Advertisment

Misconduct Allegations: ସ୍କୁଲରେ ସାର୍ କରୁଥିଲେ ପରକୀୟା, ଗାଁ ଲୋକ ପିନ୍ଧାଇଲେ ଜେତାମାଳ

ଏମିତିକି ରୋଷେୟାଙ୍କ ସହ ଖରାପ ସମ୍ପର୍କ ରଖି ତାଙ୍କ ସଂସାର ଭାଙ୍ଗିଛନ୍ତି । ଆଉ ଏବେ ପୁଣି ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ଧମକ୍ ଦେଇଥିଲେ । ତେଣୁ ଗାଁଲୋକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ।

author-image
Tanmay Kumar Mahalik
Teacher Extramarital affair

Teacher Extramarital affair Photograph: (OTV)

ଶିକ୍ଷକଙ୍କୁ ପିନ୍ଧାଗଲା ଜୋତାମାଳ । ନିର୍ଧୂମ ମାଡ଼ ମାରି ଗାଁରେ ଚଲାଇଲେ ଗ୍ରାମବାସୀ । ଗୁରୁ ରୂପରେ ଇଏ ଯୌନ ରାକ୍ଷସ ! ପର ଝିଅ ଓ ସ୍ତ୍ରୀଙ୍କୁ କରୁଥିଲେ ଅସଦାଚରଣ । ଏମିତି କିଛି ଅଭିଯୋଗ ବାରମ୍ବାର ଆସିବା ପରେ ଗାଁ ଲୋକେ ଏଭଳି କାଣ୍ଡ ଘଟାଇଛନ୍ତି ।

Advertisment

ସାରଙ୍କୁ ପ୍ରବଳ ମାଡ଼ ମାରି ତାଙ୍କ ପୋଷାକ ଚିରି ତାଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପାଟମୁଣ୍ଡା ପଞ୍ଚାୟତ ଅଧିନସ୍ଥ ଖଜୁରଡିହି ଗ୍ରାମର ଏ ଦୃଶ୍ୟ । ଏ ସଂପର୍କରେ ଆମେ ଆହୁରି କିଛି କହିବା ପୂର୍ବରୁ ଶୁଣନ୍ତୁ କ’ଣ କହୁଛନ୍ତି ଗ୍ରାମବାସୀ ।

ଖଜୁରଡିହି ସେବାଶ୍ରମ ବିଦ୍ୟାଳୟର ଇଏ ହେଉଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ନାଁ ରହିତ କୁମାର ରାୟ । ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ପାଟମୁଣ୍ଡିଙ୍କ କହିବା ଅନୁସାରେ ରୋହିତ ସାର୍ ପାଠ ନାଁରେ ପର ଝିଅ, ସ୍ତ୍ରୀଙ୍କୁ ଅସଦାଚରଣ କରିଆସୁଥିଲେ ।

Advertisment

ଏମିତିକି ରୋଷେୟାଙ୍କ ସହ ଖରାପ ସମ୍ପର୍କ ରଖି ତାଙ୍କ ସଂସାର ଭାଙ୍ଗିଛନ୍ତି । ଆଉ ଏବେ ପୁଣି ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ଧମକ୍ ଦେଇଥିଲେ । ତେଣୁ ଗାଁଲୋକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ।

ଏନେଇ କୋଇଡା ପୋଲିସ୍ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରି ଗାଁର ୪ ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛି । ଆଉ ଶିକ୍ଷକଙ୍କୁ ମଧ୍ୟ ପଚରାଉଚରା କରିଛି ।

ଅନ୍ୟପଟେ ପୂର୍ବରୁ ମଧ୍ୟ୍ୟ ସଂପୃକ୍ତ ଶିକ୍ଷକ ପରକୀୟା ପ୍ରୀତି ପାଇଁ ଜେଲ୍ ଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତା’ ପୋଲିସର ତଦନ୍ତ ପରେ ପଦାକୁ ଆସବ । ହେଲେ ଏନେଇ ରହିତ ସାର୍ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । 

Crime Teacher Extramarital Affair
Advertisment
Related Articles
Advertisment