Advertisment

Gold And Silver Price Increase: ମହାଯୁଦ୍ଧ ପ୍ରଭାବ, ଦିନକରେ ହୁ ହୁ ହୋଇ ବଢିଲା ସୁନା ଓ ରୁପା ଦର

ଆଜି ରବିବାର ଥିଲେ ମଧ୍ୟ ଆନ୍ତର୍ଜାତୀୟ ମାର୍କେଟ ଖୋଲା ରହିଛି। ଫଳରେ ମୂଲ୍ୟବାନ ଧାତୁ ସୁନା ଓ ରୁପା ଦରରେ ହଠାତ୍ ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ଦର ୪,୩୭୦ ଟଙ୍କା ବଢିଛି।

author-image
Chinmayee Sahoo
Gold And Silver Price Increase

Gold And Silver Price Increase Photograph: (OTV)

ସାରା ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅତ୍ୟନ୍ତ ତୀବ୍ର ହୋଇଛି। ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଏବେ ବିଶ୍ବ ଯୋଗାଣ ସ୍ଥିତିରେ ବାଧା ସୃଷ୍ଟି କରିଛି। ଯାହାର ପ୍ରଭାବ ପଡିଛି ସିଧା ସୁନା ଓ ରୁପା ଉପରେ। ଆଜି ରବିବାର ଥିଲେ ମଧ୍ୟ ଆନ୍ତର୍ଜାତୀୟ ମାର୍କେଟ ଖୋଲା ରହିଛି। ଫଳରେ ମୂଲ୍ୟବାନ ଧାତୁ ସୁନା ଓ ରୁପା ଦରରେ ହଠାତ୍ ବୃଦ୍ଧି ଘଟିଛି। 

Advertisment

ଆଜି ପୁଣି ବଢିଛି ସୁନା ଦର। ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୪,୩୭୦ ଟଙ୍କା ବୃଦ୍ଧି ପାଇଛି। ଗତକାଲି ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୬୮ ହଜାର ୭୧୦ ଟଙ୍କା ଥିବା ବେଳେ ଆଜି ତାହା ୧ ଲକ୍ଷ ୭୩ ହଜାର ୦୮୦ ଟଙ୍କାକୁ ଛୁଇଁଛି। 

ସେହିପରି ଗତ କାଲି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୫୪ ହଜାର ୬୫୦ ଟଙ୍କା ଥିବା ବେଳେ ଆଜି ୪,୦୦୦ ଟଙ୍କା ବଢି ୧ ଲକ୍ଷ ୫୮ ହଜାର ୬୫୦ ଟଙ୍କା ହୋଇଛି।

Advertisment

୧୮ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୨୬ ହଜାର ୫୩୦ ଟଙ୍କା ଥିବା ବେଳେ ଆଜି ୩,୨୮୦ ଟଙ୍କା ବଢି ୧ ଲକ୍ଷ ୨୯ ହଜାର ୮୧୦ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ରୁପା କେଜି ପିଛା ଆଜି ୫ ହଜାର ବଢ଼ିଛି। ଗତ କାଲି ୩ ଲକ୍ଷ ୨୦ ହଜାର ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ୨୫ ହଜାର ଟଙ୍କାରେ ପହଞ୍ଚିଛି ରୁପା ଦର।

ତେବେ ଯୁଦ୍ଧ କେତେ ଦିନ ଚାଲିବ, ତାହା ଆକଳନ କରାଯାଇ ନଥିବା ବେଳେ ଆଗକୁ ଆହୁରି ବଢିପାରେ ସୁନା ଓ ରୁପା ଦର। 

Gold Price Increase Silver Price Increase Gold & Silver Price Updates Silver Price Gold Silver Price Gold Price Gold And Silver Prices Update
Advertisment