/odishatv-khabar/media/post_attachments/uploadimage/library/16_9/16_9_0/vicytim_1625257323.jpg)
vicytim
ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଜଣେ ନାବାଳିକାଙ୍କୁ ଅମାନବୀୟ ଭାବେ ମାଡ଼ ମାରି ଭିଡିଓ ଭାଇରାଲ କରିବା ଘଟଣାରେ ତିନି ଯୁବକ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା।
Advertisment
ଏହି ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଥିବା ବେଳେ ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ଅଙ୍ଗୁଳି ଉଠାଇଥିଲେ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଦାବି କରାଯାଇଥିଲା। ଏସମ୍ପର୍କରେ କିନ୍ତୁ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)