Advertisment

କୁକୁରକୁ ମାରି ୩ ଜଣ ଗିରଫ

ଗଜପତି: କୁକୁରକୁ ମାରି ୩ ଜଣ ଗିରଫ ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ। ବାଟଗୌଡ଼ ସାହିରେ ଏକ ବୁଲା କୁକୁରକୁ ୩ ଜଣ ଯୁବକ ନିଷ୍ଠୁର ଭାବେ ହତ୍ୟା କରିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ସ୍ଥାନୀୟ ବୁଦ୍ଧିଜବୀ, ଭୁବନେଶ୍ୱରର ପିପଲ୍ ଫର୍ ଆନିମାଲ୍ସ ସଂଗଠନ ଏବଂ ସ୍ଥାନୀୟ ବିଜେପି ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ଘଟଣାକୁ ଘୋର ନିନ୍ଦା କରିଥିଲେ। ମାରିଥିବା ଯୁବକ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। […]

author-image
Abinash Pati
ଅଦ୍ୟତନ ହୋଇଛି
କୁକୁରକୁ ମାରି ୩ ଜଣ ଗିରଫ

dog

ଗଜପତି: କୁକୁରକୁ ମାରି ୩ ଜଣ ଗିରଫ ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ। ବାଟଗୌଡ଼ ସାହିରେ ଏକ ବୁଲା କୁକୁରକୁ ୩ ଜଣ ଯୁବକ ନିଷ୍ଠୁର ଭାବେ ହତ୍ୟା କରିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ସ୍ଥାନୀୟ ବୁଦ୍ଧିଜବୀ, ଭୁବନେଶ୍ୱରର ପିପଲ୍ ଫର୍ ଆନିମାଲ୍ସ ସଂଗଠନ ଏବଂ ସ୍ଥାନୀୟ ବିଜେପି ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ଘଟଣାକୁ ଘୋର ନିନ୍ଦା କରିଥିଲେ।

Advertisment

ମାରିଥିବା ଯୁବକ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଘଟଣାର ଅନୁସନ୍ଧାନ କରି ପାରଳାଖେମୁଣ୍ଡି ପୋଲିସ ନିଜ ଆଡୁ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି 41 CRPC ଧାରାରେ ନୋଟିସ୍ ଦେଇଥିବା କହିଛନ୍ତି ପାରଳାଖମୁଣ୍ଡି ଥାନା ଅଧିକାରୀ।

Advertisment
Advertisment