Advertisment

ବିଜେଡିକୁ କଡ଼ା ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର: କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ଓ ମିଛ କହିଥିବା ନେଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଣିଥିବା ଅଭିଯୋଗର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,” ମୁଁ କାହାକୁ ଠକିଛି, ବେଇମାନି କରିଛି,ଲୋକଙ୍କ ପାଇଁ କାମ କରିଛି ନା ନାହିଁ ଓ ସେମାନଙ୍କ ସୁଖଦୁଃଖରେ ଠିଆ ହୋଇଛି ନା ନାହିଁ ତାହା କେନ୍ଦ୍ରାପଡ଼ାବାସୀ କହିବେ।” ଅନ୍ୟପକ୍ଷରେ ବିଜୁ ବାବୁଙ୍କ ୫୦ ବର୍ଷର ଘନିଷ୍ଠ ସହଯୋଗୀ ତଥା ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ […]

author-image
Jyotsnamayee Pradhan
ବିଜେଡିକୁ କଡ଼ା ଜବାବ ଦେଲେ ବୈଜୟନ୍ତ

bjp

ଭୁବନେଶ୍ୱର: କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ଓ ମିଛ କହିଥିବା ନେଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଣିଥିବା ଅଭିଯୋଗର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,” ମୁଁ କାହାକୁ ଠକିଛି, ବେଇମାନି କରିଛି,ଲୋକଙ୍କ ପାଇଁ କାମ କରିଛି ନା ନାହିଁ ଓ ସେମାନଙ୍କ ସୁଖଦୁଃଖରେ ଠିଆ ହୋଇଛି ନା ନାହିଁ ତାହା କେନ୍ଦ୍ରାପଡ଼ାବାସୀ କହିବେ।”

Advertisment

ଅନ୍ୟପକ୍ଷରେ ବିଜୁ ବାବୁଙ୍କ ୫୦ ବର୍ଷର ଘନିଷ୍ଠ ସହଯୋଗୀ ତଥା ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ବେଳେ ତାଙ୍କ ଶେଷ ଦର୍ଶନ ଲାଗି ମୁଖ୍ୟମନ୍ତ୍ରୀ ନଆସିବା କିମ୍ବା ଏଥିଲାଗି କାହାରିକୁ ଅନୁମତି ଦେବା, କିଏ ବେଇମାନ ତାହା ସ୍ପଷ୍ଟ କରୁଛି ବୋଲି ବୈଜୟନ୍ତ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୁହଁରେ କହୁଛନ୍ତି ପିସି ନଦିଆ ଯାଉ, ମାତ୍ର ପିସି ନଦେବାରୁ ପାଣି ଟାଙ୍କି ନିର୍ମାଣ ଭଳି ଜନହିତକର କାମରେ ବାଧା ଦିଆଯାଇଥିଲା ଓ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା ବୋଲି ବୈଜୟନ୍ତ କହିଛନ୍ତି।

Advertisment

କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ବୈଜୟନ୍ତ କହିଛନ୍ତି, ଶିଳ୍ପ ପାଇଁ ଭିତ୍ତିଭୂମି ଆବଶ୍ୟକ। ବନ୍ଦର ଓ ରେଳ ସଂଯୋଗ ନଥିଲେ ଶିଳ୍ପ ପ୍ରତିଷ୍ଠା ସମ୍ଭବ ନୁହେଁ। ଧାମରା ବନ୍ଦର ଓ ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ ସାଙ୍ଗକୁ କଟକ-ଚାନ୍ଦବାଲି ଜାତୀୟ ରାଜପଥ ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭିତ୍ତିଭୂମି ପ୍ରତିଷ୍ଠା ପରେ ଶିଳ୍ପ ପ୍ରତିଷ୍ଠାର ବାଟ ଖୋଲିବ ବୋଲି ସେ କହିଛନ୍ତି।

ଗତ ମଙ୍ଗଳବାର ନାମାଙ୍କନ ଦାଖଲ ବେଳେ ବିଜେଡିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ନିଜ ପ୍ରତିକ୍ରିୟାରେ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଥିଲେ।

Advertisment
Advertisment