/odishatv-khabar/media/post_attachments/uploadimage/library/16_9/16_9_0/Capture-5_1625464909.jpg)
Capture 5
କେନ୍ଦ୍ରାପଡ଼ା: ମୃତଦେହକୁ ମିଳିଲାନି ଷ୍ଟ୍ରେଚର । ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡେରାବିଶ ଥାନା ବରାହିଲୋ ଗାଁର ୮୨ ବର୍ଷୀୟା ବୃଦ୍ଧା ଦୁଖୀ ପଣ୍ଡାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତରଙ୍କ ଘୋଷଣା ପରେ ତାଙ୍କ ପୁଅ କାର୍ତ୍ତିକେଶ୍ୱର ଫ୍ରିଜର ରୁମ ପର୍ଯ୍ୟନ୍ତ ନେବାକୁ ଷ୍ଟ୍ରେଚର ଖୋଜିଥିଲେ । ମେଡିକାଲ ପକ୍ଷରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଷ୍ଟ୍ରେଚର ଦିଆଯାଇଥିଲା । ତେଣୁ କାର୍ତ୍ତିକେଶ୍ୱର ବାଧ୍ୟ ହୋଇ ନିଜ ମା’ଙ୍କୁ କାନ୍ଧରେ ଫ୍ରିଜର ରୁମ ପର୍ଯ୍ୟନ୍ତ ବୋହି ନେଇଥିଲେ । କିନ୍ତୁ ସେଠାରେ ପୂର୍ବରୁ ଦୁଇଟି ଶବ ଥିବାରୁ ଦୁଃଖୀଙ୍କ ମୃତଦେହ ରାତିସାରା ବାରଣ୍ଡାରେ ପଡିରହିଥିଲା । ମୃତଦେହକୁ କାନ୍ଧରେ ବୋହିବାର ଭିଡିଓ ଏବେ ଭାଇରାଲ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/post_attachments/wp-content/uploads/2021/07/vlcsnap-error579.png)
ଏହିଭଳି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ଫୁଲବାଣୀରେ । ପତ୍ନୀଙ୍କ ମୃତଦେହକୁ ମେଡ଼ିକାଲ୍ରେ ଥିବା କୌଣସି କର୍ମଚାରୀ ନ ଛୁଇଁବାରୁ ଶେଷରେ ସ୍ୱାମୀ ଏକାକୀ ମୃତଦେହକୁ ଟେକି ଟେକି ସିଡ଼ିରେ ୨ ମହଲାରୁ ତଳକୁ ଆଣିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଗତ ୨୯ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୋତିଙ୍ଗିଆ ଗାଁର ବାଳକୃଷ୍ଣ କହଁରଙ୍କ ପତ୍ନୀ Anemia ରୋଗର ଶିକାର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ୩୦ ତାରିଖ ଅପରାହ୍ନରେ ବାଳକୃଷ୍ଣଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ଉଠାଇବା ପାଇଁ ବାଳକୃଷ୍ଣ ମେଡ଼ିକାଲ୍ କର୍ମଚାରୀଙ୍କ ପାଖରେ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ କି ମୃତଦେହକୁ ଛୁଇଁ ନଥିଲେ । ଏପରିକି ପାଖରେ ଥିବା ସେମାନଙ୍କର କୁନି ପିଲାକୁ ବି କେହି ଧରି ନଥିଲେ । ଶେଷରେ ନିରୁପାୟ ହୋଇ ବାଳକୃଷ୍ଣ ପତ୍ନୀଙ୍କର ମୃତଦେହକୁ ଏକୁଟିଆ ଟେକି ଟେକି ସିଡ଼ିରେ ୨ ମହଲାରୁ ତଳକୁ ଆଣିଥିଲେ ।
ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଡାକ୍ତର ଅଭୟ ପଟ୍ଟନାୟକ ଘଟଣାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଡ୍ୟୁଟିରେ ଥିବା ଷ୍ଟାଫ୍ ନର୍ସ ଏବଂ ହେଲ୍ପ୍ ଡେସ୍କ ପିଲା ତାଙ୍କୁ ସାହାଯ୍ୟ କରିବା କଥା, ଏହା ସେମାନଙ୍କର ଦାୟିତ୍ୱ ।
ଏହି ଘଟଣାରେ ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହେଲପ୍ ଡେସ୍କ କର୍ମଚାରୀ ଅଜିତ କୁମାର କହଁରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଘଟଣାର ତଦନ୍ତ କରି କନ୍ଧମାଳ ସିଡିଏମଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)