Advertisment

ଗୋଟିଏ ଦିନରେ ପ୍ରକାଶ ହେଇପାରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

author-image
Abinash Pati
ଗୋଟିଏ ଦିନରେ ପ୍ରକାଶ ହେଇପାରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

result

ଭୁବନେଶ୍ୱର: CBSE ଓ ICSE ଢାଞ୍ଚାରେ ସମସ୍ତ ଷ୍ଟ୍ରିମ୍‌ର ପରୀକ୍ଷାଫଳ ଏକା ସାଙ୍ଗରେ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରୟାସ। ଚଳିତ ବର୍ଷ ଗୋଟିଏ ଦିନରେ ପ୍ରକାଶ ପାଇପାରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

କଳା ବିଷୟ ଲାଗି ସବୁ ଜିଲ୍ଲାରୁ ସଂଗ୍ରହ ହେଉଥିବା ମାର୍କ ଫଏଲ୍‌କୁ ଓଏମ୍ଆର୍ ସିଟ୍‌ର ରୂପାନ୍ତରିତ କରାଯାଇଛି। ଏହା ଫଳରେ ଗୋଟିଏ ଦିନରେ ମାର୍କ ଫଏଲ୍ ଅନ୍ ଲାଇନ୍ ଯୋଗେ ଅପ୍ ଲୋଡ୍ ହୋଇପାରିବ।

ପୂର୍ବରୁ ଏଥିଲାଗି ୧୫ ଦିନ ସମୟ ଲାଗୁଥିଲା। ବିଭିନ୍ନ ଷ୍ଟ୍ରିମ୍ ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇବା ଫଳରେ ଛାତ୍ରଛାତ୍ରୀମାନେ କ୍ୟାରିୟର ଚୟନ କରିବା ଲାଗି ଯଥେଷ୍ଟ ସମୟ ପାଇବେ ବୋଲି ଆଶା କରାଯାଉଛି।

Advertisment

Advertisment
Advertisment