Advertisment

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ: ଜଣେ ମାତ୍ର ଖେଳ ଶିକ୍ଷକରେ ଚାଲୁଛି ହାଇସ୍କୁଲ

ଆସିକା (ମନୋଜ ମୁନୀ): କେମିତି ଚାଲିଛି ପାଠପଢା? ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା। ୪୯ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ପଢ଼ାଉଛନ୍ତି। ତେଣୁ ଚିନ୍ତାରେ ଅଭିଭାବକ। ଏପରି ପରିସ୍ଥିତି ଉପୁଜିଛି ଆସିକା ଏନ ଏ ସି ହାଇସ୍କୁଲରେ।  ଏଠି କ୍ରୀଡା ଶିକ୍ଷକ ହିଁ ସ୍କୁଲ ଚଳାଉଛନ୍ତି। ସଭିଏ ପଢିବେ, ସଭିଏଁ ବଢିବେ ନାରା ଯେମିତି ଏଠାରେ ହାସ୍ୟାସ୍ପଦ ମନେହେଉଛି । ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି […]

author-image
Prangyan Parimita
ଅନ୍ଧାରରେ ପିଲାଙ୍କ ଭବିଷ୍ୟତ: ଜଣେ ମାତ୍ର ଖେଳ ଶିକ୍ଷକରେ ଚାଲୁଛି ହାଇସ୍କୁଲ

schl

ଆସିକା (ମନୋଜ ମୁନୀ): କେମିତି ଚାଲିଛି ପାଠପଢା? ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା। ୪୯ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ପଢ଼ାଉଛନ୍ତି। ତେଣୁ ଚିନ୍ତାରେ ଅଭିଭାବକ। ଏପରି ପରିସ୍ଥିତି ଉପୁଜିଛି ଆସିକା ଏନ ଏ ସି ହାଇସ୍କୁଲରେ।  ଏଠି କ୍ରୀଡା ଶିକ୍ଷକ ହିଁ ସ୍କୁଲ ଚଳାଉଛନ୍ତି। ସଭିଏ ପଢିବେ, ସଭିଏଁ ବଢିବେ ନାରା ଯେମିତି ଏଠାରେ ହାସ୍ୟାସ୍ପଦ ମନେହେଉଛି । ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ଜଣେ ଖେଳ ଶିକ୍ଷକରେ ହାଇସ୍କୁଲ ଚାଲିବା ରାଜ୍ୟର ଗୁଣାତ୍ମକ ଶିକ୍ଷା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ଆସିକା ଏନ .ଏ .ସି. ହାଇସ୍କୁଲରେ ପଢ଼ନ୍ତି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। କରୋନା ମହାମାରୀ ପୂର୍ବରୁ ଖେଳ ଶିକ୍ଷକଙ୍କୁ ମିଶାଇ ୪ଜଣ ଶିକ୍ଷକ ଏହି ସ୍କୁଲରେ ପାଠ ପଢ଼ାଉଥିଲେ। ହେଲେ ଇତି ମଧ୍ୟରେ ୨ଜଣ ଅବସର ନେଇଥିବା ବେଳେ ଆଉ ଜଣେ ପ୍ରମୋସନ ପାଇ ଡେପୁଟେସନରେ ବ୍ରହ୍ମପୁର ଯାଇଛନ୍ତି। ଫଳରେ ସ୍କୁଲରେ କେବଳ ରହି ଯାଇଛନ୍ତି କ୍ରୀଡ଼ା ଶିକ୍ଷକ। ଅନ୍ୟପଟେ ସ୍କୁଲରେ ଆଉ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ପରୀକ୍ଷା ପାଖେଇ ଆସୁଥିବା ବେଳେ କିପରି ପାଠ ପଢ଼ିବେ, ବିଷୟ କିପରି ଶେଷ ହେବ ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ।

ଅନ୍ୟପଟେ ଏହି ହାଇସ୍କୁଲକୁ ଲାଗି ରହିଥିବା ପ୍ରାଥମିକ ସ୍କୁଲଟି ମିଶିଯିବା ଫଳରେ ସେଠିକାର ୩ଜଣ ଶିକ୍ଷକ ଏହି ସ୍କୁଲକୁ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ପୂର୍ବରୁ ପିଲାମାନେ ଅନଲାଇନ କ୍ଲାସ କରିପାରିନଥିବା ବେଳେ ଏବେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପାଠ ପଢାଇବା ଦ୍ୱାରା ଅନେକ ପିଲା ପାଠ ବୁଝି ପାରୁନାହାନ୍ତି । ସ୍କୁଲରେ କେବଳ କ୍ରୀଡ଼ା ଶିକ୍ଷକ ରହିଯିବାରୁ କରୋନା ବେଳେ ପିଲାଙ୍କର ଅନଲାଇନ କ୍ଳାସ ହୋଇପାରିଲାନି। ଏବେ ଅନଭିଜ୍ଞ ଶିକ୍ଷକ ଦ୍ୱାରା ପାଠପଢା ହେଉଥିବାରୁ ପରୀକ୍ଷା ଫଳ ଭଲ ହେବନି ବୋଲି ଅଭିଭାବକମାନେ ଆଶଙ୍କା କରି ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି।

Advertisment

ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସରକାରୀ ITI ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍

Odisha School News
Advertisment
Advertisment