/odishatv-khabar/media/post_attachments/uploadimage/library/16_9/16_9_0/vaccaine_1626333712.jpg)
vaccaine
ଭୁବନେଶ୍ୱର: ମେ ୧ରୁ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ୨୫୦ ଟଙ୍କିଆ ଟିକା ବନ୍ଦ। ଏପ୍ରିଲ ୩୦ରୁ ସବୁ ଘରୋଇ CVCକୁ ଟିକା ବନ୍ଦ ନେଇ ACS ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନକୁ ACS ଚିଠି କରିଛନ୍ତି। ଘରୋଇ ହସ୍ପିଟାଲ ସିଧାସଳଖ ଫାର୍ମା କମ୍ପାନୀ ଠାରୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ ୫୦% କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ। ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ACS ପରାମର୍ଶ ପରାମର୍ଶ ଦେଇଛନ୍ତି। ଠିକ୍ ସମୟରେ ଟିକାନେଲେ କରୋନା ସଂକ୍ରମଣ କମିବ। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନକୁ ACS ଚିଠି ଲେଖିଛନ୍ତି।
ସେହିପରି ୨ ଦିନିଆ ସଟ୍ଡାଉନ ବେଳେ ସହରାଞ୍ଚଳରେ ଟିକାକରଣ ବନ୍ଦ ରହିବ। ଶନିବାର, ରବିବାର ସହରାଞ୍ଚଳ ସଟ୍ଡାଉନ୍ରେ ଟିକାକରଣ ବନ୍ଦ ରହିବ। ଦୁଇ ଦିନିଆ ସହରାଞ୍ଚଳ ସଟ୍ଡାଉନରେ CVC ସାନିଟାଇଜ୍ କରାଯିବ।
ସହରାଞ୍ଚଳରେ ପ୍ରତି ସୋମବାରରୁ ଶୁକ୍ରବାର ଟିକାକରଣ ହେବ। ସୋମବାରରୁ ଶୁକ୍ରବାର ଭିତରେ ସରକାରୀ ଛୁଟି ଥିଲେ ବି ଟିକା ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)