/odishatv-khabar/media/post_attachments/uploadimage/library/16_9/16_9_0/malangiri_1625418723.jpg)
malangiri
ନବରଙ୍ଗପୁର: ବେଆଇନ ବିଲ୍ କରିବା ପାଇଁ ଚାପ ଯୋଗୁଁ ଉମରକୋଟ ଆଦିବାସୀ ଉନ୍ନୟନ ସମବାୟ ନିଗମ କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଶାଖା ପରିଚାଳକ ଶ୍ୟାମସୁନ୍ଦର ଭୋଇଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଶିମ୍ବ ମଞ୍ଚି ପାଇଁ ୩ ଲକ୍ଷ ଟଙ୍କାର ବେଆଇନ ବିଲ କରିବାକୁ ପୁରୁଷୋତ୍ତମଙ୍କ ଉପରେ ଚାପ ପକା ଯାଉଥିଲା। ଏପରିକି ବିଲ ନକଲେ ତାଙ୍କୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି।
Advertisment
ସେପଟେ ପୁରୁଷୋତ୍ତମଙ୍କ ଉପରେ କୌଣସି ଚାପ ଦିଆଯାଉ ନଥିଲା ବୋଲି TDCC ଶାଖା ପରିଚାଳକ କହିଛନ୍ତି। ଗତକାଲି ନବରଙ୍ଗପୁର ବ୍ଲକ୍ କଲୋନୀସ୍ଥିତ ଏକ ସରକାରୀ କ୍ୱାର୍ଟର୍ସରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCCର କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁରୁଷୋତ୍ତମ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଘଟଣା ସେ ନେଇ ପୋଲିସ ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)