/odishatv-khabar/media/post_attachments/uploadimage/library/16_9/16_9_0/corona-10_1625221158.jpg)
corona
ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ଅନୁଧ୍ୟାନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବ । ଏହାପରେ ବିଶେଷଜ୍ଞଙ୍କ ସହ ଏନେଇ ଆଲୋଚନା ହେବ । ଏହାସହ କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ, ସେନେଇ ବିଚାର ବିମର୍ଷ ପରେ ପଦକ୍ଷେପ ଗ୍ରହଣ କରାଯିବ ।
ଓଡ଼ିଶା ସହିତ ଆଉ ୫ଟି ରାଜ୍ୟକୁ ମଧ୍ୟ ଏପରି ସ୍ୱତନ୍ତ୍ର ଟିମ୍ ପଠାଇବାକୁ ସ୍ଥିର ହୋଇଛି । ସେହି ରାଜ୍ୟଗୁଡ଼ିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁର । ଏହି ସବୁ ରାଜ୍ୟରେ କରୋନାର ସଂକ୍ରମଣ ଅଧିକ ଥିବା କୁହାଯାଉଛି । ପବ୍ଲିକ ହେଲ୍ଥ ସ୍ପେସାଲିଷ୍ଟ AIIH & PH ଡାକ୍ତର ଏ. ଡାନ୍ଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ ।
ସେମାନେ କୋଭିଡ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ଓ ଟିକାକରଣର ଅନୁଧ୍ୟାନ କରିବେ । ଏହା ସହିତ ହସ୍ପିଟାଲ ବେଡ୍, ଭେଣ୍ଟିଲେଟର, ଅକ୍ସିଜେନର ମଧ୍ୟ ସ୍ଥିତି ଦେଖିବେ । ତା ପରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟକୁ ଏହି ଟିମ୍ ପରାମର୍ଶ ଦେବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ଦେବ ।
ଅନ୍ୟପଟେ ରାଜ୍ୟରେ ଆଜି ବି ୩ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ୩,୦୮୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୩,୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ଼, ପୁରୀ, ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି।
ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରୁକ୍ୱାରେଣ୍ଟିନ୍ରୁ ୧୮୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୩୮୪ ରହିଛି । କଟକରୁ ସର୍ବାଧିକ ୬୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୯୧, ବାଲେଶ୍ୱରରୁ ୨୦୮, ବରଗଡ଼ରୁ ୨୪, ଭଦ୍ରକରୁ ୧୪୧, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୧୬, କଟକରୁ ୬୧୯, ଦେବଗଡ଼ରୁ ୭, ଢେଙ୍କାନାଳରୁ ୪୧, ଗଜପତିରୁ ୯, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୯୦, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୨୫ କେନ୍ଦ୍ରାପଡ଼ାରୁ ୧୭୯, କେନ୍ଦୁଝରରୁ ୬୪, ଖୋର୍ଦ୍ଧାରୁ ୪୨୨, କୋରାପୁଟରୁ ୫୩, ମାଲକାନଗିରିରୁ ୬୬, ମୟୂରଭଞ୍ଜରୁ ୧୯୫, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୧୧୪, ନୂଆପଡ଼ାରୁ ୧୬, ପୁରୀରୁ ୧୮୮, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୩୧, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟ୍ ପୁଲ୍ରୁ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)