Advertisment

ସଂରକ୍ଷିତ ଅଜଗର ଅଣ୍ଡାରୁ ବାହାରିଲା ଛୁଆ, ଦେଖନ୍ତୁ ଭିଡିଓ..

ଖୋର୍ଦ୍ଧା: ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ଫୁଟିଲେ ଅଜଗର ଛୁଆ । ଆଜି ରାତି ସୁଦ୍ଧା ପ୍ରାୟ ସମସ୍ତ ଅଣ୍ଡାରୁ ଛୁଆ ଫୁଟିଯିବେ ବୋଲି କହିଛନ୍ତି ବନ କର୍ତ୍ତୃପକ୍ଷ । ଖୋର୍ଦ୍ଧା ଜିଲ୍ଲା ଗଡ଼ନିଆଳ ଗାଁ ନିକଟ ଏକ ଜଙ୍ଗଲରେ ଥିବା ପଥର…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ସଂରକ୍ଷିତ ଅଜଗର ଅଣ୍ଡାରୁ ବାହାରିଲା ଛୁଆ, ଦେଖନ୍ତୁ ଭିଡିଓ..

Capture 14

ଖୋର୍ଦ୍ଧା: ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ଫୁଟିଲେ ଅଜଗର ଛୁଆ । ଆଜି ରାତି ସୁଦ୍ଧା ପ୍ରାୟ ସମସ୍ତ ଅଣ୍ଡାରୁ ଛୁଆ ଫୁଟିଯିବେ ବୋଲି କହିଛନ୍ତି ବନ କର୍ତ୍ତୃପକ୍ଷ । ଖୋର୍ଦ୍ଧା ଜିଲ୍ଲା ଗଡ଼ନିଆଳ ଗାଁ ନିକଟ ଏକ ଜଙ୍ଗଲରେ ଥିବା ପଥର କୋରଡ଼ରେ ଅଜଗର ସାପର ୩୦ଟି ଅଣ୍ଡା ଠାବ କରାଯାଇଥିଲା ।

Advertisment

ମା’ ଅଜଗର ସାପ ଛାଡି ଚାଲିଯିବାରୁ, ସାପକୁ ଖୋଜି ବାହାର କରି ନନ୍ଦନକାନନରେ ଆଣି ଛଡାଯାଇଥିଲା । ପରେ ପଥର କୋରଡ଼ରୁ ଏହି ସବୁ ଅଣ୍ଡା ଗୁଡିକୁ ନିଆଳ ପ୍ରାଥମିକ ସ୍କୁଲରେ ଆଣି ରଖାଯାଇଥିଲା । କିନ୍ତୁ ସେଠାରେ ଅଣ୍ଡାଗୁଡିକ ପିମ୍ପୁଡି ଲାଗିବା ଫଳରେ ବନବିଭାଗର ମିଞ୍ଚିନିପାଟଣା ରେଂଜ୍ କାର୍ଯ୍ୟାଳୟରେ କୃତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ଫୁଟିବାକୁ ବ୍ୟବସ୍ଥା କରାଯାଇଥିଲା ।

ଗତ ୨୯ ତାରିଖରେ ୪ଟି ଅଣ୍ଡାରୁ ଛୁଆ ଫୁଟିଥିବାବେଳେ ଆଜି ବାକି ସମସ୍ତ ଅଣ୍ଡାରୁ ଛୁଆ ଅଜଗର ବାହାରିଥିବା ଜଣାପଡିଛି । ବନ କର୍ତ୍ତୃପକ୍ଷ ଅବୈତନିକ ଓ୍ୱାଇଲ୍ଡଲାଇଫ ଓ୍ୱାର୍ଡେନ୍ ଶୁଭେନ୍ଦୁ ମଲ୍ଲିକଙ୍କ ତତ୍ୱାବଧାନରେ ଏହି ସବୁ ଅଣ୍ଡାଗୁଡିକୁ ଜଙ୍ଗଲରୁ ଆଣି ବନବିଭାଗର ରେଂଜ୍ କାର୍ଯ୍ୟାଳୟରେ ରଖାଯାଇଛି ।

Advertisment

Odisha Python Egg
Advertisment
Advertisment