Advertisment

କୋଭିଡ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା, ନବଜାତ ସୁସ୍ଥ-ମା’ ଅସୁସ୍ଥ

ଫୁଲବାଣୀ: କୋଭିଡ ହସ୍ପିଟାଲରେ ମହିଳାଙ୍କ କନ୍ୟା ସନ୍ତାନ ପ୍ରସବ । କନ୍ୟା ସନ୍ତାନଟି ସୁସ୍ଥ ଥିବା ବେଳେ ତାର ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିଛି । ହସ୍ପିଟାଲ SNCUରେ ତାକୁ ରଖାଯାଇଛି । ସେପଟେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
କୋଭିଡ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା, ନବଜାତ ସୁସ୍ଥ-ମା’ ଅସୁସ୍ଥ

vlcsnap-error280

ଫୁଲବାଣୀ: କୋଭିଡ ହସ୍ପିଟାଲରେ ମହିଳାଙ୍କ କନ୍ୟା ସନ୍ତାନ ପ୍ରସବ । କନ୍ୟା ସନ୍ତାନଟି ସୁସ୍ଥ ଥିବା ବେଳେ ତାର ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିଛି । ହସ୍ପିଟାଲ SNCUରେ ତାକୁ ରଖାଯାଇଛି ।

Advertisment

ସେପଟେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି । ମଙ୍ଗଳବାର ଗର୍ଭବତୀ ଜଣକ ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିଥିଲେ । ତାଙ୍କୁ ନିଶ୍ୱାସ ପ୍ରଶାସ ନେବାରେ ସମସ୍ୟା ହେଉଥିଲା । ମହିଳାଙ୍କ ଆଣ୍ଟିଜେନ ଟେଷ୍ଟ ନେଗେଟିଭ୍ ଆସିଥିଲେ ହେଁ କରୋନାର ସମସ୍ତ ଲକ୍ଷଣ ଥିବାରୁ ତାଙ୍କର ନମୂନା ସଂଗ୍ରହ କରାଯାଇ ଆରଟିପିସିଆର୍‌ ପରୀକ୍ଷା ପାଇଁ ପଠାଯାଇଛି ।

publive-image

ଏପରିକି ଅକ୍ସିଜେନ୍ ସାଚୁରେସନ୍ ସ୍ତର ୪୦ ରହିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ରାତିରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରି ମହିଳାଙ୍କ ନର୍ମାଲ ଡେଲିଭରି କରିଥିଲେ । ଏବେ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ଛି ।

Advertisment

ଆହୁରି ପଢନ୍ତୁ: ତଳମୁହାଁ କରୋନା ଗ୍ରାଫ୍‌: ଆଜି ବି ରାଜ୍ୟରେ ୪ ହଜାର ତଳକୁ ସଂକ୍ରମିତ ଚିହ୍ନଟ

Odisha COVID-19 Corona
Advertisment
Advertisment