ପରୀକ୍ଷାର୍ଥୀ ଅଧାରୁ ଯିବାକୁ ଚାହିଁବେ ତାହେଲେ ତାଙ୍କୁ ପ୍ରଶ୍ନ ପତ୍ର ଦିଆଯିବ ନାହିଁ।

ମାର୍ଚ୍ଚ ୩ରୁ ୨୮ ଯାଏଁ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥର ୩ ଲକ୍ଷ ୫୦ ହଜାର ୮ଶହ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Advertisment
Advertisment